ଖୁବ୍ଶୀଘ୍ର ଖାଲି ଥିବା ପଦବି ପୁରଣ କରାଯିବ: ମନ୍ତ୍ରୀ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ସ୍ୱାର୍ଥ ଓ ବ୍ୟକ୍ତି କୈନ୍ଦ୍ରିକ ମନେଭାବରୁ ଉଦ୍ଧ୍ୱର୍ରେ ରହି ଉତ୍ତମ ସମାଜ ଗଠନ କରିବା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ କର୍ତ୍ତବ୍ୟ । ଜ୍ଞାନକୁ ନିଜ ଭିତରେ ସୀମିତ ନରଖି ଦେଶ ତଥା ଜାତିର ସାମୂହିକ ବିକାଶ ଓ ବିତରଣ କରିବା ପାଇଁ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ କହିଛନ୍ତି । ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଜୁନିୟର କଲେଜରୁ ୨୦୧୯ରେ ସଫଳତା ପାଇଥିବା ମେଧାବୀ ଯୁକ୍ତ ଦୁଇ ଛାତ୍ରଛାତ୍ରୀ ମାନଙ୍କୁ ବିଜୁ ଯୁବ ସଶକ୍ତିକରଣ ଯୋଜନାରେ ଲାପଟପ୍ ପ୍ରଦାନ କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ମନ୍ତ୍ରୀ ଶ୍ରୀ ସାହୁ ଯୋଗଦେଇ କହିଥିଲେ, ଛାତ୍ରଛାତ୍ରୀମାନେ ଗୁରୁଜନମାନଙ୍କୁ ସମ୍ମାନ ଜଣାଇ ସମୟର ସଦୁପଯୋଗ କର । ମନ୍ତ୍ରୀ ଶ୍ରୀ ସାହୁ ଲାପଟପ୍ ବିତରଣ କାର୍ଯ୍ୟକ୍ରମ ପରେ ଆଉ ଏକ ବୈଠକରେ କଲେଜର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହିତ କଲେଜ ଗୁଡିକରେ ଖାଲିଥିବା ପଦବୀ ଶୀଘ୍ର ପୂରଣ କରାଯିବ ବୋଲି ସୂଚନା ଦେଇଛନ୍ତି ।
ଏହି କାର୍ଯ୍ୟକ୍ରମରେ ବିଜେବି କଲେଜ ଅଧ୍ୟକ୍ଷା ଡ. ସୁପ୍ରଭା ପଟ୍ଟନାୟକ ସ୍ୱାଗତ ଭାଷଣ ଦେବା ସହ ଛାତ୍ର ଓ ଛାତ୍ରୀ ଆବାସ ପାଇଁ ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ ଜଣାଇଛନ୍ତି । ପ୍ରଫେସର ତ୍ରିନାଥ ଦାସ, ଡ. ଲକ୍ଷ୍ମୀଧର ଭୋଳ, ପାଣ୍ଡବ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସଭା ଆରମ୍ଭରୁ ପ୍ରତିମା ଷଡଙ୍ଗୀ ବେଦ ପାଠ କରିଥିଲେ ଓ ଉପାଧ୍ୟକ୍ଷ ଇନ୍ଦୁ ଭୂଷଣ ମହାନ୍ତି ଧନ୍ୟବାଦ ଦେଇଥିଲେ । ଡିସେମ୍ବର ୧୯ରୁ ୨୭ ତାରିଖ ପର୍ଯ୍ୟନ୍ତ (ରବିବାର ଓ ଛୁଟିଦିନ) ବ୍ୟତୀତ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟର ଆଡମିନିଷ୍ଟେଟିଭ୍ ବିଲଡିଂରେ ମେଧା ଛାତ୍ରଛାତ୍ରୀଙ୍କୁ ମାଗଣାରେ ଲାପଟପ୍ ପ୍ରଦାନ କରାଯିବ ବୋଲି ଅଧ୍ୟକ୍ଷା ଡ. ସୁପ୍ରଭା ପଟ୍ଟନାୟକ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons