ଭୁବନେଶ୍ୱର, (ବି.ବି.ବୁ୍ୟରୋ): ମହିଳା ନିର୍ଯାତନା ଘଟଣା ହେଉଛି ସମ୍ବେଦନଶୀଳ ପ୍ରସଙ୍ଗ । ଏହାକୁ ନେଇ ରାଜନୀତି କରିବା ଠିକ୍ ନୁହେଁ । ତେଣୁ ବିଜେପି ଏଭଳି ପ୍ରସଙ୍ଗରେ ରାଜନୀତି ବନ୍ଦ କରୁ ବୋଲି କହିଛି ବିଜେଡି ।
ଆଜି ବିଜେପି ସାମ୍ବାଦିକ ସମ୍ମିଳନୀ କରି ନାରୀ ନିର୍ଯାତନା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଥିବାବେଳେ ଏହାର ଜବାବ ଦେଇଛି ବିଜେଡି । ଦଳର ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି, ନାରୀ ନିର୍ଯାତନାକୁ ନେଇ ରାଜନୀତି ନ ହେଉ । ସାରା ଭାରତରେ ଏଭଳି ଦୁଃଖଦ ଘଟଣା ଘଟୁଛି । ନାରୀ ବିରୋଧୀ ହିଂସା କୌଣସି ସ୍ଥାନୀୟ ପ୍ରସଙ୍ଗ ନୁହେଁ, ଏହା ଏକ ଜାତୀୟ ପ୍ରସଙ୍ଗ । ଏଭଳି ଘଟଣା ନେଇ ରାଜ୍ୟ ସରକାର ଦୃଢ଼ କାର୍ଯ୍ୟାନୁÂାନ ନେଉଛନ୍ତି । ଯିଏ ବି ଦୋଷୀ ତାଙ୍କୁ ଧରାଯାଉଛି । ହେଲେ ବିଜେପି ଏହାକୁ ନେଇ ଯେଉଁଭଳି ରାଜନୈତିକ ବୟାନବାଜି ଦେଉଛି, ତାହା ନିନ୍ଦନୀୟ ଓ ଦୁଭାର୍ଗ୍ୟଜନକ । ତେଣୁ ରାଜନୀତି ବନ୍ଦ କରି ଏଭଳି ଘଟଣାକୁ ରୋକିବା ଦିଗରେ ସମସ୍ତେ ମିଶି କାମ କରିବା ଦରକାର ।
Comments are closed, but trackbacks and pingbacks are open.