ବ୍ରହ୍ମୋସ୍ କ୍ଷେପଣାସ୍ତ୍ରର କ୍ରମାଗତ ଦ୍ୱିତୀୟ ଥର ସଫଳ ପରୀକ୍ଷଣ

Get real time updates directly on you device, subscribe now.

ବାଲେଶ୍ୱର,(ବି.ବି.ନୁ୍ୟଜ୍): ପ୍ରତିରକ୍ଷା ବିଭାଗ କ୍ଷେତ୍ରରେ ଭାରତ ଆଉ ଏକ ପାଦ ଆଗକୁ ବଢ଼ିଛି । ମଙ୍ଗଳବାର କ୍ରମାଗତ ଭାବେ ୨ ଥର ଏହା ସଫଳତାର ସହିତ ପରୀକ୍ଷଣ ହୋଇଛି । ପ୍ରଥମେ ସକାଳ ପ୍ରାୟ ୮ଟା ୪୫ ମିନିଟ୍ ଓ ଅପରାହ୍ନ ୩ଟା ୪୧ ମିନିଟ୍ରେ ବାଲେଶ୍ୱରସ୍ଥିତ ଚାନ୍ଦିପୁର ଆଇଟିଆର୍ ୩ ନମ୍ବର ଲଞ୍ଚ ପ୍ୟାଡ୍ରୁ ବ୍ରହ୍ମୋସ୍ କ୍ଷେପଣାସ୍ତ୍ରର ପରୀକ୍ଷା ସଫଳତା ସହିତ ପରୀକ୍ଷଣ କରାଯାଇଥିଲା । ପ୍ରଥମ ଥର ଏହା ନିର୍ଦ୍ଧିଷ୍ଟ ଦୂରତାକୁ ଲକ୍ଷ୍ୟ ଭେଦ କରିଥିବା ବେଳେ ଦ୍ୱିତୀୟ ଥର ଲକ୍ଷ୍ୟ ଭେଦ କରିବା ଦୂରତା ସାମାନ୍ୟ କମ୍ ଥିଲା ।
ଭାରତ-ଋଷ ମିଳିତ ସହଯୋଗରେ ନିର୍ମାଣ କରାଯାଇଥିବା ଏହି ସୁପରସୋନିକ୍ କ୍ରୁଜ୍ ମିସାଇଲ୍ଟି ପ୍ରତିରକ୍ଷାର ତିନୋଟି ବିଭାଗରେ ବ୍ୟବହାର କରାଯାଇପାରିବ । ଯେକୌଣସି ପରିସ୍ଥିତିରେ ସ୍ଥଳଭାଗ, ଯୁଦ୍ଧ ଜାହାଜ, ରେଳ ଲଞ୍ଚରୁ ଉତ୍କ୍ଷେପଣ କରାଯାଇପାରିବ । ଦୁଇ ଷ୍ଟେଜ୍ ଇଞ୍ଜିନ ବିଶିଷ୍ଟ ଏହି କ୍ଷେପଣାସ୍ତ୍ରଟି ଶବ୍ଦଠାରୁ ୩ ଗୁଣା ଅଧିକ ବେଗରେ ଗତି କରିପାରିବ । ଏହା ୩ ହଜାର କିଗ୍ରା ଯାଏ ଉଭୟ ଆଣବିକ ଓ ପାରମ୍ପରିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରହିଛି । ବ୍ରହ୍ମୋସ୍ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ମଧ୍ୟ ଭିନ୍ନ ଭିନ୍ନ ରହିଛି । ସ୍ଥଳଭାଗରୁ ଏହା ୪୫୦ରୁ ୬୦୦ କିମି ଲକ୍ଷ୍ୟ ଭେଦ କରିପାରିବ । ଆଗାମୀ ଦିନରେ ଲକ୍ଷ୍ୟ ଭେଦ କ୍ଷମତା ୮୦୦ କିମିକୁ ବୃଦ୍ଧି କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ଡିଆରଡିଓ ସୂତ୍ରରୁ ପ୍ରକାଶ । ସେହିପରି ବାୟୁସେନା ବିମାନରୁ କ୍ଷେପଣାସ୍ତ୍ରଟି ୪୦୦ କିମି ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରିପାରିବ । ପରୀକ୍ଷଣ ବେଳେ ଚାନ୍ଦିପୁର ଆଇଟିଆର ନିଦେ୍ର୍ଧଶକ ଡ. ବି. କେ ଦାସଙ୍କ ସମେତ ଡିଆରଡିଓର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ ।
ଏହି କ୍ଷେପଣାସ୍ତ୍ରର ଲମ୍ବ ୮.୬ ମିଟର, ମୋଟେଇ ୦.୬ ମିଟର ଥିବା ବେଳେ ଓଜନ ୩ ହଜାର କିଗ୍ରା ରହିଛି । ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି କ୍ଷେପଣାସ୍ତ୍ରକୁ ୨୦୦୬ରୁ ପ୍ରତିରକ୍ଷାର ତିନୋଟି ବିଭାଗରେ ବ୍ୟବହାର କରାଯାଇଛି । ଭାରତର ବ୍ରହ୍ମପୁତ୍ର, ଋଷର ମସ୍କୋଭା ନଦୀର ନାମକରଣ ଅନୁଯାୟୀ ଏହାର ନାମକରଣ କରାଯାଇଛି । ମଙ୍ଗଳବାର ପରୀକ୍ଷଣ ବ୍ୟତୀତ ଚଳିତବର୍ଷ ସେପ୍ଟେମ୍ବର ୩୦ରେ ଏହାର ମଧ୍ୟ ସଫଳ ପରୀକ୍ଷ କରାଯାଇଥିଲା । ସେହିଭଳି ୨୦୧୭ ମାର୍ଚ୍ଚ ୧୧ରେ ହୋଇଥିବା ପରୀକ୍ଷଣରେ ଏହା ୪୫୦ କିମିର ଲକ୍ଷ୍ୟ ଭେଦକୁ ସଫଳତାର ସହ ହିଟ୍ କରିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons