ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ମାଡ଼ ମାରି ଜେଲ୍ ଗଲେ ପ୍ରଧାନ ଶିକ୍ଷୟିତ୍ରୀ

Get real time updates directly on you device, subscribe now.

ଜଗତସିଂହପୁର,(ବି.ବି.ବୁ୍ୟରୋ): କୁଜଙ୍ଗ ଥାନା ଅନ୍ତର୍ଗତ ବାଲିତୁଠ ପ୍ରାଥମିକ ବିଦ୍ୟାଳୟର ତୃତୀୟ ଶ୍ରେଣୀ ଛାତ୍ରୀ ବର୍ଷା ସ୍ୱାଇଁ (୯)ଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପ୍ରଧାନ ଶିକ୍ଷୟିତ୍ରୀ ଲିନା ନନ୍ଦ ଗିରଫ ହୋଇ ଜେଲ୍ ଯାଇଛନ୍ତି । ସ୍କୁଲ୍ରେ ଛାତ୍ରୀଙ୍କୁ ପିଟିବା ଯୋଗୁଁ ଶିକ୍ଷୟିତ୍ରୀ ଜେଲ୍ ଯିବା ରୂପକ ଏହିି ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚା ଓ ବିବାଦର ବିଷୟ ପାଲଟିଛି ।
ପୁଲିସରେ ହୋଇଥିବା ଅଭିଯୋଗରୁ ପ୍ରକାଶ, ବାଲିତୁଠ ଗ୍ରାମର ଜନ୍ ସ୍ୱାଇଁଙ୍କ ଝିଅ ବର୍ଷା ପ୍ରତିଦିନ ପରି ଆଜି ମଧ୍ୟ ବିଦ୍ୟାଳୟକୁ ପଢ଼ିବା ପାଇଁ ଯାଇଥିଲେ । ହେଲେ ସ୍କୁଲରେ ପାଠ ନ ପଢ଼ି ଖେଳୁଥିଲେ । ଏହା ଦେଖି ପ୍ରଧାନ ଶିକ୍ଷୟିତ୍ରୀ ବର୍ଷାଙ୍କୁ ଏକ ବେତ ବାଡିରେ ବାଡେଇ ଲହୁଲୁହାଣ କରିଦେଇଥିଲେ । କେବଳ ସେତିକି ନୁହେଁ, ସେ ବର୍ଷାଙ୍କ ଗାଲ, କାନମୁଣ୍ଡାରେ ଏକାଧିକ ଚଟକଣା ମାରିବାରୁ ବର୍ଷା ଗୁରୁତର ହୋଇପଡିଥିଲେ । ପରିବାର ଲୋକେ ଏ ଖବର ପାଇ ବର୍ଷାଙ୍କୁ ସ୍କୁଲରୁ ନେଇ ବାଲିତୁଠ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ କରାଇଥିଲେ । ଏହାପରେ ଜନ୍ ସ୍ୱାଇଁ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୋଧରେ କୁଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ । କୁଜଙ୍ଗ ଥାନା ଅଧିକାରୀ ଦିଲ୍ଳୀପ କୁମାର ସାହୁ ଅଭିଯୋଗର ତଦନ୍ତ କରି ଅଭିଯୁକ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୋଧରେ ବିଭିନ୍ନ ଦଫାରେ ମାମଲା ରୁଜୁ କରିବା ସହ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲେ । କୋର୍ଟରେ ଲିନା ନନ୍ଦଙ୍କ ଜାମିନ୍ ନାମଞ୍ଜୁର ହେବାରୁ ତାଙ୍କୁ ସମାଗୋଳ ଉପକାରାଗାରକୁ ପଠାଇ ଦିଆଯାଇଛି । ରାଜ୍ୟ ସରକାର ବିଦ୍ୟାଳୟକୁ ଦଣ୍ଡମୁକ୍ତ ଅଞ୍ଚଳ ଭାବେ ଘୋଷଣା କରିଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀ ଛାତ୍ରୀଙ୍କୁ ମାଡ଼ ମାରି ଆହତ କରିବା ଘଟଣା ସରକାରଙ୍କ ଘୋଷଣାକୁ ତାଚ୍ଛଲ୍ୟ କରିଥିବା ମତ ପ୍ରକାଶ ପାଉଛି । ଅନ୍ୟପକ୍ଷରେ, ଏହି ଘଟଣାର ଏକ ଭିଡିଓ ମଧ୍ୟ ଭାଇରାଲ୍ ହୋଇ ସାମାଜିକ ଗଣମାଧ୍ୟମରେ ଘୂରିବୁଲୁଛି । ଭିଡିଓରେ କେହି ଜଣେ ଛାତ୍ରୀଙ୍କୁ ମାଡ଼ ମରାଯିବା ବିଷୟରେ ପଚାରୁଛନ୍ତି । ଛାତ୍ରୀ ଜଣକ ତାଙ୍କର କୌଣସି ଭୁଲ ନ ଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀ ତାଙ୍କୁ ଏକ ମୋଟା ବାଡ଼ିରେ ମାଡ଼ ମାରିଥିବା ଅଭିଯୋଗ କରୁଛନ୍ତି । କେବଳ ଏତିକି ନୁହେଁ, ପ୍ରଧାନ ଶିକ୍ଷୟିତ୍ରୀ ଛାତ୍ରୀଙ୍କୁ ଅଶାଳୀନ ଭାଷାରେ ଗାଳି ଦେଉଥିବା ମଧ୍ୟ ଭିଡିଓରେ ଦେଖିବାକୁ ମିଳିଛି । ପ୍ରଧାନ ଶିକ୍ଷୟିତ୍ରୀଙ୍କ ପ୍ରତି ହୋଇଥିବା ଆଇନଗତ କାର୍ଯ୍ୟାନୁÂାନ ଅଞ୍ଚଳରେ ପ୍ରଥମ ହୋଇଥିବାରୁ ଏହାକୁ ନେଇ ନାନା ଚର୍ଚ୍ଚା ଚାଲିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons