ଭୁବନେଶ୍ୱର,(ବି.ବି.ବୁ୍ୟରୋ): ମାନବାଧିକାର ସମ୍ପର୍କିର୍ତ ବିଶ୍ୱ ଘୋଷଣାନାମା (ୟୁଡିଏଚ୍ଆର)ରେ ପୁରୁଷ ଓ ମହିଳଙ୍କୁ ସମାନ ଅଧିକାର ଦେଇଛି । ସଂସଦ ଓ ବିଧାନସଭାରେ ମହିଳାଙ୍କ ଉପସ୍ଥିତି ମାନବାଧିକାର କ୍ଷେତ୍ର ପାଇଁ ଜରୁରି ହୋଇଛି । ସଂସଦରେ ଓଡ଼ିଶାର ଏକ-ତୃତୀୟାଂଶ ସାଂସଦ ହେଉଛନ୍ତି ମହିଳା । ଓଡ଼ିଶା ମହିଳାଙ୍କ ଅଧିକାର ପାଇଁ ନେଇଥିବା ପଦକ୍ଷେପ ଜାତୀୟସ୍ତରରେ ବୈପ୍ଲବିକ ପରିବର୍ତ୍ତନ ଆଣିବା ଦିଗରେ ସହାୟକ ହେଉଛି । ଓଡ଼ିଶା ମାନବାଧିକାର ଆୟୋଗଙ୍କ ପକ୍ଷରୁ ଅନୁÂିତ ମାନବ ଅଧିକାର ଦିବସରେ ଏମିତି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଜୟଦେବ ଭବନଠାରେ ଅନୁÂିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଜିକା ଦିନରେ ମାନବାଧିକାରକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି । ୧୯୪୮ ମସିହାରେ ମିଳିତ ଜାତୀୟ ସଂଘର ସାଧାରଣ ଅଧିବେଶନରେ ମାନବାଧିକାର ସମ୍ପର୍କରେ ଘୋଷଣା କରାଯାଇଛି । ମାନବାଧିକାର ହିଁ ଜାତି, ରଙ୍ଗ, ଧର୍ମ ଓ ଜାତୀୟତାବାଦ ମଧ୍ୟରେ ଥିବା ପ୍ରତିବନ୍ଧକୁ ଦୂର କରି ପାରିଛି । ସ୍ୱାଧୀନତା ଆନେ୍ଦାଳନରେ ମହାତ୍ମା ଗାନ୍ଧିଙ୍କ ଅହିଂସା ନୀତି ମାନବ ଅଧିକାର ସମ୍ପର୍କରେ ଅନେକ କଥା କହୁଛି । ଭାରତୀୟ ସମ୍ବିଧାନରେ ଅହିଂସାକୁ ସ୍ଥାନୀତ କରିବାକୁ ପ୍ରସ୍ତାବ ଦେଇଛୁ । ଏହା ମାନବ ଅଧିକାର ରକ୍ଷା ଦିଗରେ ଅନେକ ମାତ୍ରାରେ ସହାୟକ ହୋଇପାରିବ ।
ନବୀନ କହିଛନ୍ତି, ଓଡ଼ିଶାରେ ବିଜେଡି ସରକାର ସବୁବେଳେ ମାନବ ଅଧିକାର ସୁରକ୍ଷା ଦିଗରେ କାମ କରୁଛି । ଜଣେ ହେଲେ ଯୋଗ୍ୟ ବ୍ୟକ୍ତି ଯେମିତି ସରକାରୀ ସୁବିଧାରୁ ବଞ୍ଚିତ ନହୁଅନ୍ତୁ । ସେ ଦିଗରେ ପଦକ୍ଷେପ ନିଆଯାଉଛି । ବ୍ୟକ୍ତିଗତ ସ୍ୱାଧୀନତା ଓ ସମ୍ମାନ ଅକ୍ଷୁଣ୍ଣ ରହିଲେ ହିଁ ସମାଜରେ ପରିବର୍ତ୍ତନ ରହିବ । ତେଣୁ ସମସ୍ତେ ମିଳିମିଶି ମାନବାଧିକାର ସୁରକ୍ଷା ପାଇଁ ହାତ ମିଶାଇବା । ଯେଉଁମାନେ ପୀଡ଼ିତ ସେମାନଙ୍କ ଅଧିକାର ପାଇଁ କାମ କରିବା ।
ଓଡ଼ିଶା ମାନବାଧିକାର ଆୟୋଗର କମିଶନ ଜଷ୍ଟିସ୍ ବି ପି ଦାସ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ । ସୁପ୍ରିମ୍କୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍ ଜି ବି ପଟ୍ଟନାୟକ, ପଞ୍ଚାୟତିରାଜ ଓ ଆଇନ୍ ମନ୍ତ୍ରୀ ପ୍ରତାପ ଜେନା, ଓଡ଼ିଶା ମାନବାଧିକାର ଆୟୋଗର ସଦସ୍ୟ ଅସୀମ ଅମିତାଭ ଦାସ ମାନବ ଅଧିକାର ଉପରେ ମତବ୍ୟକ୍ତ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଏହି ଅବସରରେ ଓଏଚ୍ଆର୍ସିର ପୂର୍ବତନ ସଦସ୍ୟ ସୁଧାଂଶୁ ମୋହନ ପଟ୍ଟନାୟକ, ଆର୍ ଏନ୍ ବୋହିଦାର, ବି. କେ ମିଶ୍ର ଓ ବି. କେ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।
Comments are closed, but trackbacks and pingbacks are open.