ନୂଆଦିଲ୍ଲୀ:ଆମେରିକା-ଚୀନ୍ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ବାଣିଜ୍ୟ ଚୁକ୍ତି ହେବା ଫଳରେ ଶୁକ୍ରବାର ବ୍ୟାରେଲ ପିଛା ବ୍ରେଣ୍ଟ କ୍ରୁଡ୍ ଦର ୧.୬ଧ ବୃଦ୍ଧି ପାଇଁ ୬୫.୨୨ ଡଲାରରେ ପହଞ୍ଚିଛି । ବିଶ୍ୱର ଦୁଇ ପ୍ରମୁଖ ଅର୍ଥବ୍ୟବସ୍ଥା ମଧ୍ୟରେ ବାଣିଜ୍ୟ ଯୁଦ୍ଧ ଥମିବା ଫଳରେ ବିନିର୍ମାଣ କାର୍ଯ୍ୟକଳାପ ତ୍ୱରାନ୍ୱିତ ହେବା ନେଇ ଆଶା କରାଯାଉଛି । ଏହାଫଳରେ ଇନ୍ଧନ ଚାହିଦା ବଢ଼ିବ, ଯାହାଦ୍ୱାରା ଅଶୋଧିତ ତୈଳ ଦର ବୃଦ୍ଧି ପାଇବ । ସମ୍ପ୍ରତି ଅଶୋଧିତ ତୈଳ ଦରରେ ବୃଦ୍ଧି ଧାରା ଜାରି ରହିଥିବାବେଳେ ଆସନ୍ତା ଦୁଇ ସପ୍ତାହରେ ଏଥିରେ ୪.୫ଧ ବୃଦ୍ଧି ଘଟିପାରେ ବୋଲି ବଜାର ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି । ଏହାଦ୍ୱାରା ଲିଟର ପିଛା ପେଟ୍ରୋଲ ଏବଂ ଡିଜେଲ ଦରରେ ୧ରୁ ଦେଢ଼ ଟଙ୍କା ବୃଦ୍ଧି ଘଟିପାରେ ।
ତୈଳ କମ୍ପାନିଗୁଡିକ ଅଶୋଧିତ ତୈଳ ଦରର ୧୫ ଦିନର ଦର ଏବଂ ଟଙ୍କା ଓ ଡଲାରର ବିନିମୟ ମୂଲ୍ୟକୁ ହିସାବ କରି ପେଟ୍ରୋଲ ଏବଂ ଡିଜେଲ ଦରରେ ସଂଶୋଧନ କରିଥାନ୍ତି । ଭାରତ ଏହାର ଆବଶ୍ୟକତାର ୮୦ଧରୁ ଊଦ୍ଧ୍ୱର୍ ଅଶୋଧିତ ତୈଳ ଆମଦାନି କରିଥାଏ । ଅଶୋଧିତ ତୈଳ ଦରରେ ଏ ବର୍ଷ ୨୧ଧ ବୃଦ୍ଧି ଘଟିଛି । ଆମଦାନି ମହଙ୍ଗା ହେଲେ କମ୍ପାନିଗୁଡିକ ଦର ବଢ଼ାଇଥାନ୍ତି । କମ୍ପାନିଗୁଡିକ ଆମଦାନି ବିଲ୍କୁ ଡଲାରରେ ପୈଠ କରିଥାନ୍ତି । ଏଣୁ ମୁଦ୍ରାର ବିନିମୟ ମୂଲ୍ୟ ମଧ୍ୟ ଗୁରୁତ୍ୱ ବହନ କରେ ।
ଦିଲ୍ଲୀରେ ଶୁକ୍ରବାର ଲିଟର ପିଛା ପେଟ୍ରୋଲ ଦର ୫ ପଇସା ହ୍ରାସ ହୋଇ ୭୪.୮୪ ଟଙ୍କାକୁ ଖସିଛି । ୩ ଦିନରେ ଏହା ୧୬ ପଇସା ଶସ୍ତା ହୋଇଛି । କିନ୍ତୁ ଡିସେମ୍ବର ୯ରେ ଏହା ବର୍ଷକର ଉଚ୍ଚ ସ୍ତର ୭୫ ଟଙ୍କାରେ ପହଞ୍ଚିଯାଇଥିଲା । ଏହା ପୂର୍ବରୁ ୨୦୧୮ ନଭେମ୍ବର ୨୩ରେ ପେଟ୍ରୋଲ ଦର ୭୫.୨୫ ଟଙ୍କା ଛୁଇଁଥିଲା । ଗତ ମାସକ ମଧ୍ୟରେ ଏହା ୧.୩୯ ଟଙ୍କା ମହଙ୍ଗା ହୋଇଛି । ନଭେମ୍ବର ୧୪ରେ ଏହା ୭୩.୪୫ ଟଙ୍କା ଥିଲା ।
ପେଟ୍ରୋଲିୟମ୍ ପ୍ଲାନିଂ ଆଣ୍ଡ୍ ଆନାଲିସିସ୍ ସେଲ୍(ପିପିଏସି) ବୁଧବାର ପ୍ରକାଶ କରିଥିବା ଏକ ହିସାବ ଅନୁସାରେ ଗତ ମାସ ଇନ୍ଧନ ଚାହିଦା ୧.୮୭ କୋଟି ଟନ୍ ରହିଥିଲା । ଏହା ୨୦୧୮ ନଭେମ୍ବର ତୁଳନାରେ ୧୦.୫ଧ ଅଧିକ । ୨୦୧୮ ଜାନୁଆରୀ ପରେ ଏହା ସବୁଠାରୁ ଅଧିକ ବୃଦ୍ଧି । ଗତ ମାସ ଡିଜେଲ ଖର୍ଚ୍ଚରେ ୮.୮ଧ ବୃଦ୍ଧି ଘଟିଛି । ମୋଟ ଇନ୍ଧନ ଚାହିଦାରେ ଡିଜେଲର ୪୦ଧ ଭାଗ ରହିଛି ।
ଅଶୋଧିକ ତୈଳ ମହଙ୍ଗା ହେବା ଫଳରେ ଭାରତର ଆମଦାନି ବିଲ୍ ଏବଂ ବାଣିଜ୍ୟ ନିଅଣ୍ଟ ବି ବଢ଼ିଯିବ । ପେଟ୍ରୋଲିୟମ୍ ମନ୍ତ୍ରାଳୟ ସହ ଜଡିତ ଜଣେ ଅଧିକାରୀ ସେପ୍ଟେମ୍ବରରେ କହିଥିଲେ ଯେ, ଅଶୋଧିତ ତୈଳ ଦରରେ ୧ ଡଲାର ବୃଦ୍ଧି ଘଟିଲେ ଭାରତ ଉପରେ ବାର୍ଷିକ ୧୦,୭୦୦ କୋଟି ଟଙ୍କାର ପ୍ରଭାବ ପଡିଥାଏ ।
Comments are closed, but trackbacks and pingbacks are open.