ଭୁବନେଶ୍ୱର, (ବି.ବି.ବୁ୍ୟରୋ): ପୂର୍ବତଟ ରେଳବାଇ ଇନ୍ଡୋର ଓ ସହିଦ ନଗର ଇନ୍ଡୋର୍ ହଲ୍ରେ ୩୩ତମ ଜାତୀୟ ସବ୍ଜୁନିୟର ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦ୍ୟାପିତ ହୋଇଯାଇଛି । ଓଡ଼ିଶାର ପ୍ରତିଭାବାନ ଖେଳାଳି ଶ୍ୱେତପର୍ଣ୍ଣା ପଣ୍ଡା ୧୫ବର୍ଷରୁ କମ୍ ମିକ୍ସଡ୍ ଡବଲ୍ସରେ ଚାମ୍ପିଅନ୍ ଆଖ୍ୟା ଅର୍ଜନ କରିଛନ୍ତି । ସେ ପ୍ରଥମ ଥର ଜାତୀୟ ଚାମ୍ପିଅନ୍ ହେବାର ଗୌରବ ଲାଭ କରିଛନ୍ତି । ଅନ୍ୟ ଓଡ଼ିଆ ଖେଳାଳି ଆୟୂଷ ପ;ନାୟକ ୧୭ବର୍ଷରୁ କମ୍ ବାଳକ ଡବଲ୍ସରେ ରନର୍ସ ଅପ୍ ହୋଇଛନ୍ତି ।
୧୫ ଓ ୧୭ବର୍ଷରୁ କମ୍ ବିଭାଗରେ ୧୦ଟି ଯାକ ବର୍ଗରେ ଆଜି ଫାଇନାଲ୍ ମ୍ୟାଚ୍ ଖେଳାଯାଇଥିଲା । ୧୫ବର୍ଷରୁ କମ୍ ମିକ୍ସଡ୍ ଡବଲ୍ସରେ ଶ୍ୱେତପର୍ଣ୍ଣା ଓ ତେଲେଙ୍ଗାନାର ସାତ୍ୱିକ୍ ରେଡ୍ଡୀ ଯୋଡ଼ି ଚାମ୍ପିଅନ୍ ହୋଇଥିଲେ । ଫାଇନାଲ୍ରେ ଏହି ଯୋଡ଼ି ତୃତୀୟ ସିଡ୍ ସମରବୀର ଓ ରିଜୁଲ ସାଇନିଙ୍କୁ ସିଧାସଳଖ ୨୧-୧୪, ୨୧-୮ ଗେମ୍ରେ ପରାଜିତ କରିଥିଲେ । ଏହି ମ୍ୟାଚ୍ରେ ଶ୍ୱେତପର୍ଣ୍ଣା ଓ ସାତ୍ୱିକ୍ ଯୋଡ଼ି ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲେ । ସେହିପରି ୧୭ବର୍ଷରୁ କମ୍ ବାଳକ ଡବଲ୍ସରେ ଓଡ଼ିଶାର ଆୟୂଷ ଓ କର୍ଣ୍ଣାଟକର ସୁହାସ ଯୋଡ଼ିଙ୍କୁ ନିରାଶ ହେବାକୁ ପଡ଼ିଥିଲା । ଫାଇନାଲ୍ରେ ଆୟୂଷ ଓ ସୁହାସ ଯୋଡ଼ି ହିମାଂଶୁ ଖତାନା ଓ ଶୁଭମ ପଟେଲ ଯୋଡ଼ିଙ୍କ ଠାରୁ ୨୧-୧୮, ୨୪-୨୨ଗେମ୍ରେ ହାରି ଯାଇଥିଲେ । ଆୟୂଷ ଓ ସୁହାସ ଲଢ଼ୁଆ ପ୍ରଦର୍ଶନ ସତ୍ତେ୍ୱ ରନର୍ସ ଅପ୍ରେ ସନ୍ତୁଷ୍ଟ ହୋଇଥିଲେ ।
୧୫ବର୍ଷରୁ କମ୍ ବାଳିକା ସିଙ୍ଗଲ୍ସରେ ଅନୁପମା ଉପାଧ୍ୟାୟ ଚାମ୍ପିଅନ୍ ହୋଇଛନ୍ତି । ସେ ଫାଇନାଲ୍ରେ ତାରା ଶାହାଙ୍କୁ ୨୧-୧୭, ୧୫-୨୧, ୨୧-୧୧ଗେମ୍ରେ ପରାସ୍ତ କରିଥିଲେ । ବାଳକ ସିଙ୍ଗଲ୍ସରେ ତନ୍ମୟ ବିକାଶ ବୋରୁଆ ଚାମ୍ପିଅନ୍ ହୋଇଛନ୍ତି । ସେ ଫାଇନାଲ୍ରେ ଅଙ୍କିତ ମଣ୍ଡଳଙ୍କୁ ସିଧାସଳଖ ୨୧-୧୬, ୨୧-୧୮ଗେମ୍ରେ ପରାଜିତ କରିଥିଲେ । ସେହିପରି ବାଳକ ଡବଲ୍ସ ଫାଇନାଲ୍ରେ ତନ୍ମୟ ଓ ଏଲ୍ ଶର୍ମାଙ୍କୁ ୨୧-୧୪, ୧୮-୨୧, ୨୧-୧୦ ଗେମ୍ରେ ହରାଇ ଶଙ୍କର ସାରସ୍ୱତ ଓ ଭୁବନ ସିଂହ ଯୋଡ଼ି ଚାମ୍ପିଅନ୍ ହୋଇଛନ୍ତି । ବାଳିକା ଡବଲ୍ସରେ ଜି କାର୍ତ୍ତିକେୟନ ଓ ସାନିଆ ସିକନ୍ଦର ଯୋଡ଼ି ଫାଇନାଲ୍ରେ ଗାୟତ୍ରୀ ରାଣୀ ଜୈସ୍ୱାଲ ଓ କର୍ଣ୍ଣିକା ଶ୍ରୀ ଯୋଡ଼ିଙ୍କୁ ସିଧାସଳଖ ୨୧-୧୭, ୨୧-୧୫ଗେମ୍ରେ ହରାଇ ଚାମ୍ପିଅନ୍ ହୋଇଛନ୍ତି ।
୧୭ବର୍ଷରୁ କମ୍ ବାଳିକା ସିଙ୍ଗଲ୍ସରେ ମାନଷୀ ସିଂହ ଓ ବାଳକରେ ଆର୍ ସଞ୍ଜୀବ ଚାମ୍ପିଅନ୍ ହୋଇଛନ୍ତି । ବାଳିକା ଫାଇନାଲ୍ରେ ମାନଷୀ ୨୧-୧୧, ୨୧-୬ଗେମ୍ରେ ତାରା ଶାହାଙ୍କୁ ପରାସ୍ତ କରିଥିବାବେଳେ ବାଳକରେ ସଞ୍ଜୀବ ସିଧାସଳଖ ୨୧-୧୫, ୨୧-୧୪ଗେମ୍ରେ ପ୍ରଣୟ କା;ାଙ୍କୁ ପରାଜିତ କରିଥିଲେ । ସେହିପରି ମିକ୍ସଡ୍ ଡବଲ୍ସରେ ସୁହାସ ଓ ଜଜନୀ ଅନନ୍ତକୁମାର ଚାମ୍ପିଅନ୍ ହୋଇଥିବାବେଳେ ବାଳକ ଡବଲ୍ସରେ ହିମାଂଶୁ ଖତାନା ଓ ଶୁଭମ ପଟେଲ ଏବଂ ବାଳିକା ଡବଲ୍ସରେ ଦେବୀକା ସିହାଗ ଓ ରିଦ୍ଧି କୌର ଯୋଡ଼ି ଚାମ୍ପିଅନ୍ ଆଖ୍ୟ ଅର୍ଜନ କରିଛନ୍ତି ।


Comments are closed, but trackbacks and pingbacks are open.