ଡିସେମ୍ବର ସୁଦ୍ଧା ବିଜେପି ରାଜ୍ୟ ସଭାପତି ନିର୍ବାଚନ: ଅରୁଣ ସିଂହ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଡିସେମ୍ବର ଶେଷ ସୁଦ୍ଧା ବିଜେପି ରାଜ୍ୟ ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଶେଷ ହେବ । ରାଜ୍ୟ ବିଜେପିର ନୂଆ ସଭାପତି ଚୟନ ମଧ୍ୟ ସରିବ । ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂହ ଏ ସୂଚନା ଦେଇଛନ୍ତି । ତେବେ କିଏ ରାଜ୍ୟ ବିଜେପିର ମଙ୍ଗ ଧରିବ ତାହାକୁ ନେଇ ଏଯାଏ ସସ୍ପେନସ ଲାଗି ରହିଛି ।
ରାଜ୍ୟସଭାକୁ ସାଂସଦ ଭାବେ ନିର୍ବାଚିତ ହେବା ପରେ ଆଜି ପ୍ରଥମ ଥର ପାଇଁ ଓଡିଶା ଗସ୍ତରେ ଆସିଛନ୍ତି ଶ୍ରୀ ସିଂହ । ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରେ ନିର୍ଯାତନାର ଶିକାର ହୋଇଥିବା ସଂଖ୍ୟାଲଘୁ ସଂପ୍ରଦାୟର ଶରଣାର୍ଥୀମାନଙ୍କୁ ଭାରତର ନାଗରିକତ୍ୱ ପ୍ରଦାନ କରିବା ପାଇଁ ଯେଉଁ ଆଇନ ପ୍ରଣୟନ ହେଲା, ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହଙ୍କୁ ଶ୍ରୀ ସିଂହ ଅଭିନନ୍ଦନ ଜଣାଇଛନ୍ତି । ଏନେଇ ସବୁ ଜିଲ୍ଲାରେ ବୁଦ୍ଧିଜୀବୀ ସମ୍ମିଳନୀ ଆୟୋଜନ କରାଯିବ । ଶରଣାର୍ଥୀ ଶିବିରକୁ ଯାଇ ଏ ନୂଆ ବ୍ୟବସ୍ଥା ସଂପର୍କରେ ସଚେନତ କରାଯିବ । କେବଳ କଂଗ୍ରେସ ଓ କମୁ୍ୟନିଷ୍ଟ ଶାସିତ ରାଜ୍ୟରେ ଏହାକୁ ବିରୋଧ କରାଯାଉଛି । ଏହା ଠିକ୍ ନୁହେଁ । ଏହି ପଦକ୍ଷେପ ଭାରତର ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ ବୋଲି ସେ କହିଛନ୍ତି । ଧାରା ୩୭୦ ଉଚ୍ଛେଦ ହେବା, ସମସ୍ତଙ୍କ ପ୍ରୟାସରେ ସର୍ବସମ୍ମତି କ୍ରମେ ଅଯୋଧ୍ୟାରେ ଶ୍ରୀରାମଜନ୍ମଭୂମି ଠାରେ ମନ୍ଦିର ନିର୍ମାଣ ପାଇଁ ମାର୍ଗ ପ୍ରସ୍ତୁତ ହେବା ପରେ ଏବେ ନାଗରିକତା ସଂଶୋଧନ ବିଲ୍ ପାରିତ ହୋଇ ପାରିଛି । ଏହାଦ୍ୱାରା ଏହି ଶରଣାର୍ଥୀମାନଙ୍କୁ ଲାଭ ମିଳିବ ବୋଲି ଶ୍ରୀ ସିଂହ କହିଛନ୍ତି । ବିଜେପି ରାଜ୍ୟ ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ବିଷୟରେ ଶ୍ରୀ ସିଂହ କହିଛନ୍ତି, ବିଜେପି ରାଜ୍ୟ ସଭାପତି ପଦ ପାଇଁ ଏକ ମତଦାତା ସୂଚୀ ତିଆରି କରାଯାଇଥାଏ । ଏଥିରେ ସମସ୍ତ ସାଂଗଠନିକ ଜିଲ୍ଲାର ଜିଲ୍ଲା ସଭାପତି ଓ ରାଜ୍ୟ ପରିଷଦର ସଦସ୍ୟମାନେ ରହିଥାନ୍ତି । ଏହି ମତଦାତା ସୂଚୀର ସଦସ୍ୟମାନେ ରାଜ୍ୟ ସଭାପତି ବାଛିବେ । ନୂଆ ସଭାପତିଙ୍କୁ ଏହି ମତଦାତା ସୂଚୀରେ ଥିବା ମତଦାତାମାନେ ସ୍ଥିର କରିବେ ।
ବିଜେପି ପକ୍ଷରୁ ସାଂସଦ ଶ୍ରୀ ସିଂହଙ୍କୁ ଭୁବନେଶ୍ୱର ବିମାନ ବନ୍ଦରଠାରେ ବ୍ୟାପକ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ବିମାନବନ୍ଦରରେ ସାଧାରଣ ସମ୍ପାଦକ ଭୃଗୁ ବrିପାତ୍ର, ପୃଥ୍ୱୀରାଜ ହରିଚନ୍ଦନ, ମୁଖପାତ୍ର ସୁଦୀପ୍ତ ରାୟ ପ୍ରମୁଖ ଉପସ୍ଥିତ ରହିଥିଲେ । ଦଳୀୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରମୁଖ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons