ନୂଆଦିଲ୍ଲୀରେ ରାଜେନ୍ଦ୍ରଭିଆନଙ୍କ ପ୍ଲାଟିନମ୍ ଜୁବୁଲି ପ୍ରସ୍ତୁତି ବୈଠକ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରାଜଧାନୀ ନୂଆଦିଲ୍ଲୀରେ ରାଜେନ୍ଦ୍ରଭିଆନଙ୍କ ପ୍ଲାଟିନମ ଜୁବୁଲି ପ୍ରସ୍ତୁତି ବୈଠକ କନ୍ଷ୍ଟିଚୁ୍ୟସନାଲ କ୍ଲବରେ ଅନୁÂିତ ହୋଇଯାଇଛି । କାର୍ଯ୍ୟକ୍ରମରେ ରାଜେନ୍ଦ୍ରଭିଆନ ଦିଲ୍ଲୀ ଚାପ୍ଟରର ଆବାହକ ଗଜେନ୍ଦ୍ର ସାହୁ ଦିଲ୍ଲୀରେ ଅବସ୍ଥାପିତ ବିଭିନ୍ନ ସମୟର ପୁରାତନ ଛାତ୍ରଙ୍କ ପରିଚୟ ପ୍ରଦାନ କରିଥିଲେ । ବଲାଙ୍ଗୀରରୁ ଯାଇଥିବା ରାଜେନ୍ଦ୍ରଭିଆନ ଦଳରେ ଅଲୁମ୍ନି ସଂଘ ସଂଯୋଜକ ହରିନାରାୟଣ ପୂଜାରୀ, ବରିÂ ସାମ୍ବାଦିକ ମନୋରଂଜନ ଯୋଶୀ, ପୂର୍ବତନ ଛାତ୍ର ସଂସଦ ସଭାପତି ଅନନ୍ତ ଦାଶ, ପୁରୁଷୋତ୍ତମ ନନ୍ଦ ଯୋଗଦେଇ ଉପସ୍ଥିତ ସଭ୍ୟଙ୍କ ମତାମତ ଲୋଡ଼ିଥିଲେ । ବୈଠକରେ ଆଲୁମ୍ନି ସଂଘର ସଭାପତି ଲଳିତ ନାୟକ ଦିଲ୍ଲୀରେ ବସବାସ କରୁଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ମା’ ମାଟିର ଡାକରାରେ ଏହି କୁମ୍ଭ ମେଳାରେ ଯୋଗଦେବାକୁ ଅନୁରୋଧ କରିଥିଲେ ।
ସୁନାମଧନ୍ୟ ଓଡ଼ିଶୀ ନୃତ୍ୟଶିଳ୍ପୀ ଈପ୍ସିତା ବେହୁରା ତାଙ୍କ କଲେଜ ଜୀବନର ସ୍ମୃତିକୁ ଅପାଶୋର କହି ଏବେ ବି ରାଜେନ୍ଦ୍ର କଲେଜର ଦୃଶ୍ୟପଟକୁ ଅନୁଭବ କରୁଥିବା ପ୍ରକାଶ କରିଥିଲେ । ଭାରତ ସରକାରଙ୍କ ସଫେମାର ଭାରପ୍ରାପ୍ତ ଅଧ୍ୟକ୍ଷ ଗୋପାଳ ମିଶ୍ର ଆବଶ୍ୟକୀୟ ଭିତ୍ତି ସଂରଚନା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହିତ କଲେଜ ପରିସର କିପରି ସବୁଜ ବନାନୀରେ ଭୂଷିତ କରିବା ସହ ସେଣ୍ଟର ଅଫ ଏrିଲେନ୍ସି ଭାବରେ ପରିଣତ ହେବ ସେ ଉପରେ ଗୁରୁତ୍ୱାରୋପ କରିଥିଲେ । ଭାରତ ସରକାରଙ୍କ ଟେrଟାଇଲ ବିଭାଗ ଯୁଗ୍ମ ସଚିବ ଯୋଗୀ ରଂଜନ ପାଣିଗ୍ରାହୀ ଗରିବ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ କଲେଜରେ ଉଚ୍ଚକୋଟିର ଶିକ୍ଷାରୁ ବଞ୍ଚିତ ନ ହେବା ଉପରେ ଗୁରୁତ୍ୱ ଦେଇଥିଲେ । କେମିକାଲ କମ୍ପାନୀର ଅଧ୍ୟକ୍ଷ ସୁକାନ୍ତ ମିଶ୍ର ପୁରାତନ ଛାତ୍ର ଏକ ପ୍ଲାଟଫର୍ମରେ ଯୋଡ଼ିହୋଇ ନୂତନ ଛାତ୍ରମାନଙ୍କୁ ଆଗାମୀ ପିଢ଼ି ପାଇଁ ଦିଗ୍ଦର୍ଶନ କରିବା ଉପରେ ଆଲୋକପାତ କରିଥିଲେ । ଦିଲ୍ଲୀ ପର୍ଯ୍ୟଟନ ବିଭାଗର ମୁଖ୍ୟ ସଚିବ ବଜରଙ୍ଗ ଅଗ୍ରୱାଲ ବଲାଙ୍ଗୀର ଅଞ୍ଚଳର ପରମ୍ପରା ଓ ସଭ୍ୟତାକୁ ନେଇ କଲେଜ ପରିସରରେ ଗବେଷଣାର ସୁଯୋଗ ରହିଥିବାର ଆଶା ପ୍ରକଟ କରିଥିଲେ । ଭାରତ ସରକାରଙ୍କ ଜାତୀୟ ରାଜପଥ ପ୍ରାଧିକାର ଶିବ ନାୟକ ରାଜେନ୍ଦ୍ର କଲେଜର ସର୍ବାଙ୍ଗୀନ ଉନ୍ନତି ପାଇଁ ସର୍ବଦା ତପ୍ତର ଥିବା ପ୍ରକାଶ କରିଥିଲେ । ପୁରାତନ ଛାତ୍ର ନିଜ କର୍ମବ୍ୟସ୍ତତାରୁ ସମୟ କାଢ଼ି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବାରୁ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରାଧ୍ୟାପକ ଡ. ସର୍ବେଶ୍ୱର ପ୍ରଧାନ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ପୂର୍ବତନ ସାଂସଦ ଭକ୍ତ ଦାସ ମଧ୍ୟ ଉପସ୍ଥିତ ଥିଲେ । ବର୍ତ୍ତମାନ ବିଭିନ୍ନ କ୍ଷେତ୍ରରେ ଅବସ୍ଥାପିତ ଖ୍ୟାତିନାମା ଶିଶୁ ଚଳଚ୍ଚିତ୍ର ନିଦେ୍ର୍ଧଶକ ଜିତେନ୍ଦ୍ର ମିଶ୍ର, ସୁଜିତ ମିଶ୍ର, ଲିଙ୍ଗରାଜ ପଟ୍ଟନାୟକ, ସୁପ୍ରିମକୋର୍ଟ ଆଡ୍ଭୋକେଟ ଚନ୍ଦ୍ର ଶେଖର ପାଢ଼ୀ, ଜେଏନୟୁର ସୁମନ୍ତ ସାହୁ, ନିରୋଜ ମେହେର, ଅଜିତ ପାଲ, ରାଜନୀଷ ରାଜ ବାଗ, ସଂଜୀବ ନନ୍ଦ, ଗବେଷକ ଡ.ସୁବାସ ବିଶ୍ୱାଳ, ରୁଦ୍ରମଣି ପଧାନ, ନିରୋଜ ସାହୁ, ଅନୀଲ ନନ୍ଦ, ମାଇକେଲ ବାଗ ପ୍ରମୁଖ ରାଜେନ୍ଦ୍ର କଲେଜର ସ୍ମୃତି ବଖାଣିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons