ମେରାଇନ୍ ଡ୍ରାଇଭ୍ ଇକୋ ରିଟି୍ରଟ୍ : ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଗୁଜରାଟର ରନ୍ ଉତ୍ସବ, ଗୋଆ ବିଚ୍ ଫେଷ୍ଟିଭାଲ୍ ଓ ଡାମନଡିୟୁର ବିଚ୍ ଫେଷ୍ଟିଭାଲ୍ ପରି ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ୍ ରୋଡ୍ ରାମଚଣ୍ଡୀ ମୁହାଣଠାରେ ପ୍ରଥମଥର ପାଇଁ ଅନୁÂିତ ହେବ ମେରାଇନ୍ ଡ୍ରାଇଭ୍ ଇକୋ ରିଟ୍ରିଟ୍ । ଚନ୍ଦ୍ରଭାଗା ବେଳାଭୂମିର ୪କିଲୋମିଟର ଦୂରରେ ଅନୁÂିତ ହେବ ଏହି କାର୍ଯ୍ୟକ୍ରମ, ଯାହା ଦେଢ଼ ମାସ ଧରି ଚାଲିବ ଉତ୍ସବ । ଏହା ୪୯ ଦିନ ଧରି ଚାଲିବ । ୧୪ ଡିସେମ୍ବରରୁ ୩୧ ଜାନୁଆରୀ ପର୍ଯ୍ୟନ୍ତ ଆୟୋଜିତ ହେବ ଏହି କାର୍ଯ୍ୟକ୍ରମ । ଶନିବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍ଘାଟନ କରିବେ । ଏଥିପାଇଁ ମୋଟ ୪.୮୨ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଶୁକ୍ରବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଓଡ଼ିଶା ପର୍ଯ୍ୟଟନ ବିଭାଗ କମିଶନର ତଥା ସଚିବ ବିଶାଲ ଦେବ କହିଛନ୍ତି, ଯାତାୟାତ ଓ ଅନ୍ୟାନ୍ୟ ଦୃଷ୍ଟିକୋଣରୁ କୋଣାର୍କକୁ ଏହି ଉତ୍ସବ ଲାଗି ବଛା ଗଲା । ପ୍ରଥମତଃ ରାଜ୍ୟର ରାଜଧାନୀ ଭୁବନେଶ୍ୱରରୁ କୋଣାର୍କ ଯିବାକୁ ସବୁ ସୁବିଧା ରହିଛି । ଦ୍ୱିତୀୟତଃ ସୁନ୍ଦର ବେଳାଭୂମି । ଏଥିଲାଗି ସମସ୍ତ ଅନୁମତି ଓ ପରିବେଶ ମଞ୍ଜୁରି ନିଆଯାଇଛି । ଯେଉଁ ଏଜେନ୍ସି ଏହାର ଆୟୋଜନ ଦାୟିତ୍ୱ ନେଇଛନ୍ତି, ସେମାନେ କହିଛନ୍ତି ଆମେ ବିଭିନ୍ନ ସ୍ଥାନରେ ଆୟୋଜନ କରିଛୁ କିନ୍ତୁ ଏତେ ସୁନ୍ଦର ବେଳାଭୂମି ପାଇନୁ । ଉତ୍ସବ ସ୍ଥଳୀକୁ ୩ଟି ଭାଗରେ ବିଭକ୍ତ କରାଯାଇଛି । ଗୋଟିଏ ପାଖରେ ସର୍ବସାଧାରଣ, ଅନ୍ୟପାଖରେ କଟେଜ୍ରେ ରହିବା ପାଇଁ ବୁକିଂ କରିଥିବା ଅତିଥି ଓ ଅନ୍ୟଟି ସ୍ଥଳଟିରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ମଣ୍ଡପ କରାଯାଇଛି । ବର୍ତ୍ତମାନ ସୁଦ୍ଧା ୧୮୪ ନାଇଟ୍ ବୁକିଂ ଶେଷ ହୋଇଛି । ସେଥିରେ ସ୍ୱଳ୍ପ ସଂଖ୍ୟକ ବିଦେଶୀ ଏବଂ ବହୁ ସଂଖ୍ୟକ ଦେଶୀ ପର୍ଯ୍ୟଟକ ରହିଛନ୍ତି । ପ୍ୟାକେଜ୍ ଅନୁସାରେ ଯେଉଁମାନେ ବୁକିଂ କରିଛନ୍ତି ସେମାନଙ୍କୁ ଭୁବନେଶ୍ୱରରୁ ଯିବା ଆସିବା, ଖାଇବା, ରହିବା, ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ସହ ଜଳକ୍ରୀଡ଼ା ଓ ଦୁଃସାହସିକ କାର୍ଯ୍ୟକ୍ରମରେ ଭାଗ ନେବେ । ବିଶେଷକରି ରହଣୀ ପାଇଁ ୫୦ଟି କଟେଜ୍ ନିର୍ମାଣ ହୋଇଛି । ତାହା ୪ ପ୍ରକାରର ରହିଛି । ଯେଉଁଠି ସମସ୍ତ ଅତ୍ୟାଧୁନିକ ସୁବିଧା ମିଳିପାରିବ । ଏହାର ଦର ୯ ହଜାର ଟଙ୍କାରୁ ଆରମ୍ଭ କରି ୨୨ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି । ସ୍ଥାନୀୟ ଲୋକଙ୍କ ପାଇଁ ଏବଂ ଅନ୍ୟମାନଙ୍କ ପ୍ରବେଶ ପାଇଁ ଜଣକ ପିଛା ୫୦ ଟଙ୍କା ଟିକେଟ୍ ରହିଛି । ଯେଉଁମାନେ କଟେଜ୍ ଅଞ୍ଚଳକୁ ଯାଇପାରିବେନି କେବଳ ସର୍ବସାଧାରଣଙ୍କ ପାଇଁ ଉର୍ଦ୍ଧିଷ୍ଟ ସ୍ଥଳରେ ବୁଲିପାରିବେ, ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିପାରିବେ । ହସ୍ତଶିଳ୍ପ ମେଳା କିଣାବିକା, ଖାଦ୍ୟ ପ୍ରାଙ୍ଗଣରେ ଖାଦ୍ୟ ଖାଇ ଜଳକ୍ରୀଡ଼ା ଓ ଦୁଃସାହସିକ କାର୍ଯ୍ୟକ୍ରମରେ ଭାଗ ନେଲେ ଅଲଗା ଅର୍ଥ ଦେବାକୁ ପଡ଼ିବ । ବାକି ୪ଟି ନୂଆ ରେସ୍ତୋରାଁ ଓ ବାର୍ ନିର୍ମାଣ କରାଯାଇଛି । ପ୍ରତିଦିନ ଦୁଃସାହସିକ କାର୍ଯ୍ୟକ୍ରମ ଜେଟ୍ସ୍କି, ସ୍ପିଡ୍ ବୋଟ୍, ବାନାନା ରାଇଡ୍, ଏଟିଭି ରାଇଡ୍, ବାଇସାଇକେଲ, ଆର୍ଚେର, ରାଇଫଲ୍ ସୁଟିଂ, ୱାଟର୍ ରୋଲର୍, ବଡ଼ ଜର୍ବିଂ, ଟ୍ରାମ୍ପୋଲିନ୍, ପାରାସେଲିଂ କରିବାର ସୁବିଧା ମିଳିବ । ସେହିପରି ବିଭିନ୍ନ ପ୍ରକାରର ସୁସ୍ୱାଦୁ ବ୍ୟଞ୍ଜନ ଖାଇବାକୁ ମିଳିବ । ମେଫେୟାର ପକ୍ଷରୁ ଏହାକୁ ପରଷାଯିବ । ସେହିପରି ହସ୍ତଶିଳ୍ପ ମେଳା ସାଙ୍ଗକୁ ବେଳାଭୂମିରେ ବିଭିନ୍ନ ପ୍ରକାର କଳା ପ୍ରଦର୍ଶିତ ହେବ । ସେହିପରି ୧୫୦ ଜଣିଆ ଏକ ସମ୍ମିଳନୀ କକ୍ଷ ମଧ୍ୟ ନିର୍ମାଣ କରାଯାଇଛି । ଯେଉଁଠି ଜାତୀୟ ପର୍ଯ୍ୟଟନ ସମ୍ମିଳନୀ ଅନୁÂିତ ହେବ । ପ୍ରତି ସନ୍ଧ୍ୟାରେ କଟେଜ୍ ଅତିଥିଙ୍କ ପାଇଁ ଓଡ଼ିଶାର ପାରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ଏଥିସହିତ ପ୍ରତି ଶନିବାର ଷ୍ଟାର୍ ନାଇଟ୍ ଆୟୋଜିତ ହେବ । ବଲିଉଡର କଣ୍ଠଶିଳ୍ପୀ ଓ ପ୍ରସିଦ୍ଧ ରକ୍ବ୍ୟାଣ୍ଡ୍ମାନେ ଏଥିରେ ଯୋଗଦେବେ । ଆସନ୍ତାକାଲି ସନ୍ଧ୍ୟାରେ ୟୁଫୋରିଆ ବ୍ୟାଣ୍ଡ୍, ୨୧ ଡିସେମ୍ବରରେ ଇଣ୍ଡିଆନ୍ ଓସନ୍, ୨୫ ଡିସେମ୍ବରରେ ହର୍ଷଦୀପ କୌର, ୩୦ ଡିସେମ୍ବରରେ ମାମେ ଖାନ୍, ୪ ଜାନୁଆରୀରେ ବେନୀ ଦୟାଲ, ୧୧ ଜାନୁଆରୀରେ ପାପନ, ୧୮ ଜାନୁଆରୀରେ ଦିବ୍ୟ କୁମାର, ୨୩ ଜାନୁଆରୀରେ ସଲିମ୍-ସୁଲେମାନ, ୩୧ ଜାନୁଆରୀରେ କ୍ରିଷ୍ଣା ବେଉରା ସଙ୍ଗୀତ ପରିବେଷଣ କରିବେ ।
ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ପର୍ଯ୍ୟଟନ ବିଭାଗ ନିଦେ୍ର୍ଧଶକ ସଚ୍ଚିନ ଆର୍ ଯାଦବ କହିଛନ୍ତି, ପର୍ଯ୍ୟଟକଙ୍କ ଆକର୍ଷଣକୁ ଦେଖି ଉତ୍ସବକୁ ପ୍ରଥମେ ମାସ କରାଯାଇଥିଲା । ପରେ ଦେଢ଼ ମାସକୁ ବଢ଼ାଯାଇଛି । ଯଦି ସଫଳ ହୁଏ, ଆଗାମୀ ବର୍ଷଠୁ ନିୟମିତ କରାଯିବ । ଦରକାର ପଡ଼ିଲେ ସମୟ ଅବଧି ମଧ୍ୟ ବଢ଼ାଯିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons