ମେରାଇନ୍ ଡ୍ରାଇଭ୍ ଇକୋ ରିଟ୍ରିଟ୍ ୨ୟ ଦିବସ:ଓଡ଼ିଶୀ ଓ ସମ୍ବଲପୁରୀ ନୃତ୍ୟରେ ଝୁମିଲେ ପର୍ଯ୍ୟଟକ

Get real time updates directly on you device, subscribe now.

କୋଣାର୍କ,(ବି.ବି.ନୁ୍ୟଜ୍): ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ନିକଟ ରାମଚଣ୍ଡୀ ମୁହାଣରେ ଆରମ୍ଭ ହୋଇଛି ପୂର୍ବ ଭାରତ ତଥା ରାଜ୍ୟର ପ୍ରଥମ ବେଳାଭୂମି ଉତ୍ସବ-ମେରାଇନ୍ ଡ୍ରାଇଭ ଇକୋ ରିଟ୍ରିଟ୍ । ଏହି ଉତ୍ସବରେ ଦିନକୁ ଦିନ ଭିଡ଼ ଜମିବାରେ ଲାଗିଛି । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକ ବେଲୁନ୍ ଉଡ଼ାଇ ଉତ୍ସବକୁ ଉଦ୍ଘାଟନ କରିବା ସହ ବିଳାସମୟ ତମ୍ବୁ ସମ୍ମୁଖରେ କିଛି ସମୟ ବସି ବେଳାଭୂମିର ଅପରୂପ ସୌନ୍ଦର୍ଯ୍ୟ ଉପଭୋଗ କରିଥିଲେ । ପର୍ଯ୍ୟଟକଙ୍କ ପାଇଁ କରାଯାଇଥିବା ବିଭିନ୍ନ ସୁବିଧା ଓ ତମ୍ବୁଗୁଡ଼ିକୁ ବ୍ୟାଟେରି ଗାଡ଼ିରେ ବୁଲି ଦେଖିଥିଲେ । ଗତକାଲି ଉଦ୍ଘାଟନ ଦିବସରେ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଆଜି ମଧ୍ୟ ଉତ୍ସବରେ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକେ ଭିଡ଼ ଜମାଇଥିଲେ । ଗତକାଲି ଜାତୀୟ ସ୍ତରୀୟ ସଂଗୀତ ଗ୍ରୁପ୍ ୟୁଫେରିଆ ବ୍ୟାଣ୍ଡ୍ର ରଙ୍ଗବତୀ ଗୀତରେ ଦର୍ଶକ ଝୁମି ଥିବା ବେଳେ ଆଜି ଓଡ଼ିଶୀ ଓ ସମ୍ବଲପୁରୀ ନୃତ୍ୟରେ ଝୁମିଥିଲେ ।
ବିଳାସପୂର୍ଣ୍ଣ ତମ୍ବୁ ସାଙ୍ଗକୁ ଆକର୍ଷଣୀୟ ସାଜସଜା ଓ ରଙ୍ଗବେରଙ୍ଗ ଆଲୋକ ବେଳାଭୂମିରେ ମାୟା ନଗରୀର ଭ୍ରମ ସୃଷ୍ଟି କରୁଛି । ବେଳାଭୂମି ରଙ୍ଗିନ ଆଲୋକରେ ଝଲସି ଉଠୁଛି । କୋଣାର୍କ-ପୁରୀ ବେଳାମାର୍ଗ ରାମଚଣ୍ଡୀ ମୁହାଣ ନିକଟରେ ଆୟୋଜିତ ଏହି ଉତ୍ସବର ଆଜି ଦ୍ୱିତୀୟ ଦିନରେ ୨୦ଜଣ ପର୍ଯ୍ୟଟକ କଟେଜ୍ ବୁକିଂ କରିଥିଲେ । ଏବେ ପ୍ରବେଶ ଟିକଟକୁ ସ୍ଥଗିତ ରଖାଯାଇଛି । ମନୋରଞ୍ଜନ ନିମନ୍ତେ ସନ୍ଧ୍ୟାରେ ପରିବେଷଣ ହୋଇଥିଲା ଓଡ଼ିଶୀ ଓ ସମ୍ବଲପୁରୀ ନୃତ୍ୟ । ଭୁବନେଶ୍ୱରର ଗୁରୁ ଗଜେନ୍ଦ୍ର ପଣ୍ଡା ଓ ସାଥୀ ପରିବେଷଣ କରିଥିଲେ ଓଡ଼ିଶୀ ନୃତ୍ୟ । ଦର୍ଶକମାନେ ଏହି ଶାସ୍ତ୍ରୀୟ ଓ ଲୋକନୃତ୍ୟକୁ ମନଭରି ଉପଭୋଗ କରିଥିଲେ ।
ଖାଦ୍ୟ ବଜାରରେ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା । ଶୀତ ସନ୍ଧ୍ୟାରେ ଏହି ଉତ୍ସବରେ ୩ଡି ମ୍ୟାପିଙ୍ଗ୍, ଖାଦ୍ୟ ଉତ୍ସବ, ସେଲ୍ଫି ପଏଣ୍ଟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି । ଆଜି କ୍ରାଫ୍ଟ ବଜାର ଫାଙ୍କା ଲାଗୁଥିଲା । ସେଭଳି ଭିଡ଼ ନଥିଲା । ସନ୍ଧ୍ୟା ସମୟରେ ବେଳାମାର୍ଗ ରାସ୍ତା ଘଣ୍ଟା ଘଣ୍ଟା ଧରି ଜାମ ରହିଥିଲା । ଫଳରେ ପର୍ଯ୍ୟଟକମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons