ଆସାମରେ ୫୦% ଚା’ ବଗିଚା ବନ୍ଦ

Get real time updates directly on you device, subscribe now.

କୋଲକାତା:ନାଗରିକତା ସଂଶୋଧନ ଆଇନକୁ ନେଇ ବିକ୍ଷୋଭ ଜାରି ରହିଥିବାବେଳେ ଏହା ଆସାମର ଚା’ ଶିଳ୍ପ ଉପରେ ବଡ ଧରଣ ପ୍ରଭାବ ପକାଇଛି । କିଛି ଦିନ ହେବ ଏଠାକାର ପ୍ରାୟ ଅଧା ଚା’ ବଗିଚା ବନ୍ଦ ରହିଛି । ଚା’ ଉପôାଦନ କାର୍ଯ୍ୟରେ ଜଡିତ ବୃହତ୍ ସଂଖ୍ୟାରେ ଶ୍ରମିକ ବିକ୍ଷୋଭରେ ଯୋଗ ଦେଇଥିବା ଜଣାଯାଇଛି ।
ଭାରତୀୟ ଚା ସଂଘ(ଆଇଟିଏ) କିମ୍ବା ଆସାମ ଚା’ ମଜଦୂର ସଂଘ(ଏସିଏମ୍ଏସ୍) ଯଦିଓ କୌଣସି ନିର୍ଦ୍ଧିଷ୍ଟ ଆକଳନ ଦେଇନାହାନ୍ତି ସୂତ୍ରରୁ ଜଣାଯାଇଛି ଯେ, ଆସାମର ଚା’ ଶ୍ରମିକଙ୍କ ମଧ୍ୟରୁ ୬୦ଧ ବା ୬୬୦,୦୦୦ ଜଣ ବିକ୍ଷୋଭରେ ସାମିଲ ହୋଇଛନ୍ତି । ଫଳରେ ରାଜ୍ୟରେ ଥିବା ମୋଟ ୮୦୦ ଚା’ ବଗିତା ମଧ୍ୟରୁ ୫୦ଧରେ କାର୍ଯ୍ୟ ବ୍ୟାହତ ହୋଇଛି । ତେବେ ରାଜ୍ୟରେ ପ୍ରାୟ ୮୫,୦୦୦ କ୍ଷୁଦ୍ର ଚା’ ଚାଷୀ ଥିବାବେଳେ ସେମାନଙ୍କ ଉପରେ କିଭଳି ପ୍ରଭାବ ପଡିଛି ତାହା ଏଯାଏ ଜଣାପଡିନାହିଁ ।
ଚା’ ଚାଷ ପାଇଁ ଡିସେମ୍ବର ସାଧାରଣତଃ ଗୁରୁତ୍ୱପୂର୍ଣ୍ଣ ମାସ । ତେବେ ସାମ୍ପ୍ରତିକ ସ୍ଥିତି ଯୋଗୁ ଏ ବର୍ଷ ଚା’ ଚାଷ ପ୍ରଭାବିତ ହୋଇପାରେ । ଏପରି କି ଉପôାଦ ମାନକୁ ମଧ୍ୟ ଏହା ଖରାପ କରିପାରେ । ଆଇଟିଏର ଅଧ୍ୟକ୍ଷ ବିବେକ ଗୋଏଙ୍କା କହିଛନ୍ତି ଯେ, ଆସାମରେ ଅନେକ ଚା’ ବଗିତା ବନ୍ଦ ପଡିଛି । ନାଗରିକତା ଆଇନକୁ ବିରୋଧ ଚା’ ଶିଳ୍ପକୁ ବୃହତ୍ ଭାବେ ପ୍ରଭାବିତ କରିଛି ।
ସୂଚନାଯୋଗ୍ୟ, ଡିସେମ୍ବରରେ ଆସାମରେ ୧୫ରୁ ୧୬ ନିୟୁତ କିଲୋଗ୍ରାମ ଚା’ ଉପôାଦନ ହୋଇଥାଏ । ବର୍ଷକରେ ଏହା ୭୦୦ ନିୟୁତ କିଲୋଗ୍ରାମ ଚା’ ଉପôାଦନ କରିଥାଏ । ତେବେ ସମ୍ପ୍ରତି ଶ୍ରମିକଙ୍କ ଅଭାବ, କର୍ଫୁ୍ୟ ଏବଂ ବିଭିନ୍ନ ପ୍ରକାର ହିଂସା ରୋକିବା ପାଇଁ କର୍ତ୍ତୃପକ୍ଷଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ପଦକ୍ଷେପ ଯୋଗୁ ଚା’ କାରବାର ବ୍ୟାହତ ହେବ ବୋଲି ଗୋଏଙ୍କା ପ୍ରକାଶ କରିଛନ୍ତି । କର୍ଫୁ୍ୟ ଯୋଗୁ ଲଜିଷ୍ଟିକ୍ ଏବଂ ପରିବହନରେ ସମସ୍ୟା ଦେଖାଦେଉଥିବା ସେ କହିଛନ୍ତି ।
ଯେତେବେଳେ ବନ୍ଦ ଘୋଷଣା କରାଯାଉଛି ଶ୍ରମିକମାନେ କାମକୁ ଆସୁନାହାନ୍ତି । ରାଜ୍ୟରେ ପରିସ୍ଥିତି ବର୍ତ୍ତମାନ ଅତ୍ୟନ୍ତ ଖରାପ ରହିଛି । ଫଳରେ ଚା’ ବଗିଚାଗୁଡିକରେ କାର୍ଯ୍ୟ ବନ୍ଦ ରହିଥିବା ଗୁଡ୍ରିକ୍ ଗ୍ରୁପ୍ର ପରିଚାଳନା ନିଦେ୍ର୍ଧଶକ ଅତୁଲ ଆସ୍ଥାନା ପ୍ରକାଶ କରିଛନ୍ତି ।
ଶିଳ୍ପ ସହ ଜଡିତ ଜଣେ ଅଧିକାରୀ କହିଛନ୍ତି, ବର୍ତ୍ତମାନ ରାଜ୍ୟରେ ସ୍ଥିତି ଯାହା ରହିଛି ଉପôାଦ କିଣିବା ପାଇଁ ସମ୍ଭାବ୍ୟ କ୍ରେତା ଆସୁନାହାନ୍ତି । ସ୍ଥିତିରେ ଉନ୍ନତି ନ ଆସିଲେ ଚା’ ମହଜୁଦ ପରିମାଣ ୨୩ ନିୟୁତ କିଲୋଗ୍ରାମକୁ ବଢ଼ିଯିବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons