ନୂଆଦିଲ୍ଲୀ: ଉନ୍ନାଓ ବଳାକ୍ରାର ମାମଲାରେ ଦୋଷୀ ସାବ୍ୟସ୍ତ ବିଧାୟକ କୁଲଦୀପ ସିଂହ ସେନ୍ଗର ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଛନ୍ତି । ଦିଲ୍ଲୀର ତିସ ହଜାରୀ କୋର୍ଟ ଶୁକ୍ରବାର ଏହି ରାୟ ପ୍ରକାଶ କରିଛନ୍ତି । ଦଣ୍ଡ ସହ କ୍ଷତିପୂରଣ ବାବଦରେ ପୀଡ଼ିତାଙ୍କୁ ୨୫ ଲକ୍ଷ ଟଙ୍କା ଦେବାକୁ କୋର୍ଟ ସେନ୍ଗରଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ୧ ମାସ ମଧ୍ୟରେ ଏହି କ୍ଷତିପୂରଣ ରାଶି ପୈଠ କରିବାକୁ ହେବ । ପୀଡ଼ିତା ଏବଂ ତାଙ୍କ ପରିବାର ପ୍ରତି ବିପଦ ଥିବାରୁ ସେମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ କୋର୍ଟ ସିବିଆଇକୁ ନିଦେ୍ର୍ଧଶ ଦେଇଛନ୍ତି । ପ୍ରତି ୩ ମାସରେ ସିବିଆଇ ଦ୍ୱାରା ତାଙ୍କ ପରିବାର ସୁରକ୍ଷା ସ୍ଥିତି ସମୀକ୍ଷା କରାଯିବ । ଏହା ବ୍ୟତୀତ ପୀଡ଼ିତାଙ୍କୁ ଘର ଭଡ଼ା ବାବଦରେ ୧ ବର୍ଷ ପର୍ଯ୍ୟନ୍ତ ପ୍ରତି ମାସରେ ୧୫,୦୦୦ ଟଙ୍କା ପ୍ରଦାନ କରିବାକୁ କୋର୍ଟ ଉତ୍ତରପ୍ରଦେଶ ସରକାରଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ପୀଡ଼ିତା ତାଙ୍କ ପରିବାର ସହ ଆଗାମୀ ୧ ବର୍ଷ ପର୍ଯ୍ୟନ୍ତ ଦିଲ୍ଲୀ ମହିଳା ଆୟୋଗ ଦ୍ୱାରା ପ୍ରଦାନ କରାଯାଇଥିବା ଭଡ଼ାଘରେ ରହିବେ ।
ଦଣ୍ଡ ଶୁଣାଣି ସମୟରେ କୋର୍ଟ କହିଥିଲେ, ସେନ୍ଗର ଯାହା ସବୁ କରିଛନ୍ତି ସେ ସବୁ ବଳାକ୍ରାର ପୀଡ଼ିତାକୁ ଡରାଇବା ପାଇଁ ଉଦ୍ଧିଷ୍ଟ ଥିଲା । ସେନ୍ଗର ଜଣେ ଜନ-ସେବକ । କିନ୍ତୁ ସେ ଲୋକଙ୍କ ସହ ବିଶ୍ୱାସଘାତକତା କରିଛନ୍ତି । କୌଣସି ବି ସ୍ଥିତିରେ ତାଙ୍କ ପ୍ରତି ନରମ ଆଭିମୁଖ୍ୟ ଦେଖାଯାଇପାରିବ ନାହିଁ । ସେନ୍ଗରଙ୍କ ଦଣ୍ଡ ବିଧାନରେ ବିଳମ୍ବ ନିମନ୍ତେ କୋର୍ଟ ସିବିଆଇକୁ ଦାୟୀ କରିଥିଲେ । ସିବିଆଇ ଚାର୍ଜସିଟ୍ ଦାଖଲ କରିବାରେ ବିଳମ୍ବ କରିବାରୁ ରାୟ ଶୁଣାଣିରେ ବିଳମ୍ବ ହୋଇଥିବା କୋର୍ଟ ପ୍ରକାଶ କରିଥିଲେ । କୋର୍ଟ ଆହୁରି ମଧ୍ୟ କହିଥିଲେ ଯେ, ସେନ୍ଗର ଜଣେ ଶକ୍ତିଶାଳୀ ବ୍ୟକ୍ତି, ପୀଡ଼ିତା ସହରରେ ବଢ଼ିଥିବା ଝିଅ ନୁହେଁ ବରଂ ଗାଁ ଝିଅ । ଏହି କାରଣରୁ ମାମଲା ରୁଜୁ କରିବାରେ ବିଳମ୍ବ ହୋଇଥିଲା । ପୀଡ଼ିତା ଜଣଙ୍କ ବଳାକ୍ରାର ବାବଦରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ତାଙ୍କ ପରିବାର ଲୋକଙ୍କ ବିରୋଧରେ ଅନେକ ମାମଲା ରୁଜୁ ହୋଇଥିବା କୋର୍ଟ ପ୍ରକାଶ କରିଥିଲେ ।
ସୂଚନା ଥାଉକି, ଗତ ୧୫ ତାରିଖରେ କୋର୍ଟ ସେନ୍ଗରଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଆଇପିସି ଧାରା ୩୭୬ ଏବଂ ପୋକ୍ସୋ ଆଇନ ଅଧୀନରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ସେନ୍ଗରଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଉ ବୋଲି ସିବିଆଇ ପକ୍ଷରୁ ମଧ୍ୟ କୋର୍ଟରେ ଦାବି କରାଯାଇଥିଲା । ଏହି ମାମଲାରେ ଅନ୍ୟତମ ମହିଳା ଅଭିଯୁକ୍ତ ଶଶୀ ସିଂହଙ୍କୁ କୋର୍ଟ ଦୋଷମୁକ୍ତ କରିଥିଲେ । ସେନ୍ଗରଙ୍କ ମୋାବଇଲ ଲୋକେସନକୁ କୋର୍ଟ ପ୍ରମୁଖ ପ୍ରମାଣ ଭାବେ ଗ୍ରହଣ କରିଥିଲେ । ଉନ୍ନାଓର ଗୋଟିଏ ମାମଲାରେ କୋର୍ଟ ଏହି ରାୟ ଶୁଣାଇଛନ୍ତି । ଏହା ସହିତ ଜଡ଼ିତ ଆହୁରି ୪ଟି ମାମଲାର ବିଚାର ଚାଲିଛି ।
ଦୋଷମୁକ୍ତ ହୋଇଥିବା ମହିଳା ଶଶୀ ସିଂହ ୨୦୧୭ ଜୁନ୍ରେ ପୀଡ଼ିତାଙ୍କୁ ଚାକିରି ଦେବା ଲୋଭ ଦେଖାଇ ବିଧାୟକ ସେନ୍ଗରଙ୍କ ନିକଟକୁ ଆଣିଥିଲେ । ସେହି ସମୟରେ ପୀଡ଼ିତା ନାବାଳିକା ଥିଲେ । ସେନ୍ଗର ପୀଡ଼ିତାଙ୍କୁ ଅପହରଣ କରିବା ସହ ବଳାକ୍ରାର କରିଥିଲେ । ୨୦୧୭ ଅଗଷ୍ଟରେ ପୀଡ଼ିତା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ତାଙ୍କ ଅଭିଯୋଗ ଗ୍ରହଣ ହୋଇନଥିଲା । ତେଣୁ ସେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ୨୦୧୮ ଏପ୍ରିଲରେ ଆତ୍ମଦାହ ଉଦ୍ୟମ କରିଥିଲେ । ଏହି ଘଟଣା ସାମ୍ନାକୁ ଆସିବା ପରେ ସେନ୍ଗରଙ୍କୁ ଗିରଫ କରାଯାଇଥିଲା । ୨୦୧୯ ଅଗଷ୍ଟ ୧ ରେ ତାଙ୍କୁ ବିଜେପିରୁ ବହିଷ୍କୃତ କରାଯାଇଥିଲା । ଅନ୍ୟପକ୍ଷରେ ପୀଡ଼ିତାଙ୍କ ପିତାଙ୍କ ନାମରେ ମିଥ୍ୟା ଅସ୍ତ୍ରଶସ୍ତ୍ର ଆଇନ ଅନୁସାରେ ମାମଲା ରୁଜୁ କରି ଗତ ଏପ୍ରିଲ ୩ ରେ ତାଙ୍କୁ ଗିରଫ କରାଯାଇଥିଲା । ଜେଲ୍ ହାଜତରେ ଥିବା ବେଳେ ଏପ୍ରିଲ ୯ରେ ତାଙ୍କର ମୃତୁ୍ୟ ଘଟିଥିଲା । ଏପରିକି ଗତ ଜୁଲାଇରେ ପୀଡ଼ିତାଙ୍କ ଟ୍ରକ ମଡ଼ାଇ ହତ୍ୟା ଉଦ୍ୟମ ହୋଇଥିଲା । ଏଥିରେ ପୀଡ଼ିତା ଗୁରୁତର ହୋଇଥିବା ବେଳେ ତାଙ୍କର ଦୁଇଜଣ ସମ୍ପର୍କୀୟଙ୍କର ମୃତୁ୍ୟ ଘଟିଥିଲା । ପୀଡ଼ିତା ସୁପ୍ରିମକୋର୍ଟରେ ତକ୍ରାଳୀନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନିକଟକୁ ପତ୍ର ଲେଖି ଘଟଣା ସମ୍ପର୍କରେ ଅବଗତ କରାଇଥିଲେ । ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଦେ୍ର୍ଧଶକ୍ରମେ ସମସ୍ତ ୫ଟି ଯାକ ମାମଲା ଲକ୍ଷେ୍ନøରୁ ଦିଲ୍ଲୀ ସ୍ଥାନାନ୍ତର କରାଯାଇଥିଲା । ଅଗଷ୍ଟ ୫ରୁ ଦିଲ୍ଲୀ କୋର୍ଟରେ ଏସବୁ ମାମଲାର ନିୟମିତ ଶୁଣାଣି ଆରମ୍ଭ ହୋଇଥିଲା ।
Comments are closed, but trackbacks and pingbacks are open.