ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀର ୪ଟି ପଂଚାୟତ- ଧର୍ମଶାଳା, ହରିଦାସପୁର, ଥାନୁଆଳ, ଆରୁହା ପଂଚାୟତର ୧୫୨ ଏକର ଜମି ରାମକୋ ସିମେଣ୍ଟ କାରଖାନା ପାଇଁ ରାଜ୍ୟ ସରକାର ଦେଇଥିଲେ । ଏହାକୁ ଛାଡ଼ି ଆହୁରିି ଶହ ଶହ ଏକର ରାମ୍କୋ ଜବରଦସ୍ତି ବେଆଇନ ଭାବେ ମାଡିବସିଛି । ରାମ୍କୋ ଦ୍ୱାରା ଜବରଦଖଲ ହୋଇଥିବା ଜମିରେ ଶ୍ମଶାନ ଜମି, ଗୋଚର ଜମି, ଅନାବାଦି ଜମି, ଦେବୋତ୍ତର ଜମି ଏବଂ ଜଙ୍ଗଲ କିସମ ଜମି ଅନ୍ତର୍ଭୁକ୍ତ । ଏହି ସବୁ ଜମି ସ୍ମିତାରାଣୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ରୂପେଶ ଭଦ୍ରଙ୍କ ପଞ୍ଚାୟତରେ ଆସୁଛି ।

ଏହି ସମସ୍ତ ବେଆଇନ ଜବରଦଖଲ ଜମିକୁ ଆଇନସମ୍ମତ କରିବାକୁ ପିଇଓ ସ୍ମିତାରାଣୀଙ୍କୁ ଉପରେ ଚାପ ପ୍ରୟୋଗ କରାଯାଉଥିଲା । ମୃତା ସ୍ମିତାରାଣୀ ଏଥିରେ ଅମଙ୍ଗ ହେବାରୁ ରଙ୍ଗଶାଳାରେ ତାଙ୍କୁ ଗଣଧର୍ଷଣ କରି ହତ୍ୟା କରାଯାଇଛି ବୋଲି ବିଜେପି ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁÂିତ ସାମ୍ବାଦିକ ସମ୍ମିଳନୀରେ ଡ. ସାମନ୍ତସିଂହାର କହିଛନ୍ତିି ଯେ, ଇମାମୀ ଏବଂ ଅନ୍ୟାନ୍ୟ ସିମେଣ୍ଟ କାରଖାନା ପାଇଁ ଜମି ଅଧିଗ୍ରହଣ ସମୟରେ ଗ୍ରାମସଭା ହୋଇଥିବା ବେଳେ ରାମ୍କୋ ପାଇଁ କାହିଁକି ଗ୍ରାମ ସଭା କରାଗଲା ନାହିଁ? ବିନା ଗ୍ରାମସଭାରେ ଏସବୁ ଜମିକୁ ରାମ୍କୋ କିଭଳି ଭାବେ ଜବରଦଖଲ କଲା? ରାମକୋର ବେଆଇନ ଜମି ଜବରଦଖଲ ଏବଂ ସ୍ମିତାରାଣୀ ହତ୍ୟାକାଣ୍ଡରେ ରାମ୍କୋ ଅଧିକାରୀଙ୍କ ଭୂମିକାକୁ ତଦନ୍ତ ପରିସରଭୁକ୍ତ କରିବାକୁ ଲେଖାଶୀ୍ର ଦାବି କରିଛନ୍ତି ।
ଲେଖାଶ୍ରୀଙ୍କ ଅଭିଯୋଗର ଜବାବ ଦେଇ ବିଜେଡି ମୁଖପାତ୍ର ସୁଲତା ଦେଓ କହିଛନ୍ତି, ମିଡିଆରେ ତିÂି ରହିବାକୁ ବିଜେପି ମୁଖପାତ୍ର ଶ୍ରୀମତୀ ସାମନ୍ତସିଂହାର ବାରମ୍ବାର ମିଥ୍ୟା ଓ ମନଗଢା କାହାଣୀର ଆଶ୍ରୟ ନେଉଛନ୍ତି । ସ୍ମିତାରାଣୀ ମୃତୁ୍ୟ ଭଳି ଅତ୍ୟନ୍ତ ସ୍ପର୍ଶକାତର ଓ ସମ୍ବେଦନଶୀଳ ପ୍ରସଙ୍ଗରେ ଆଜି ସେ ନିମ୍ନ ରୁଚିର ମନ୍ତବ୍ୟ ଦେଇଛନ୍ତି । ଲେଖାଶ୍ରୀ ୨୦୧୪ରେ ସରକାରୀ ଚାକିରି ଛାଡି ବିଜେଡି ଟିକଟ ପାଇବାକୁ ନବୀନ ନିବାସକୁ ଦୌଡୁଥିଲେ । ୬ ମାସ ଦୌଡ଼ିବା ପରେ ସଫଳ ନ ହେବାରୁ ସେ ବିଜେପିରେ ଯୋଗଦେଲେ । ସେ ଏଭଳି ହୀନ ରାଜନୀତିରୁ କ୍ଷାନ୍ତ ରହନ୍ତୁ ବୋଲି ସୁଲତା କହିଛନ୍ତି ।
Comments are closed, but trackbacks and pingbacks are open.