ଭୁବନେଶ୍ୱର,(ବି.ବି.ବୁ୍ୟରୋ): ବିଶ୍ୱ ଜ୍ଞାନ ଆଧାରିତ ଅର୍ଥନୀତି ଆଡ଼କୁ ବଢୁଥିବା ବେଳେ ଶିଳ୍ପ ବିପ୍ଲବ ୪.୦ରେ ଭାରତୀୟଙ୍କୁ ମାଲିକ ହେବାକୁ ପଡିବ । ବିଫଳତାକୁ ବିଜୟ କରି ଆଗକୁ ଆଗକୁ ବଢିବାକୁ ପଡିବ ବୋଲି ରବିବାର ନୂଆଦିଲ୍ଲୀଠାରେ ଭାରତ କେମିକାଲ ଇଞ୍ଜିନିୟରିଂ କଂଗ୍ରେସ ପକ୍ଷରୁ ଆୟୋଜିତ କେମ୍କନ୍ ୨୦୧୯ର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଅର୍ଥନୀତିକୁ ସ୍ଥାନୀୟକରଣ କରିବାରେ, ଆମଦାନିକୁ ବଢାଇ ରପ୍ତାନିକୁ କମାଇବାରେ ଏବଂ ବିଦେଶୀ ଖର୍ଚ୍ଚକୁ କମାଇବାର ଚାବିକାଠି ରସାୟନ ବିଜ୍ଞାନ ବିଭାଗ ପାଖରେ ରହିଛି । ଏହି ବିଭାଗ ହିଁ ଭାରତୀୟ ଅର୍ଥନୀତିକୁ ସୁଦୃଢ଼ କରିପାରିବ । ସେ ଆହୁରି କହିଛନ୍ତି ଯେ ସ୍ୱାଧୀନତାର ୭୨ ବର୍ଷ ପରେ ବି ଭାରତ ଆଜି ଅନେକ ସମସ୍ୟା ଦେଇ ଗତି କରୁଛି । ଅନ୍ୟ ଦେଶ ତୁଳନାରେ ଦେଶରେ ନୀତି ନିର୍ଦ୍ଧାରଣକାରୀ, ଅନୁÂାନ ଏବଂ ଶିଳ୍ପର ତାଳମେଳ ନ ରହିବା କାରଣରୁ ବିଫଳତାକୁ ସଫଳତାରେ ରୂପାନ୍ତର କରିବା ସମ୍ଭବ ହେଉନାହିଁ । ଏହାର ସମାଧାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତବର୍ଷର ଯୁବ ବର୍ଗଙ୍କଠାରୁ ଅନେକ ଆଶା ରଖିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶର ପ୍ରଥମ ସିନଗ୍ୟାସ ପ୍ଲାଣ୍ଟ ଓଡ଼ିଶାର ତାଳଚେରରେ ପ୍ରତିÂା କରାଯିବ । ଏହାର କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଯାଇଛି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଏକବିଂଶ ଶତାବ୍ଦୀ ଜ୍ଞାନ ଆଧାରିତ ଅର୍ଥନୀତି ଆଡ଼କୁ ଗତି କରୁଛି । ତେଣୁ ବିଶ୍ୱ ଦୃଶ୍ୟପଟ୍ଟରେ ଭାରତ ପାଖରେ ନୂଆ ସୁଯୋଗମାନ ରହିଛି । ଏହି ସମୟରେ ଦେଶକୁ ବିଫଳତାକୁ ସାମ୍ନା କରି ଜିତିବାକୁ ହେବ । ଅପରପକ୍ଷରେ ଭାରତବର୍ଷର ସାଧାରଣ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବାର କ୍ଷମତା ରସାୟନ ବିଜ୍ଞାନ ବିଭାଗ ପାଖରେ ରହିଛି । ୨୦୩୦ ସୁଦ୍ଧା ଭାରତ ଦୁନିଆର ୧ ନମ୍ୱର ଉର୍ଜା ଉପଭୋକ୍ତା ହେବ ବୋଲି ସେ କହିଛନ୍ତି ।
ଭାରତରେ ସ୍ଥାନୀୟ ବାୟୋମାସରୁ ୫ ହଜାର ମିଥାନାଲ ପ୍ଲାଣ୍ଟ ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ଏଥିପାଇଁ ୫୦୦ ଉଦ୍ୟୋଗୀଙ୍କୁ ଏଲଓଆଇ ମଧ୍ୟ ପ୍ରଦାନ କରାଯାଇଛି । ଦେଶରେ ନବୀକରଣଯୋଗ୍ୟ ଉର୍ଜାରୁ ବିଦୁ୍ୟତ୍ଚାଳିତ ଗାଡି ନିର୍ମାଣ ହେବା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଅପରପକ୍ଷରେ ଦେଶରେ ୬୦୦ ନିୟୁତ ମେଟ୍ରିକ୍ ଟନ୍ ବାୟୋମାସ ଉପଲବ୍ଧ ରହିଛି ଏବଂ ଏହାକୁ ଉପଯୋଗ କରିବାର ଜ୍ଞାନ ରସାୟନ ବିଜ୍ଞାନ ବିଭାଗ ପାଖରେ ଅଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
Comments are closed, but trackbacks and pingbacks are open.