ଭୁବନେଶ୍ୱର,(ବି.ବି.ବୁ୍ୟରୋ): ବରୁଣେଇ ପାହାଡ଼ ନିକଟରେ ପାଇକ ସ୍ମାରକୀ ଆଗାମୀ ୨ ଶହ ବର୍ଷ ପର୍ଯ୍ୟନ୍ତ ଓଡ଼ିଆ ଜାତିର ବିଜୟଗାଥାକୁ ବିଶ୍ୱ ଦରବାରରେ ପ୍ରତିପାଦିତ କରିବ । କାହା ଦୟାରେ ନୁହେଁ, ଲଢେ଼ଇ କରି ଓଡ଼ିଆ ଜାତି ସ୍ୱୀକୃତି ପାଇବ । ବ୍ରିଟିଶ ପାଖରେ ବନ୍ଧୁକ ଥିଲା, ସୈନ୍ୟ ଥିଲେ ଆଉ ଅହଂକାର ଥଲା । ମାତ୍ର ପାଇକମାନଙ୍କ ନିକଟରେ ମାଟିପ୍ରେମ ଓ ଲଢ଼ୁଆ ମାନସିକତା ଥିଲା । ଏହା ବଳରେ ଜୟୀ ରାଜଗୁରୁ ଓ ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ପାଇକମାନେ ସଂଗ୍ରାମ ଆରମ୍ଭ କରିଥିଲେ । ପାଇକ ସ୍ମାରକୀ ନିର୍ମାଣ କରି ଆମେ ଏବେ ନୂଆ ଇତିହାସ ରଚନା କରିବାକୁ ଯାଉଛୁ । ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ପାଇକ ସ୍ମାରକୀ ଶିଳାନ୍ୟାସ କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେଇ କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଲେ, ଓଡ଼ିଆ ଭାବେ ମୋ ପାଇଁ ଆଜି ହେଉଛି ଗୌରବର ଦିନ । ଆମେ ଆଜି ଆମ ପୂୂର୍ବସୂରୀମାନଙ୍କୁ ମନେ ପକାଉଛୁ । କେନ୍ଦ୍ର ସରକାର ଓଡିଆଜାତିକୁ ସମ୍ମାନ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଗସ୍ତ କାଳରେ ସଂଗ୍ରାମୀ ପରିବାରର ଦାୟାଦମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ୨୦୧୮ରେ ପ୍ରଧାନମନ୍ତ୍ରୀ ପାଇକ ବିଦ୍ରୋହର ସଂଗ୍ରାମ ପୀଠ ବରୁଣେଇରେ ପାଇକ ବିଦ୍ରୋହର କର୍ଣ୍ଣଧାରମାନଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ପାଇକ ବିଦ୍ରୋହର ରାଷ୍ଟ୍ରୀୟ ଉତ୍ସବ ଅବସରରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ତକôାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଯୋଗଦେଇ ଏ ବିଦ୍ରୋହକୁ ଭାରତୀୟ ସ୍ୱାଧୀନତା ସଂଗ୍ର୍ରାମର ଆଦ୍ୟ ଉଦ୍ଘୋଷଣା ଭାବେ ଅଭିହିତ କରିଥିଲେ । ଯାହା ଆମ ପାଇଁ ଗୌରବର କଥା ।
ଶ୍ରୀ ପ୍ରଧାନ କହିଲେ, ପାଇକ ବିଦ୍ରୋହ ସ୍ମୃତିରେ ସ୍ୱତନ୍ତ୍ର ଡାକଟିକଟ, ମୁଦ୍ରା ପ୍ରଚଳନ କରାଯାଇଛି । ଉକôଳ ବିଶ୍ୱ ବିଦ୍ୟାଳୟରେ ୫ କୋଟି ଟଙ୍କା ବ୍ୟୟରେ ବକ୍ସି ଜଗବନ୍ଧୁ ଚେୟାର ପ୍ରତିÂା କରି ପ୍ରଧାନମନ୍ତ୍ରୀ ପାଇକ ବିଦ୍ରୋହକୁ ରାଷ୍ଟ୍ରୀୟ ମର୍ଯ୍ୟଦା ପ୍ରଦାନ କରିଛନ୍ତି । କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ଏନସିଇଆରଟି ପାଠ୍ୟକ୍ରମରେ ପାଇକ ବିଦ୍ରୋହ ବିଷୟକୁ ସ୍ଥାନିତ କରାଯାଇଛି । ଏ ଅଂଚଳର ଲୋକମାନେ ଜୟୀରାଜଗୁରୁ ଓ ବକ୍ସିଜଗବନ୍ଧୁଙ୍କ ନେତୃତ୍ୱରେ ଯେଉଁ ଆନେ୍ଦାଳନ କରିଥିଲେ ତାକୁ ଆଜି ଆମେ ମନେ ପକାଉଛୁ । ଏ କୀର୍ତ୍ତିର୍ ଓଡିଆ ଜାତିକୁ ବିଶ୍ୱ ଦରବାରରେ ଉପସ୍ଥାପିତ କରିବ ।
Comments are closed, but trackbacks and pingbacks are open.