ଆତ୍ମଗ୍ଲାନିରେ ଜୀବନ ହାରିଲା ପୁଅ

Get real time updates directly on you device, subscribe now.

ନୂଆପଡ଼ା,(ବି.ବି.ନୁ୍ୟଜ୍): ପୁଅକୁ ଆକଟ କରିବାକୁ ଯାଇ ଗଲା ବାପାର ଜୀବନ । ବାପାଙ୍କ ହତ୍ୟା କଳଙ୍କ ଲାଗିଲା ଖୋଦ୍ ପୁଅ ଉପରେ । ଏହାପରେ ଆତ୍ମଗ୍ଲାନିରେ ଜୀବନ ହାରିଲା ପୁଅ । ଏଭଳି ଏକ ଘଟଣା ନୂଆପଡ଼ା ଜିଲ୍ଲା କୋମନା ଥାନା ସୁନାବେଡ଼ା ଅଭୟାରଣ୍ୟର ଗାଦିବେଡ଼ା ଗାଁରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ମୃତ ବାପାପୁଅ ଦ୍ୱୟ ହେଲେ ରାମସିଂ ମାଝି(୭୦) ଓ ଦେବଚରଣ ମାଝି(୨୭) । ମୃତକଙ୍କ ମଝିଆ ପୁଅ ସନସାଏ ମାଝି କୋମନା ଥାନାରେ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି । ଆସନ୍ତାକାଲି ବାପା-ପୁଅଙ୍କ ମୃତଦେହ ଉଦ୍ଧାର କରିବ ବୋଲି ପୁଲିସ କହିଛି ।
ସୂଚନାନୁଯାୟୀ ସୁନାବେଡ଼ା ଅଭୟାରଣ୍ୟର ଗାଦିବେଡ଼ା ନିକଟ ଆମପଡ଼ା ଗାଁର ଏକ ଚାଷ ଜମି ଖଳା ନିକଟରେ ରାମସିଂ ମାଝି ଘର କରି ରହୁଥିଲେ । ତିନିପୁଅ ଭଜମନ (୩୩), ସନସାଏ(୩୦) ଓ ଦେବଚରଣ(୨୭) । ବଡ଼ ଏବଂ ସାନପୁଅ ସହ ଚାଷ ଜମିରେ ଘର କରି ରହୁଥିଲେ ରାମସିଂ । ମଝିଆ ପୁଅ ସନସାଏ ବସ୍ତି ଭିତରେ ଘର କରି ରହୁଥିଲେ । ଆଜି ମଧ୍ୟାହ୍ନରେ ଦେବଚରଣ ତାଙ୍କର ସ୍ତ୍ରୀ ସହ କଳି କରି ମାର୍ପିଟ କରିଥିବା ଅଭିଯୋଗ ହୋଇଥିଲା । ଘର ନିକଟରେ ବସିଥିବା ବୁଢ଼ା ବାପା ରାମସିଂ ତାଙ୍କ ସାନ ପୁଅ ଦେବଚରଣକୁ ବୁଝାସୁଝା କରି ଗାଳି କରିଥିଲେ । ଏଥିରେ ଦେବଚରଣ ଉତ୍ତ୍ୟକ୍ତ ହୋଇ ବାପା ରାମସିଂଙ୍କୁ ଏକ ପଥରରେ ଛେଚିବା ଆରମ୍ଭ କରିଥିଲା । ଫଳରେ ଘଟଣାସ୍ଥଳରେ ରାମସିଂଙ୍କ ମୃତୁ୍ୟ ହୋଇଥିଲା । ଏହାକୁ ରାମସିଂଙ୍କ ବଡ଼ପୁଅ ଭଜମନ ଓ ପରିବାର ଲୋକେ ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ମାରିବାକୁ ଦୌଡ଼ିଥିଲା ରକ୍ତମୁଖା ଦେବଚରଣ । ଫଳରେ ପରିବାର ଲୋକେ ଜୀବନ ଭୟର ଏଣେତେଣେ ପଳାୟନ କରିଥିଲେ । କିଛି ସମୟ ପରେ ଫେରି ଆସି ପରିବାର ଲୋକେ ଦେବଚରଣଙ୍କୁ ଖୋଜାଖୋଜି କରିଥିଲେ । ସେଠାରୁ ୫ଶହ ମିଟର ଦୂରରେ ଏକ ବାହାଡ଼ା ଗଛରେ ଦେବଙ୍କ ଶବ ଝୁଲୁଥିବା ଦେଖିବାକୁ ପାଇଥିଲେ । ବାପାଙ୍କୁ ହତ୍ୟା କରି ପୁଅ ମାନସିକ ଭାରସାମ୍ୟ ହରାଇ ବସିଥିଲେ । ଘଟଣାସ୍ଥଳରୁ ୫ ଶହ ମିଟର ଦୂରତାରେ ଏକ ବାହାଡା ଗଛରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏନେଇ ସନ୍ଧ୍ୟାରେ ମୃତ ରାମସିଂଙ୍କ ମଝିଆ ପୁଅ ସନସାଏ କୋମନା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ଶବ ଉଦ୍ଧାର କରି ନଥିବାବେଳେ ଏବେ ରାତିରେ ଅଭୟାରଣ୍ୟ ଭିତରେ ଗାଁଲୋକେ ଦୁଇ ଶବକୁ ଜଗି ରହିଛନ୍ତି । ଏନେଇ କୋମନା ଏସଆଇ ଜିତେନ୍ଦ୍ର ବିଶ୍ୱାଳଙ୍କୁ ପଚାରିବାରୁ, ଅଭିଯୋଗ ସମ୍ପର୍କରେ ସ୍ପଷ୍ଟ କରିଥିଲେ । ମୃତଦେହ ଦୂର ଓ ଘଞ୍ଚ ଜଙ୍ଗଲ ଭିତରେ ଥିବାରୁ ସନ୍ଧ୍ୟାରେ ଶବ ଉଦ୍ଧାର କରିବା ସମ୍ଭବ ହୋଇପାରିନଥିଲା । ଆସନ୍ତାକାଲି ବାପା-ପୁଅଙ୍କ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ ଅ%ôକାରୀ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons