ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର:ନାଗରିକତା ସଂଶୋଧନ ବିଲ୍ପାସ୍ ଐତିହାସିକ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ନାଗରିକତା ସଂଶୋଧନ ବିଲ୍ ଆଜି ବାସ୍ତବରେପରିଣତ ହୋଇଛି । ଏହା ଏକ ଐତିହାସିକପଦକ୍ଷେପ । ଏଣିକି ନିର୍ଯାତନାର ଶିକାର ଧାର୍ମିକ ସଂଖ୍ୟାଲଘୁଙ୍କପାଇଁ ଭାରତର ମାର୍ଗପ୍ରଶସ୍ତ ହୋଇଛି । ରାଜ୍ୟସଭାରେ ଏହି ବିଲ୍ ଗୃହୀତ ହେବାପରେ ଟ୍ୱିଟ୍ କରି ଦେଶର ସମସ୍ତ ନାଗରିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରପ୍ରଧାନ ।
ଧର୍ମେନ୍ଦ୍ର ତାଙ୍କ ଟ୍ୱିଟ୍ରେ ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଦୃଢ଼ ନେତୃତ୍ୱ ଯୋଗୁ ଏକ ଐତିହାସିକ ଭୁଲ୍କୁ ଠିକ୍ କରାଯାଇଛି । ଲୋକସଭା ଓ ରାଜ୍ୟସଭାରେ ଏହି ବିଲ୍ପାସ୍ ହେବା ଭାରତର ଦୀର୍ଘପରମ୍ପରା ଏବଂ ଏକ ମଜବୁତ ଗଣତନ୍ତ୍ରକୁ ଦର୍ଶାଉଛି । ବିଲ୍ପାସ୍ପୂର୍ବରୁ ହୋଇଥିବା ବିତର୍କ କିଛି ରାଜନୈତିକ ଦଳଙ୍କ କପଟତାକୁ ଦର୍ଶାଉଛି ।ପ୍ରଧାନମନ୍ତ୍ରୀ ମୋଦିଙ୍କ ସରକାର ଦେଶ ଭିତରେ ଓ ବାହାରେ ଥିବା ସଂଖାଲଘୁଙ୍କପାଇଁ କାମ କରୁଛି ବୋଲିପ୍ରମାଣିତ ହୋଇଛି ।
ଉଭୟ ଗୃହରେ ବିଲ୍ ସପକ୍ଷରେ ସମର୍ଥନ ଦେଇଥିବା ସମସ୍ତ ସାଂସଦଙ୍କୁ ଧର୍ମେନ୍ଦ୍ର ଧନ୍ୟବାଦ ଜଣାଇଛନ୍ତି । ଗୃହରେ ସାଂସଦଙ୍କ ଦ୍ୱାରାପଚରା ଯାଇଥିବା ସବୁପ୍ରଶ୍ନର ଯୁକ୍ତିସଙ୍ଗତ ଉତ୍ତର ଦେଇଥିବାରୁ ସେ ଗୃହ ମନ୍ତ୍ରୀଙ୍କୁପ୍ରଂଶସା କରିଛନ୍ତି । ଏହା ସହ ବିଲ୍ ସମ୍ପର୍କରେ ଯେଉଁ ଭ୍ରାନ୍ତ ଧାରଣା ଅପପ୍ରଚାର ହେଉଥିଲା ତାହାର ଅନ୍ତ ଘଟିଛି ବୋଲି ଶ୍ରୀପ୍ରଧାନ ଟ୍ୱିଟ୍ରେ ଉଲ୍ଲେଖ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons