ପିଲାଙ୍କ କଳିକୁ ନେଇ ଭାଇକୁ ହାଣିଲା ଭାଇ

Get real time updates directly on you device, subscribe now.

ବାଲେଶ୍ୱର,(ବି.ବି.ନୁ୍ୟଜ୍): ପିଲାଙ୍କ କଳିକୁ ନେଇ ଭାଇକୁ ଭାଇ ହାଣିଛି । ଏଭଳି ଅଭାବନୀୟ ଘଟଣା ନୀଳଗିରି ଥାନା ଅନ୍ତର୍ଗତ କାଥିପଦା ଗ୍ରାମରେ ଘଟିଛି । ଘଟଣାରୁ ପ୍ରକାଶ, ଔପଦା ବ୍ଲକ ବାଉଁଶଗଡ଼ିଆ ପଞ୍ଚାୟତ ଅନ୍ତର୍ଗତ ଏହି ଗ୍ରାମରେ କାର୍ତ୍ତିକ ସେଠୀଙ୍କ ଦୁଇ ଝିଅ ମଧ୍ୟରେ ଝଗଡ଼ା ଲାଗିଥିଲା । ପରେ ସେହି ଦୁଇ ଝିଅ କାର୍ତ୍ତିକଙ୍କ ସାନ ଭାଇ ସନାତନଙ୍କ ଘରେ ରହୁଥିଲେ । ହେଲେ ଏହାକୁ ନେଇ ଉଭୟ ଭାଇଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା । ଏଥିରେ ଉତ୍କ୍ଷିପ୍ତ ହୋଇ ସନାତନ ପନିକରେ ଆକ୍ରମଣ କରିଥିଲେ । କାର୍ତ୍ତିକଙ୍କ ଡାହାଣ ହାତରେ ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ତାଙ୍କୁ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons