ଭୁବନେଶ୍ୱର,(ବି.ବି.ବୁ୍ୟରୋ):ପ୍ରଦର୍ଶନୀପଡ଼ିଆରେ ଚାଲିଥିବା ମିଶନ ଶକ୍ତି ମେଳାର ବୁଧବାରପରିବେଶ ଥିଲା ଭିନ୍ନ । ସବୁକିଛି ଲାଗୁଥିଲା ନିଆରା । କେଉଁଠି ରେଡ୍ କାର୍ପେଟ୍ପଡ଼ୁଥିଲା ତ ଆଉ କେଉଁଠି ଝିଅମାନେ ସଜେଇ ହୋଇ ଠିଆ ହୋଇଥିଲେ । ବୁଝୁବୁଝୁ ଜଣାପଡ଼ିଲା, ମେଳା ବୁଲିବାକୁ ଆସିବେ ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ । କିଛି ସମୟପରେ ମେଳା ଭିତରକୁପଶିଲା ଏକ୍ସର୍ଟ ଗାଡ଼ି । ଆଉ ଏହାର କିଛି ମିନିଟ୍ ବ୍ୟବଧାନରେପହଞ୍ଚିଲେ ମୁଖ୍ୟମନ୍ତ୍ରୀ । ନବୀନ ଗାଡ଼ିରୁ ଓହ୍ଲାଇବା ମାତ୍ରେ ମହିଳାମାନେ ଶଙ୍ଖ ବଜାଇ ହୁଳହୁଳି ଦେଲେ । ମୁଖ୍ୟମନ୍ତ୍ରୀ ମେଳାରେ ବାମପଟେ ଥିବା ଷ୍ଟଲ୍ ଆଡ଼କୁ ସିଧା ଚାଲିଲେ ।ପାଖରେ ଥିବା ଅଧିକାରୀମାନେ ବିଭିନ୍ନ ଜିନିଷ ବିଷୟରେ ତାଙ୍କୁ କହୁଥିଲେ । କିନ୍ତୁ ୪-୫ଟି ଷ୍ଟଲ୍ ଯିବାପରେ ହଠାତ୍ ଗୋଟିଏ ଷ୍ଟଲ୍ ନିକଟରେ ଅଟକିଗଲେ ନବୀନ । ଷ୍ଟଲ୍ରେ ଥୁଆ ହୋଇଥିବା ପେନ୍ ଷ୍ଟାଣ୍ଡ୍ ଓ ଗହଣା ବାକ୍ସ ଆଡ଼କୁ ଆଙ୍ଗୁଠି ଦେଖାଇଲେ । ଗହଣା ବାକ୍ସର ଦାମ୍ ବୁଝିଲେ । ୨୫୦ ଟଙ୍କା ଦେଇ ବାକ୍ସ କିଣିଲେ ।
ଏହାପରେପୁଣି ଆଗକୁ ଥିବା ଷ୍ଟଲ୍ ଆଡ଼କୁ ଚାଲିଲେ । ଦୁଇଟି ଷ୍ଟଲ୍ପରେ ଆଉ ଏକ ଷ୍ଟଲ୍ ନିକଟରେ ଠିଆ ହେଲେ । କାର୍ପେଟ୍ ଆଡ଼କୁ ହାତ ଦେଖାଇ କ’ଣ ବୋଲିପଚାରି ବୁଝିଲେ । ଷ୍ଟଲ୍ ଭିତରେ ଥିବା ମହିଳାମାନେ ଏହା ଝୋଟରୁ ତିଆରି କାର୍ପେଟ୍ ବୋଲି କହିଲେ । ଏହାପରେ ସେପୁଣି ଦୁଇଟି ଷ୍ଟଲ୍ ଯିବାପରେ ଅଟକିଲେ । ଷ୍ଟଲ୍ ଭିତରରେ ଥୁଆ ହୋଇଥିବା ଏକ ବ୍ୟାଗ୍ ଆଡ଼କୁ ଆଙ୍ଗୁଠି ଦେଖାଇଲେ । ଭିତରେ ଥିବା ମହିଳା ଜଣକ ବ୍ୟାଗ୍ କାଢ଼ି ଦେଖାଇଲେ । ମୁଖ୍ୟମନ୍ତ୍ରୀ ଏହା କେଉଁଥିରୁ ତିଆରି ବୋଲିପଚାରିଲେ । ସବାଇ ଘାସରୁ ତିଆରି ହୋଇଛି ବୋଲି ମହିଳା ଜଣକ କହିବାପରେ ସେ ସପିଂ ବ୍ୟାଗ୍ଟିର ଦାମ୍ପଚାରିଲେ । ଶେଷରେ ୨୫୦ ଟଙ୍କା ଦେଇ ବ୍ୟାଗ୍ଟି କିଣିଲେ ।
ମେଳାରେ ମହିଳା ସ୍ୱୟଂ ସହାୟକ ଗୋÂୀ ଓ ଉପôାଦକ ଗୋÂୀରପାଖାପାଖି ୧୯ଟି ଷ୍ଟଲ୍ ମୁଖ୍ୟମନ୍ତ୍ରୀ ବୁଲିଥିଲେ । ମାଣ୍ଡିଆରୁପ୍ରସ୍ତୁତ ବିଭିନ୍ନ ଖାଦ୍ୟ ସାମଗ୍ରୀର ମିଲେଟ୍ କାଫେ, ଗୁଆ ବାହୁଙ୍ଗାରୁପ୍ରସ୍ତୁତ ଖଲି ଓ ଦନା, ଡୋକ୍ରା ଶିଳ୍ପ, ସବାଇ ଶିଳ୍ପ, ଟେରାକୋଟା, ବାଉଁଶ ଜାତ ଦ୍ରବ୍ୟ, କାଠରେ ତିଆରି ସାମଗ୍ରୀ ସବୁ ଦେଖିଥିଲେ । ସାମଗ୍ରୀ ସବୁ କେଉଁଥିରୁ ତିଆରି ହେଉଛି? କେମିତିପ୍ରସ୍ତୁତ ହେଉଛି? ବିକ୍ରିବଟା ଠିକ୍ରେ ଚାଲିଛି କି ନାହିଁ ବୋଲି ମହିଳାମାନଙ୍କୁପଚାରିଥିଲେ । ସେମାନଙ୍କପ୍ରଚେଷ୍ଟାକୁପ୍ରଶଂସା କରିଥିଲେ ।
ଓଡ଼ିଶାରେ ମହିଳାଙ୍କ ସାମାଜିକ ଓ ଅର୍ଥନୈତିକ ସଶକ୍ତିକରଣ ଦିଗରେ ଏସ୍ଏଚ୍ଜିର ଉଲ୍ଲେଖନୀୟ ସାମୁହିକ ଅବଦାନକୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ, ମିଶନ ଶକ୍ତିର ଉପଦେଷ୍ଟା ଲୋପାମୁଦ୍ରା ବକ୍ସିପାତ୍ର, ବିଭାଗୀୟ ସଚିବ ଅନୁ ଗର୍ଗ, ମିଶନ ଶକ୍ତିର ନିଦେ୍ର୍ଧଶକ ସୁଜାତା ଆର୍. କାର୍ତ୍ତିକେୟନ, ଏନ୍ଆର୍ଏଲ୍ଏମ୍ର ନିଦେ୍ର୍ଧଶକ ରାଜେଶପ୍ରଭାକରପାଟିଲପ୍ରମୁଖ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.