ଲକ୍ଷେ୍ନø: ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରି ଉତ୍ତର ପ୍ରଦେଶରେ ହିଂସାକାଣ୍ଡ ଲାଗି ରହିଛି । ରବିବାର ଆଉ ୩ ଜଣଙ୍କର ମୃତୁ୍ୟ ଘଟିବା ସହ ରାଜ୍ୟରେ ଏହି ହିଂସାକାଣ୍ଡ ଜନିତ ମୃତୁ୍ୟସଂଖ୍ୟା ୧୮କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ଜଣେ ୮ ବର୍ଷୀୟ ବାଳକ ଥିବା ପୁଲିସ ସୂଚନା ଦେଇଛି । ହିଂସାକାଣ୍ଡ ଘଟାଇବା ଅଭିଯୋଗରେ ପୁଲିସ ୧୨୪ଟି ଏଫଆଇଆର ରୁଜୁ କରିଛି । ୫,୪୦୦ ଲୋକଙ୍କୁ ଅଟକ ରଖାଯାଇଥିଲା ବେଳେ ୭୦୫ ଜଣଙ୍କୁ ଗିରଫ କରି ଜେଲ୍ ପଠାଇ ଦିଆଯାଇଛି । ହିଂସାରେ ୨୬୦ ପୁଲିସ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫୭ଜଣଙ୍କ ଦେହରେ ଗୁଳି ଲାଗିଛି । ସେପଟେ ଏହି ବିବାଦୀୟ ଆଇନ ପ୍ରତ୍ୟାହାର ଦାବିରେ କଂଗ୍ରେସ, ବାମଦଳ ଓ ଅନ୍ୟାନ୍ୟ ବିରୋଧୀ ଦଳ ପକ୍ଷରୁ କେରଳ, ତାମିଲନାଡୁ ଓ ପଶ୍ଚିମବଙ୍ଗରେ ଆନେ୍ଦାଳନ ଜାରି ରହିଛି ।
ଉତ୍ତରପ୍ରଦେଶର ରାମପୁରରେ ରବିବାର ବିକ୍ଷୋଭକାରୀ ଓ ପୁଲିସ ମଧ୍ୟରେ ସଂଘର୍ଷ ଘଟିଛି । ଇଦ୍ଗା ନିକଟରେ ପ୍ରାୟ ୫୦୦ ବିକ୍ଷୋଭକାରୀ ଏକତ୍ରିତ ହୋଇ ନାରାବାଜି କରିଥିଲେ । ସେମାନେ କେତେକ ଗାଡିରେ ନିଆଁ ଲଗାଇ ଦେଇଥିଲେ । ସେମାନଙ୍କୁ ଘଉଡାଇବାକୁ ପୁଲିସ ଉଦ୍ୟମ କରିବାରୁ ବିକ୍ଷୋଭକାରୀମାନେ ଢେ଼ଲା ମାଡ଼ କରିଥିଲେ । ଏଥିରେ ବହୁ ପୁଲିସ ଆହତ ହୋଇଛନ୍ତି । ପୁଲିସ ପକ୍ଷରୁ ବିକ୍ଷୋଭକାରୀଙ୍କ ଉପରେ ଗୁଳିମାଡ଼ କରାଯିବାରୁ ଜଣଙ୍କର ମୃତୁ୍ୟ ଘଟିଛି । କାନପୁରର ୟତିମଖାନା ପୁଲିସ ପୋଷ୍ଟକୁ ବିକ୍ଷୋଭକାରୀ ନିଆଁ ଲଗାଇ ପୋଡିଦେଇଛନ୍ତି । ଆଲିଗଡରେ ରବିବାର ଇଣ୍ଟରନେଟ ସେବା ପୁଣି ଆରମ୍ଭ ହୋଇଛି । ଗତ ୧୫ ତାରିଖରେ ସେଠାରେ ହିଂସାକାଣ୍ଡ ଘଟିବାରୁ ଇଣ୍ଟରନେଟ ବନ୍ଦ ରହିଥିଲା । ଆଲିଗଡ ମୁସଲିମ୍ ୟୁନିଭର୍ସିଟି କ୍ୟାମ୍ପସରେ ରବିବାର ପୁଣି ଆନେ୍ଦାଳନ ଘଟିଛି । ଗତ ୧୫ ଓ ୧୬ ତାରିଖରେ ଏଠାରେ ହିଂସାକାଣ୍ଡ ଘଟିଥିଲା । ହିଂସାକାଣ୍ଡର ତଦନ୍ତ ପାଇଁ ୟୁନିଭର୍ସିଟି ପକ୍ଷରୁ ଜଣିକିଆ ନ୍ୟାୟିକ କମିଶନ ଗଠନ କରାଯାଇଛି ।
ଅନ୍ୟପକ୍ଷରେ ହିଂସାକାଣ୍ଡରେ ସମ୍ପୃକ୍ତ ବ୍ୟକ୍ତିଙ୍କ ସମ୍ପତ୍ତି ଜବତ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି । ଯେଉଁମାନେ ସରକାରୀ କିମ୍ବା ସର୍ବସାଧାରଣ ସମ୍ପତ୍ତି ନଷ୍ଟ କରିଛନ୍ତି ସେମାନଙ୍କ ସମ୍ପତ୍ତି ଜବତ କରାଯାଇ ସେହି ଟଙ୍କା ଅସୁଲ କରାଯିବ । ହିଂସାରେ ସମ୍ପୃକ୍ତ ପ୍ରାୟ ୫୦ ଜଣଙ୍କୁ ଚିହ୍ନଟ କରାଯାଇଛି । ମୁଜାଫରନଗର ପ୍ରଶାସନ ପକ୍ଷରୁ ମିନାକ୍ଷୀ ଚୌକ ଓ କଚ୍ଛି ସଡକରେ ଥିବା ସେମାନଙ୍କର ୫୦ଟି ଦୋକାନକୁ ସିଲ୍ କରାଯାଇଛି । ସେହିଭଳି ଲକ୍ଷେ୍ନøରେ ମଧ୍ୟ ଦଙ୍ଗାକାରୀଙ୍କୁ ଚିହ୍ନଟ କରିବା ଲାଗି ଉଦ୍ୟମ କରାଯାଉଛି । ଅନ୍ୟାନ୍ୟ ଜିଲ୍ଲାର ଜିଲ୍ଲାପାଳ ଓ ଏସ୍ପିଙ୍କୁ ହିଂସାକାଣ୍ଡ ଘଟାଇଥିବା ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ଲାଗି ନିଦେ୍ର୍ଧଶ ଦିଆଯାଇଛି । କାନପୁର, ଆଲିଗଡ, ମୁଜାଫରନଗର, ଫିରୋଜାବାଦ, ରାମପୁର, ଖୋରଖପୁର, ଫାରୁକାବାଦ ଆଦି ୧୩ ଜିଲ୍ଲାରେ ହିଂସାକାଣ୍ଡ ଘଟିଛି । ହିଂସାକାଣ୍ଡରେ ସମ୍ପୃକ୍ତ ବ୍ୟକ୍ତିଙ୍କ ସମ୍ପତ୍ତି ଜବତ କରାଯିବ ବୋଲି ପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଥିଲେ ।
ରାଜଧାନୀ ଦିଲ୍ଲୀରେ ମଧ୍ୟ ରବିବାର ଆନେ୍ଦାଳନ ଦେଖିବାକୁ ମିଳିଛି । ନିଜାମୁଦ୍ଧିନ ବସ୍ତି ଓ ଅଳକାନନ୍ଦା ଅଞ୍ଚଳରେ ଶତାଧିକ ଆନେ୍ଦାଳନକାରୀ ରାଜରାସ୍ତାକୁ ଓହ୍ଲାଇଛନ୍ତି । କିନ୍ତୁ କୌଣସି ଠାରେ ହିଂସାକାଣ୍ଡ ଘଟିନାହିଁ । ସେହିଭଳି ଉତ୍ତର-ପୂର୍ବାଞ୍ଚଳର ଶତାଧିକ ଲୋକ ଦିଲ୍ଲୀରେ ଏକତ୍ରିତ ହୋଇ ପ୍ରତିବାଦ ଜଣାଇଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ଯେ ନାଗରିକତା ସଂଶୋଧନ ଆଇନକୁ ହିନ୍ଦୁ-ମୁସଲିମ ରଙ୍ଗ ଦିଆଯାଉଛି । କିନ୍ତୁ ଉତ୍ତର-ପୂର୍ବାଞ୍ଚଳର ଲୋକମାନଙ୍କର ପ୍ରକୃତ ପରିଚୟ ପ୍ରସଙ୍ଗ ଅଣଦେଖା ହୋଇଯାଉଛି । ଏହି ଆନେ୍ଦାଳନରେ ବହୁ ସଂଖ୍ୟକ ବୁଦ୍ଧିଜୀବୀ, ଛାତ୍ର ଓ ସାମାଜିକ କର୍ମୀ ସାମିଲ ହୋଇଛନ୍ତି । ଏଥିସହ ସେମାନେ ବିକ୍ଷୋଭକାରୀଙ୍କ ଉପରେ ପୁଲିସର ମାତ୍ରାଧିକ କାର୍ଯ୍ୟାନୁÂାନକୁ ଦୃଢ଼ ନିନ୍ଦା କରିଛନ୍ତି । ବିଶେଷକରି ଜାମିୟା ମିଲିୟା ଇସ୍ଲାମିୟା ଓ ଆଲିଗଡ ମୁସଲିମ ୟୁନିଭର୍ସିଟି ଛାତ୍ରଛାତ୍ରୀଙ୍କ ପ୍ରତି ସେମାନେ ଗଭୀର ସମବେଦନା ଜଣାଇଛନ୍ତି । ଜାମିୟା କ୍ୟାମ୍ପସରେ ମଧ୍ୟ ରବିବାର ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଆନେ୍ଦାଳନ କରିଛନ୍ତି । ପୁଲିସ ପକ୍ଷରୁ ଜାମିୟା, ଇଣ୍ଡିଆ ଗେଟ୍, ରାଜଘାଟ ଓ ଉତ୍ତରପ୍ରଦେଶ ଭବନ ଆଦି ଅଞ୍ଚଳରେ ଫ୍ଲାଗମାର୍ଚ୍ଚ କରାଯାଇଛି । ଶୁକ୍ରବାର ଗିରଫ ଭିମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ରାବଣଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି । ସେହିଭଳି ଦରିୟାଗଞ୍ଜ ହିଂସା ଘଟଣାରେ ଗିରଫ ୧୫ ଜଣଙ୍କୁ ଦୁଇଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା ବେଳେ ସିଲମପୁର ହିଂସା ଘଟଣାରେ ଗିରଫ ୧୧ ଜଣଙ୍କୁ ୧୪ ଦିନ ପାଇଁ ଜେଲ୍କୁ ପଠାଇ ଦିଆଯାଇଛି ।
କର୍ଣ୍ଣାଟକର ମେଙ୍ଗାଲୁରୁରେ ଗତ ଡିସେମ୍ବର ୧୯ ତାରିଖରୁ ଜାରି କର୍ଫୁ୍ୟ ରବିବାର ୧୨ ଘଣ୍ଟା ପାଇଁ ପ୍ରତ୍ୟାହାର କରାଯାଇଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କର୍ଫୁ୍ୟ କୋହଳ କରାଯାଇଥିଲା । ଏହି ସମୟ ଭିତରେ ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀ କିଣିଥିଲେ । ତେବେ ଏହି ସମୟରେ କୌଣସି ପ୍ରକାର ହିଂସାକାଣ୍ଡ ଘଟିନାହିଁ । ଗୁରୁବାର ରାତିରୁ ବନ୍ଦ ଥିବା ଇଣ୍ଟରନେଟ ସେବା ଶନିବାର ରାତିରୁ ପୁଣି ଆରମ୍ଭ ହୋଇଛି । ଗୁରୁବାର ଏଠାରେ ହିଂସାକାଣ୍ଡ ଘଟିବାରୁ ପୁଲିସ ଗୁଳିରେ ଦୁଇଜଣ ବିକ୍ଷୋଭକାରୀଙ୍କର ମୃତୁ୍ୟ ଘଟିଥିଲା । ରାଜ୍ୟ ସରକାର ପ୍ରତ୍ୟେକ ମୃତବ୍ୟକ୍ତିଙ୍କ ପରିବାରକୁ ୧୦ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଜୟପୁରରେ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ପ୍ରତିବାଦ ରାଲି କରିଛନ୍ତି । ଏଥିସହିତ ତାଙ୍କ ରାଜ୍ୟରେ ନାଗରିକତା ଆଇନ କିମ୍ବା ଜାତୀୟ ନାଗରିକ ପଞ୍ଜିକା ଲାଗୁ କରାଯିବ ନାହିଁ ବୋଲି ସେ କହିଛନ୍ତି । ତାମିଲନାଡୁର ଚେନ୍ନାଇ ସମେତ ଚିପୁକ, ଭେଲୁରଭରକୋମ, ଥେନି ଓ ଅନ୍ୟାନ୍ୟ କେତେକ ଅଞ୍ଚଳରେ ବିଭିନ୍ନ ରାଜନୈତିକ ଦଳ ଓ ସଙ୍ଗଠନର କର୍ମୀ ବିକ୍ଷୋଭ କରିଛନ୍ତି ।
Comments are closed, but trackbacks and pingbacks are open.