ଭୁବନେଶ୍ୱର, (ବି.ବି.ବୁ୍ୟରୋ): ବାଲେଶ୍ୱରରୁ ବାହାରିଲା ଟ୍ରେନ । ବରିÂ ନାଗରିକଙ୍କୁ ତୀର୍ଥଯାତ୍ରାରେ ନେଇ ଗଲା ହରଦ୍ୱାର-ଋଷିକେଶ ଅଭିମୁଖେ । ୯୭୦ଜଣଙ୍କ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଛି ଏହି ସ୍ୱତନ୍ତ୍ର ଟ୍ରେନ । ବରିÂ ନାଗରିକଙ୍କ ଏହି ତୀର୍ଥଯାତ୍ରାକୁ ଆଜି ଲୋକସେବା ଭବନରୁ ଭିଡିଓ କନ୍ଫରେନ୍ସିଂ ଜରିଆରେ ଶୁଭାରମ୍ଭ କରିବା ସହ ଯାତ୍ରୀଙ୍କୁ ଶୁଭକାମନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆଇଆର୍ସିଟିସି ସହଯୋଗରେ ୨୦୧୬ରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏଯାବତ୍ ୧୨ଟି ତୀର୍ଥଯାତ୍ରୀ ଦଳ ଦେଶର ବିଭିନ୍ନ ତୀର୍ଥ ସ୍ଥାନ ବୁଲି ଦେଖିବାର ସୁଯୋଗ ପାଇଛନ୍ତି । ଆଜି ବାଲେଶ୍ୱର ଷ୍ଟେସନରୁ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, ଯାଜପୁର, କେନ୍ଦୁଝର ଜିଲ୍ଲାର ୯୭୦ଜଣ ତୀର୍ଥଯାତ୍ରାକୁ ନେଇ ଏକ ସ୍ୱତନ୍ତ୍ର ଟ୍ରେନ୍ ହରିଦ୍ୱାର ଅଭିମୁଖେ ଯାତ୍ରା ଆରମ୍ଭ କରିଛି । ଯାତ୍ରୀମାନଙ୍କୁ ସହାୟତା ଯୋଗାଇବା ପାଇଁ ୩୦ଜଣ ଏସ୍କର୍ଟ ଅଫିସର ମଧ୍ୟ ଯାଇଛନ୍ତି । ତୀର୍ଥଯାତ୍ରାରେ ଯାଉଥିବା ଯାତ୍ରୀମାନେ ସରକାରଙ୍କ ଏହି କାର୍ଯ୍ୟକ୍ରମର ଉଚ୍ଚପ୍ରଶଂସା କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ଅବସରରେ ବାଲେଶ୍ୱର ଷ୍ଟେସନରେ ଆୟୋଜିତ କାର୍ଯ୍ୟକ୍ରମରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ବିଧାୟକମାନେ ଉପସ୍ଥିତ ରହି ତୀର୍ଥଯାତ୍ରୀମାନଙ୍କୁ ବିଦାୟ ଜଣାଇଥିଲେ ।
ଶୁକ୍ରବାର ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଆର୍.ବାଲକ୍ରିଷ୍ଣନ, ଉନ୍ନୟନ କମିଶନର ସୁରେଶ ମହାପାତ୍ର୍ର, ୫-ଟି ସଚିବ ଭି.କେ.ପାଣ୍ଡିଆନ ଓ ପର୍ଯ୍ୟଟନ ସଚିବ ବିଶାଲ ଦେବ ପ୍ରମୁଖ ଉପସ୍ଥିତ ଥିଲେ ।
ସୂଚନାଯୋଗ୍ୟ, ୨୦୧୬ରୁ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଅଞ୍ଚଳର ପ୍ରାୟ ୧୨ ହଜାର ବରିÂ ନାଗରିକମାନେ ତୀର୍ଥ ଭ୍ରମଣର ସୁଯୋଗ ପାଇଛନ୍ତି । ୨୦୧୯-୨୦ ବର୍ଷରେ ୩ଟି ତୀର୍ଥ ଯାତ୍ରୀ ଦଳ ବ୍ରହ୍ମପୁରରୁ ରାମେଶ୍ୱର-ମଦୁରାଇ, ସମ୍ବଲପୁରରୁ ଆଗ୍ରା-ମଥୁରା-ବୃନ୍ଦାବନ, ଭୁବନେଶ୍ୱରରୁ ଆଲାହାବାଦ-ବାରାଣାସୀକୁ ଭ୍ରମଣର ସୁଯୋଗ ପାଇପାରିବେ ।
Comments are closed, but trackbacks and pingbacks are open.