ନୁଆଦିଲ୍ଲୀ : ସଂସଦରେ ନାଗରିକତା ସଂଶୋଧନ ବିଲ୍ ପାସ୍ କରାଇବା ସହିତ ମୋଦି ୨.୦ ସରକାର ଅନେକ ବଡ ଚାଲେଞ୍ଜପୂର୍ଣ୍ଣ ଏବଂ ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ନିଜ ଦ୍ୱିତୀୟ କାର୍ୟ୍ୟକାଳରେ ମୋଦି-ଶାହଙ୍କ ଯୋଡି ଅନେକ କ୍ରାନ୍ତିକାରୀ ନିଷ୍ପତ୍ତି ନେଇଛନ୍ତି । ସାରା ଦେଶ ଗତ ୭୦ ବର୍ଷ ହେଲାଣି ଯେଉଁ ସ୍ୱପ୍ନ ଦେଖିଆସୁଥିଲା ତାକୁ ମୋଦି ସରକାର ପୂରଣ କରିଦେଲେ ।
ମୋଦି ସରକାର ନିଜ ଦ୍ୱିତୀୟ କାର୍ୟ୍ୟକାଳରେ ଜମ୍ମୁ-କଶ୍ମୀରରୁ ଆର୍ଟିକଲ୍ ୩୭୦ ହଟାଇବା, ନାଗରିକତା ସଂଶୋଧନ ବିଲ୍ ଆଣିବା ଓ ୩ ତଲାକ୍ ବିରୁଦ୍ଧରେ ଆଇନ୍ ପ୍ରଣୟନ ନେଇ କଥା ଦେଇଥିଲେ । ଏହାକୁ ପୂରଣ କରିବା ପରେ ଏବେ ମୋଦି ସରକାର ସମାନ ନାଗରିକ ସଂହିତା ବିଲ୍ ଓ ଜନସଂଖ୍ୟା ନିୟନ୍ତ୍ରଣ ଆଇନ୍ ଉପରେ ମଧ୍ୟ କାମ ଆରମ୍ଭ କରିବାକୁ ଯାଉଛନ୍ତି । ଶୀତକାଳୀନ ଅଧିବେଶନରେ ନାଗରିକତା ସଂଶୋଧନ ବିଲ୍ ଉପରେ ନୂଆ ଆଇନ୍ ପ୍ରସ୍ତୁତ କରି ମୋଦି ସରକାର ଏହା ପ୍ରମାଣ କରିଦେଇଛନ୍ତି ଯେ ୨୦୨୪ ସୁଦ୍ଧା ସେ ନିଜର ସମସ୍ତ ରାଜନୈତିକ ଏଜେଣ୍ଡା ପୂରା କରିଦେବେ ।
Comments are closed, but trackbacks and pingbacks are open.