ଓଡ଼ିଶାରେ ସିଏଏକୁ ବିରୋଧ:ନୂଆ ନାଗରିକତା ଆଇନ୍ ହଟାଅ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ନାଗରିକତା ସଂଶୋଧନ ଆଇନ (ସିଏଏ)-୨୦୧୯କୁ ଓଡ଼ିଶାରେ ବିରୋଧ କରାଯାଇଛି । ସଂଖ୍ୟାଲଘୁ ସମ୍ପ୍ରଦାୟର ଶତାଧିକ ସଦସ୍ୟ ଆଜି ରାଜଧାନୀରେ ମେଳି କରିଛନ୍ତି । ଏ ଆଇନ୍ ବିରୋଧରେ ତୀବ୍ର ପ୍ରତିବାଦ ଜଣାଇଛନ୍ତି । ଶାନ୍ତିପୂର୍ଣ୍ଣ ଧାରଣା ଦେବା ସହିତ ରାଜ୍ୟ ସରକାର ଆଇନ୍ ସମ୍ପର୍କରେ ନିଜ ପକ୍ଷ ସ୍ପଷ୍ଟ କରିବାକୁ ଦାବି କରିଛନ୍ତି ।
ସିଟିଜେନ୍ ଅଫ୍ ଇଣ୍ଡିଆ ପକ୍ଷରୁ ଆଜି ଏହି ଆନେ୍ଦାଳନ ଡାକରା ଦିଆଯାଇଥିଲା । ରାଜ୍ୟର ବିଭିନ୍ନ ସ୍ଥାନରୁ ସଂଖ୍ୟାଲଘୁ ସଦସ୍ୟମାନେ ଆସି ରାମମନ୍ଦିର ଛକଠାରେ ଠୁଳ ହୋଇଥିଲେ । ପୂର୍ବାହ୍ନ ୧୦ଟାରେ ଛକରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଲୋୟର ପିଏମ୍ଜି ଯାଏଁ ଯାଇଥିଲେ । ସେଠାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ସ୍ଲୋଗାନବାଜି ଦେଇଥିଲେ । ଏହି ଆଇନ୍କୁ ସମ୍ବିଧାନ ବିରୋଧୀ ଦର୍ଶାଇ ତୁରନ୍ତ ହଟାଇବା ଦାବିରେ ଅଡିÿ ବସିଥିଲେ । କିଛି ସମୟ ପାଇଁ ପୁଲିସ ସହ ଆନେ୍ଦାଳନକାରୀଙ୍କ ଠେଲାପେଲା ହୋଇଥିଲା ।
ପରେ ଗାନ୍ଧିମାର୍ଗରେ ପ୍ରତିବାଦ ସଭାର ଆୟୋଜନ କରାଯାଇଥିଲା । ମୁସଲିମ୍ ସମ୍ପ୍ରଦାୟର ନେତାମାନେ ଏହାର ନେତୃତ୍ୱ ନେଇଥିଲେ । ସେମାନେ ଅଭିଯୋଗ କରିଥିଲେ, ସାମ୍ପ୍ରଦାୟିକତାରେ ଭେଦଭାବ ଥିବା ଏହି ସିଏଏ ବିଲ୍କୁ ସମର୍ଥନ ଦେଉଛନ୍ତି କେନ୍ଦ୍ର ସରକାର । ଏହା ବିରୋଧରେ ଦେଶର ବିଭିନ୍ନ ସହରରେ ହିଂସା ବଢ଼ୁଥିଲେ ବି ଶାସକ ଦଳ ଅଚିନ୍ତାରେ ଦିଲ୍ଲୀରେ ବସିଛି । ଗୋଟିଏ ପଟେ ଛାତ୍ରଙ୍କ ଉପରେ ପୁଲିସ ବର୍ବରତାକୁ ସହିବାର ସୀମା ଟପିଛି । ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ସମେତ ଦିଲ୍ଲୀରେ ନିଆଁ ଜଳୁଛି । ସେପଟେ କିନ୍ତୁ ସରକାର ଆଇନ୍ ନ ହଟାଇବା ଜିଦ୍ରେ ଅଟଳ ଅଛନ୍ତି । ଏହି ଆଇନ୍କୁ ତୁରନ୍ତ ହଟାଇବାକୁ ସଂଗଠନ ଦାବି କରିଥିଲା ।
ସଂଗଠନ ନେତା ମହମ୍ମଦ ନବାଜ ଅଭିଯୋଗ କରିଛନ୍ତି, ୨୦୦୯ରେ ବିଜେପି ହାତ ଛାଡିÿଥିବା ଶାସକ ବିଜେଡି ନିଜକୁ ଧର୍ମ ନିରପେକ୍ଷ ବୋଲି ଛାତି ବାଡେ଼ଇ କହୁଛି । ସେପଟେ କିନ୍ତୁ ଏହି ଆଇନ୍ ବାବାଦରେ କେନ୍ଦ୍ରକୁ ସମର୍ଥନ ଜଣାଉଛନ୍ତି । ଶାସକ ଦଳ ନେତା ସଂସଦରେ ବିଲ୍ ସମର୍ଥନରେ ଭୋଟ ଦେଉଛନ୍ତି । ତୁରନ୍ତ ସରକାର ଏନେଇ ନିଜ ପକ୍ଷ ସ୍ପଷ୍ଟ କରନ୍ତୁ । ଓଡ଼ିଶାରେ ଏହି ବିଲ୍କୁ ହଟାଇବା ନେଇ କେନ୍ଦ୍ରକୁ ନିଜ ଦାବି ଜଣାନ୍ତୁ । ସଂଗଠନର ନେତାମାନେ ଚେତାବନୀ ଦେଇଛନ୍ତି, ଏ ଆନେ୍ଦାଳନକୁ ଜୋରଦାର୍ କରାଯିବ । ଆଗକୁ କେନ୍ଦ୍ରାପଡ଼ା ଓ ସାଲେପୁରରେ ଏନେଇ ପ୍ରତିବାଦ ହେବ ।
ସଂଗଠନ ପକ୍ଷରୁ ଏକ ପ୍ରତିନିଧି ଟିମ୍ ଆଜି ଗୃହସଚିବ ଅସୀତ୍ ତ୍ରିପାଠୀଙ୍କୁ ଭେଟିଥିଲା । ତାଙ୍କୁ ଏକ ସ୍ମାରକପତ୍ର ଦେଇ ଦାବି ଜଣାଇଥିଲା । ସଂଗଠନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି, ଆସନ୍ତାକାଲି ସଂଗଠନ ପକ୍ଷରୁ ରାଜଭବନ ସାମ୍ନାରେ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯିବ । ପରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ଙ୍କୁ ଭେଟି ଦାବି ଜଣାଇବେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons