ଟାଟା ଷ୍ଟିଲ୍ ଯୁବ ଜ୍ୟୋର୍ତିବିଜ୍ଞାନୀ ପ୍ରତିଭା ଅନ୍ୱେଷଣ:୨୦ ୟାଟସ୍ ବିଜେତାଙ୍କୁ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଟାଟା ଷ୍ଟିଲ୍ ଯୁବ ଜ୍ୟୋର୍ତିବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (ୟାଟସ୍)ର ଶ୍ରେÂ ୨୦ଜଣ ବିଜେତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମ୍ମାନିତ କରିଛନ୍ତି । ସମସ୍ତ ବିଜେତା ଆସନ୍ତା ମେ ମାସରେ ଇସ୍ରୋ ପରିଦର୍ଶନରେ ଯିବେ ।
ପଠାଣୀ ସାମନ୍ତ ପ୍ଲାନେଟାରିୟମରେ ସନ୍ଧ୍ୟାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ୟାଟ୍ସ ୨୦୧୯-୨୦ ସଂସ୍କରଣରେ ସାରା ରାଜ୍ୟର ୩୦୦ ସ୍କୁଲର ମୋଟ ୬୨ହଜାର ଛାତ୍ରଛାତ୍ରୀ ସାମିଲ ହୋଇଥିଲେ । ଏ ବର୍ଷ ପ୍ରତିଯୋଗିତାର ବିଷୟବସ୍ତୁ ଥିଲା ‘ଅନରାଭେଲିଂ ଦି ୱାଣ୍ଡର୍ସ ଅଫ୍ ୟୁନିଭର୍ସ’ ବା ବ୍ରହ୍ମାଣ୍ଡର ଚମକ୍ରାରକୁ ଉନ୍ମୋଚନ କରିବା । ଏହି ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ ଶ୍ରେÂ ୨୦ଜଣ ବିଜେତା ଘୋଷିତ ହୋଇଥିଲେ । ମୁଖ୍ୟମନ୍ତ୍ରୀ ସମସ୍ତ ବିଜେତାଙ୍କୁ ସମ୍ମାନିତ କରିଥିଲେ । ବିଜେତାଙ୍କୁ ପ୍ରଂଶସା କରି ସେ କହିଥିଲେ, ଟାଟା ଷ୍ଟିଲ୍ ପକ୍ଷରୁ ହେଉଥିବା ଯୁବ ଜ୍ୟୋର୍ତିବିଜ୍ଞାନୀ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ମହାକାଶ ବିଜ୍ଞାନ କ୍ଷେତ୍ରରେ ପିଲାଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ପାଇଁ ଏକ ବଡ଼ ପ୍ଲାଟ୍ଫର୍ମ । ଦେଶର ଜ୍ୟୋର୍ତିବିଜ୍ଞାନ ଓ ମହାକାଶ ବିଜ୍ଞାନର ଗବେଷଣା ଓ ବିକାଶ କ୍ଷେତ୍ରରେ ଏହା ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଜ୍ୟୋର୍ତିବିଦ୍ ଓ ବୈଜ୍ଞାନିକ ହେବାକୁ ଇଚ୍ଛା ରଖୁଥିବା ଏହି ଛାତ୍ରଛାତ୍ରୀମାନଙ୍କୁ ଟାଟା ଷ୍ଟିଲ୍ ପକ୍ଷରୁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପରିଦର୍ଶନରେ ନିଆଯିବ । ସେମାନେ ମହାକାଶ ବିଜ୍ଞାନର ବାସ୍ତବିକ ପ୍ରୟୋଗର ଅନୁଭୂତି ହାସଲ କରିବାକୁ ସୁଯୋଗ ପାଇବେ । ଟାଟା ଷ୍ଟିଲ୍ର ସିଇଓ ତଥା ଏମ୍ଡି ଟି ଭି ନରେନ୍ଦ୍ରନ ୟାଟସ୍ର ବିଜେତା ଓ ଅଂଶଗ୍ରହଣକାରୀଙ୍କୁ ଅଭିନନ୍ଦନ ଜଣାଇଥିଲେ । ଜ୍ୟୋର୍ତିବିଦ୍ୟା ଓ ମହାକାଶ ବିଜ୍ଞାନରେ ଆମ ଦେଶ ଉଲ୍ଲେଖନୀୟ ସଫଳତା ପାଇଛି । ପ୍ରଯୁକ୍ତି ଓ ଉଦ୍ଭାବନ କ୍ଷେତ୍ରରେ ଯୁବପିଢ଼ିଙ୍କ ଜ୍ଞାନକୁ ବଢ଼ାଇବା ଓ ସେମାନଙ୍କୁ ଏଥିପାଇଁ ପ୍ରେରିତ କରିବାକୁ ୟାଟସ୍ ଏକ ପ୍ରୟାସ ବୋଲି ସେ କହିଥିଲେ ।
ଏହି ଅବସରରେ ବିଶିଷ୍ଟ ଗବେଷକ ଓ ବୈଜ୍ଞାନିକ ତଥା ନାଇଜର୍ ନିଦେ୍ର୍ଧଶକ ଡା. ସୁଧାକର ପଣ୍ଡାଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ । ୟାଟସ୍ ବିଜେତାଙ୍କୁ ନେଇ ତାଙ୍କର ଏକ ମତବିନିମୟ ଅଧିବେଶନ ହୋଇଥିଲା । ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗର ଅତିରିକ୍ତ ସଚିବ ତଥା ପଠାଣୀ ସାମନ୍ତ ପ୍ଲାନେଟାରିୟମର ନିଦେ୍ର୍ଧଶକ ରସିଦ୍ ଖାନ, ଟାଟା ଷ୍ଟିଲ ସିଇଓ ଓ ଟାଟା ଷ୍ଟିଲ କର୍ପୋରେଟ ସେବା ବିଭାଗର ଉପସଭାପତି ଚାଣକ୍ୟ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons