ନୂଆଦିଲ୍ଲୀ,: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ଦୃଢ଼ ସମର୍ଥନ କରିଛନ୍ତି । କହିଛନ୍ତି ଏହି ଆଇନ ଅଣାଯିବା ନିଷ୍ପତ୍ତି ୧୦୦୦ ପ୍ରତିଶତ ଠିକ୍ । ଝାଡଖଣ୍ଡର ଦୁମକା ଠାରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଲେ ଯେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରୁ ଚାଲି ଆସିଥିବା ଧର୍ମୀୟ ସଂଖ୍ୟାଲଘୁମାନଙ୍କ ଜୀବନରେ ଉନ୍ନତି ଆଣିବା ହେଉଛି ଏହି ଆଇନର ଲକ୍ଷ୍ୟ । ସେମାନେ ବହୁବର୍ଷ ଧରି ଭାରତରେ ରହିଆସୁଛନ୍ତି । ସେମାନଙ୍କୁ ଭାରତର ନାଗରିକତା ପ୍ରଦାନ କରିବା ଲାଗି ସଂସଦରେ ଆଇନ ଅଣାଯାଇଛି । ଏହା ୧୦୦୦ ପ୍ରତିଶତ ଯଥାର୍ଥ । ଏହି ଆଇନକୁ ନେଇ କଂଗ୍ରେସ ଯେଭଳି ଆସାମ ସମେତ ଉତ୍ତର ପୂର୍ବାଞ୍ଚଳ ରାଜ୍ୟରେ ଅଶାନ୍ତି ଓ ହିଂସାକାଣ୍ଡକୁ ପ୍ରୋତ୍ସାହିତ କରୁଛି ତାହା ସମଗ୍ର ଦେଶବାସୀ ଦେଖୁଛନ୍ତି । ସଂସଦରେ ନାଗରିକତା ଆଇନ ଆଣି ମୋଦି ଦେଶକୁ ବଞ୍ଚାଇଛନ୍ତି ବୋଲି ସେ କହିଛନ୍ତି ।
Comments are closed, but trackbacks and pingbacks are open.