ଶିଶୁ ଡାକ୍ତର ମାନସ ଦାସଙ୍କୁ ଗୁଳିମାଡ଼

Get real time updates directly on you device, subscribe now.

ଖୋର୍ଦ୍ଧା,(ବି.ବି.ନୁ୍ୟଜ୍): ଜଣାଶୁଣା ଶିଶୁରୋଗ ବିଶେଷଜ୍ଞ ଡା. ମାନସ ରଞ୍ଜନ ଦାସଙ୍କୁ ଆଜି ଗୁଳିମାଡ଼ ହୋଇଛି । ଖୋର୍ଦ୍ଧାରେ ଥିବା ଡା. ଦାସ କ୍ଲିନିକ୍କୁ ଜଣେ ଦୁର୍ବୃତ୍ତ ଧସେଇ ପଶି ତାଙ୍କ ଛାତିକୁ ଲକ୍ଷ୍ୟ କରି ଗୁଳି ଚଳାଇଛି । କ୍ଳିନିକ୍ ପରିସରରେ ଥିବା ଔଷଧ ଦୋକାନ ମାଲିକ କୃଷ୍ଣଚନ୍ଦ୍ର ସାହୁ(ସନ୍ତୁ) ଡା. ଦାସଙ୍କୁ ବଞ୍ଚାଇବାକୁ ଯାଇ ଦୁର୍ବୃତ୍ତର ଗୁଳିର ଶିକାର ହୋଇଛନ୍ତି । ଗୁରୁତର ଅବସ୍ଥାରେ ଉଭୟଙ୍କୁ ଭୁବନେଶ୍ୱରସ୍ଥିତ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଡାକ୍ତର ସୂଚନା ଦେଇଛନ୍ତି । ଗୁଳିମାଡ଼ର ଦୃଶ୍ୟ କ୍ଲିନିକ୍ରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ୍ ହୋଇଛି । ଖୋର୍ଦ୍ଧା ଆଦର୍ଶ ଥାନା ପୁଲିସ ଘଟଣାକୁ ଗୁରୁତର ସହ ନେଇ ଦୁର୍ବୃତ୍ତକୁ ଧରିବାକୁ ତନାଘନା ଚଳାଇଛି ।
ମିଳିଥିବା ସୂଚନା ମୁତାବକ, ସନ୍ଧ୍ୟା ୬.୨୦ ମିନିଟ୍ରେ ଜିଲ୍ଲାମୁଖ୍ୟ ଡ଼ାକ୍ତରଖାନା ସମ୍ମୁଖରେ ଥିବା ଡା. ମାନସ ଦାସଙ୍କ କ୍ଳିନିକ୍ରେ ଏହି ଅଘଟଣ ଘଟିଥିଲା । ଡା. ଦାସ କି୍ଳନିକ୍ର ଏକ କୋଠରୀରେ ରୋଗୀ ଦେଖୁଥିଲେ । ଉକ୍ତ ସମୟରେ ଡା. ଦାସଙ୍କ ପାଖରେ ତାଙ୍କ ପତ୍ନୀ ଥିଲେ । ସନ୍ଧ୍ୟା ହୋଇଯାଇଥିବାରୁ ଅଳ୍ପ କିଛି ରୋଗୀ କ୍ଲିନିକ୍ରେ ଥିଲେ । ଜଣେ ମୁଖା ପିନ୍ଧା ଦୁର୍ବୃତ୍ତ ଏକ ବାଇକ୍ରେ ଆସି କ୍ଲିନିକ୍ରେ ପହଞ୍ଚିଥିଲା । କବାଟ ନିକଟରେ ଜୋତା କାଢ଼ି ଡା. ଦାସଙ୍କ କୋଠରୀ ଭିତରକୁ ସିଧା ମାଡ଼ି ଯାଇଥିଲା । ତାଙ୍କ ଛାତିକୁ ଲକ୍ଷ୍ୟ କରି ଦୁଇ ରାଉଣ୍ଡ ଗୁଳି କରିଥିଲା । ଗୋଟିଏ ତାଙ୍କ ଛାତିରେ ଅନ୍ୟଟି ତଳି ପେଟରେ ବାଜିଥିଲା । ଗୁଳି ଫୁଟିବା ଶବ୍ଦ ଶୁଣି ଔଷଧ ଦୋକାନୀ ମାଲିକ ତଥା ସଦରଥାନା ଅନ୍ତର୍ଗତ ବଣିଆଟାଙ୍ଗୀ ଗ୍ରାମର ସନ୍ତୁ ଉକ୍ତ କୋଠରୀ ଆଡେ଼ ଧାଇଁଥିଲେ । ଦୁର୍ବୃତ୍ତଜଣଙ୍କୁ କାବୁ କରିବାକୁ ଚେଷ୍ଟା କରିବାରୁ ଦୁର୍ବୃତ୍ତଜଣକ ତାଙ୍କୁ ମଧ୍ୟ ନିଶାନା କରି ଦୁଇ ରାଉଣ୍ଡ ଗୁଳି ଚଳାଇଥିଲା । ଗୋଟିଏ ଗୁଳି ସନ୍ତୁଙ୍କ ପେଟରେ ଓ ଅନ୍ୟଟି ଜଙ୍ଗରେ ବାଜିଥିଲା । କ୍ଲିନିକ୍ରେ ଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟ ଅନ୍ୟ କର୍ମଚାରୀମାନେ ଦୌଡି ଆସିବାରୁ ଦୁର୍ବୃତ୍ତଜଣକ ବନ୍ଧୁକ ଦେଖାଇ ସେମାନଙ୍କୁ ଭୟଭୀତ କରାଇଥିଲା । ସିଧାସଳଖ କ୍ଳିନିକ୍ ବାହାରକୁ ଆସି ଜୋତା ପିନ୍ଧି କେଉଁଆଡେ଼ ଉଭାନ୍ ହୋଇଯାଇଥିଲା ।
ଉପସ୍ଥିତ କର୍ମଚାରୀ ଓ ଲୋକମାନେ ପ୍ରଥମେ ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ସେଠାରେ ଉଭୟଙ୍କ ଅବସ୍ଥା ଗୁରୁତର ହେବାରୁ ତୁରନ୍ତ ଭୁବନେଶ୍ୱରରସ୍ଥିତ ଘରୋଇ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଘଟଣାସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା । ସେପଟେ ଖୋର୍ଦ୍ଧା ଏସ୍ପି ଅଜୟ ପ୍ରତାପ ସ୍ୱାଇଁ, ଏସଡିପିଓ ସୁଶୀଲ କୁମାର ମିଶ୍ର ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । ଔଷଧ ଦୋକାନରେ ଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଇଛି । ଦୁର୍ବୃତ୍ତଜଣକ ନୀଳ ରଙ୍ଗର ସାର୍ଟ ପିନ୍ଧିଥିଲା । ତେବେ ମୁଣ୍ଡରେ ମଙ୍କି କ୍ୟାପ୍ ପିନ୍ଧିଥିବା ଯୋଗୁ ଦୁର୍ବୃତ୍ତକୁ ଚିହ୍ନଟ କରିବା ପୁଲିସ ପାଇଁ କଷ୍ଟକର ହୋଇଛି ।
ଅନ୍ୟ ପକ୍ଷରେ ଗୁଳିମାଡ଼ର କାରଣ ଏଯାବତ୍ ସ୍ପଷ୍ଟ ହୋଇନାହିଁ । ଏସପି ଶ୍ରୀ ସ୍ୱାଇଁ ସେ କହିଛନ୍ତି, ଦୁର୍ବୃତ୍ତକୁ ଧରିବାକୁ ଚେଷ୍ଟା ଚାଲିଛି । ଘଟଣାର କେଇ ମିନିଟ୍ ପରେ ସହରକୁ ସଂଯୋଗ କରାଯାଉଥିବା ରାସ୍ତାକୁ ସିଲ୍ କରାଯାଇଛି । ସମସ୍ତ ଗାଡିÿମଟର ଯାଞ୍ଚ ହେଉଛି । ସିସିଟିଭି ଫୁଟେଜ୍ରୁ ଦୁର୍ବୃତ୍ତ ସମ୍ପର୍କରେ ଅନେକ ତଥ୍ୟ ମିଳିଛି । ତେବେ ଜଣେ ପେଶାଦାର ଅପରାଧୀ ଏହା ଘଟାଇଥିବା ପୁଲିସ ସନେ୍ଦହ କରୁଛି । ଔଷଧଦୋକାନୀ ମାଲିକ ସନ୍ତୁଙ୍କ ବାପା ଧୋବୀ ସାହୁଙ୍କ ଅଭିଯୋଗ କ୍ରମେ ପୁଲିସ କେସ୍ ନମ୍ବର ୪୬୭ରେ ଏକ ମାମଲା ରୁଜୁ କରିଛି ।
ଡା. ଦାସ ଭୁବନେଶ୍ୱରସ୍ଥିତ ମଧୁସୁଦନନଗରରେ ରହୁଛନ୍ତି । ପ୍ରତିଦିନ ଏହି କ୍ଲିନିକକୁ ଯିବା ଆସିବା କରନ୍ତି । ସେ କିଛି ମାସ ତଳେ ସରକାରୀ ଚାକିରିରୁ ଭିଆର୍ଏସ୍ ନେଇଛନ୍ତି । ସ୍ଥାନୀୟ ଲୋକଙ୍କ ସୂଚନା ମୁତାବକ, ଗୁଳିମାଡ଼ ପଛରେ ଦାଦାବଟି କିମ୍ବା ଜାଗାବାଡିÿ ବିବାଦ ଥାଇପାରେ ବୋଲି ଅନୁମାନ କରାଯାଉଛି । ସେହିପରି ଚିକିସôାକୁ ନେଇ ପ୍ରତିଶୋଧ ପରାୟଣ ହୋଇ କେହି ଏଭଳି କାଣ୍ଡ ଘଟାଇଥିବା ସନେ୍ଦହ କରାଯାଉଛି । ବିଗତ ଏକ ବର୍ଷ ହେବ ସେଠାରେ ଏକ ନୂଆଘର ନିର୍ମାଣ କରି କ୍ଳିନିକ୍ ଚଳାଉଥିଲେ । ତେବେ ଜମିବାଡ଼ି କିଣାବିକାରେ ଡା. ଦାସଙ୍କ ସମ୍ପୃକ୍ତି ଥିଲା ବୋଲି ଜଣାପଡିଛି । ଜମିବାଡିÿ ବିବାଦକୁ ନେଇ ମଧ୍ୟ କେହି ଏଭଳି ମରଣାନ୍ତକ ଆକ୍ରମଣ କରିଥିବା ଆଶଙ୍କା କରାଯାଉଛି । ଏଥିସହିତ ସନ୍ଧ୍ୟା ୫ଟା ପରେ ଚିକିସôା କରିବାକୁ ଡ଼ାକ୍ତର କୁଆଡେ଼ ୪ଶହ ଟଙ୍କା ଫିସ୍ ନେଉଥିବାରୁ ଗୁଳିମାଡ଼ ପଛରେ ଏହା ମଧ୍ୟ ଏକ କାରଣ ହୋଇଥିବା ସ୍ଥାନୀୟ ଲୋକ ଅନୁମାନ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons