ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଏକାମ୍ର ଯୋଜନା ଉଚ୍ଛେଦ କାର୍ଯ୍ୟକ୍ରମରେ କ୍ଷତିଗ୍ରସ୍ତ ଉଠା ଦୋକାନୀଙ୍କ ତାଲିକା ପ୍ରକାଶ କରିଛି ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନ । ପ୍ରାଥମିକ ଭାବେ ୯୩ ଦୋକାନୀଙ୍କ ତାଲିକା ପ୍ରକାଶିତ ହୋଇଛି । ବାକି ଦରଖାସ୍ତକାରୀଙ୍କ ଆବେଦନ ଉପରେ ଖୋଜାଲୋଡ଼ା ଚାଲିଛି । ଯୋଗ୍ୟ ବିବେଚିତ ହେଲେ ସେମାନଙ୍କ ନାମ ମଧ୍ୟ ପ୍ରକାଶିତ ହେବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।
ଶ୍ରୀଲିଙ୍ଗରାଜ ମନ୍ଦିର ପାରିପାଶ୍ୱର୍ିକ ସୌନ୍ଦର୍ଯ୍ୟକରଣ ପାଇଁ ସରକାର ଆରମ୍ଭ କରିଛନ୍ତି ଏକାମ୍ର ଯୋଜନା । କାର୍ଯ୍ୟର ପ୍ରଥମ ପାହାଚରେ ଚାଲିଛି ଉଚ୍ଛେଦ କାର୍ଯ୍ୟକ୍ରମ । ଏଥିରେ ୨୨୫ ଦୋକାନ ଉଚ୍ଛେଦ ହୋଇଛି । ସେମାନଙ୍କ ମଧ୍ୟରେ ଉଠା, ଅସ୍ଥାୟୀ ଓ ସ୍ଥାୟୀ ଦୋକାନ ରହିଛି । ପ୍ରାଥମିକ ପର୍ଯ୍ୟାୟରେ କ୍ଷତିଗ୍ରସ୍ତ ଉଠାଦୋକାନୀଙ୍କୁ ଚିହ୍ନଟ ଚାଲିଛି । ୩୦୦ରୁ ଉଦ୍ଧ୍ୱର୍ ଦୋକାନୀ ନିଜକୁ କ୍ଷତିଗ୍ରସ୍ତ ଭାବେ ଦର୍ଶାଇ ମନ୍ଦିର ଦପ୍ତରରେ କ୍ଷତିପୂରଣ ପାଇଁ ଆବେଦନ କରିଛନ୍ତି । ସରଜମିନ ତଦନ୍ତ ପରେ ୧୧୫ ଜଣ ଦୋକାନୀଙ୍କୁ ସହାୟତା ଯୋଗାଇ ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି । ଏହି ୧୧୫ ଜଣ ଦୋକାନୀଙ୍କୁ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଓ ଆଧାର କାର୍ଡ ଦେବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଜଣାଇ ଦିଆଯାଇଥିଲା । ସେମାନଙ୍କ ମଧ୍ୟରୁ ୯୩ ଜଣ କାଗଜପତ୍ର ଦାଖଲ କରିଥିବାରୁ କ୍ଷତିପୂରଣ ପାଇଁ ଯୋଗ୍ୟ ବିବେଚିତ ହୋଇ ସେମାନଙ୍କ ତାଲିକା ପ୍ରକାଶିତ ହୋଇଛି । ବାକି ଆବେଦନକାରୀ ଉଚ୍ଛେଦ ପକ୍ରିୟାରେ କେତେଦୂର କ୍ଷତିଗ୍ରସ୍ତ ହୋଇଛନ୍ତି, ତାହାର ସରଜମିନ ତଦନ୍ତ ପରେ ବିଚାରକୁ ନିଆଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି । ଏଠାରେ ସୂଚନାଯୋଗ୍ୟ, ଏକାମ୍ର ଯୋଜନାରେ ଦୋକାନ ଓ ଜୀବନଜୀବିକା ହରାଇଥବା ଲୋକଙ୍କ ନିମନ୍ତେ ପ୍ୟାକେଜ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ତଦନୁଯାୟୀ ଉଠାଦୋକାନୀଙ୍କୁ ୨ଟି ପର୍ଯ୍ୟାୟରେ ୩୦ ହଜାର ଟଙ୍କା ସହାୟତା, ସ୍ଥାୟୀ ଦୋକାନୀଙ୍କୁ ଏକ ବର୍ଷ ପର୍ଯ୍ୟନ୍ତ ମାସିକ ୧୦ ହଜାର ଟଙ୍କା ଓ ଜମି ସ୍ୱତ୍ତ୍ୱାଧିକାରୀଙ୍କୁ ଆଇନ ଅନୁଯାୟୀ କ୍ଷତିପୂରଣ ଦିଆଯିବ ବୋଲି ଘୋଷଣା କରିଥିଲେ । ମଙ୍ଗଳବାର ସ୍ଥାନୀୟ କ୍ଷତିଗ୍ରସ୍ତ ଦୋକାନୀ ଏକାଠି ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରି ନିଜର ଦୁଃଖ ଜଣାଇଥିଲେ । ଏହାର ପ୍ରତିକ୍ରିୟା ସ୍ୱରୂପ ଆଜି ତାଲିକା ପ୍ରକାଶିତ ହୋଇଛି । ତାଲିକାରେ ନିଜ ନାମ ଉଠିଛି କି ନାହିଁ, ତାହା ଦେଖିବାକୁ ଆଜି ମନ୍ଦିର ଦପ୍ତର ସାମନାରେ ଦୋକାନୀଙ୍କ ମଧ୍ୟରେ ପ୍ରବଳ ଉକ୍ରଣ୍ଠା ପ୍ରକାଶ ପାଇଥିଲା ।
Comments are closed, but trackbacks and pingbacks are open.