ହେମନ୍ତ ସୋରେନ ହେବେ ମେଣ୍ଟ ଦଳର ମୁଖ୍ୟମନ୍ତ୍ରୀ

Get real time updates directly on you device, subscribe now.

ରାଞ୍ଚô: ଝାଡଖଣ୍ଡରେ ଜେଏମ୍ଏମ୍-କଂଗ୍ରେସ ଓ ଆରଜେଡି ମେଣ୍ଟ ସରକାର ଗଠନ ହେବାକୁ ଯାଉଛି । ରାଜ୍ୟର ରଘୁବର ଦାସଙ୍କ ନେତୃତ୍ୱାଧୀନ ବିଜେପି ସରକାର ପରାଜିତ ହୋଇଛି । ରାଜ୍ୟର ମୋଟ ୮୧ ବିଧାନସଭା ଆସନରୁ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୪୧ । ତେବେ ପ୍ରାଥମିକ ଫଳାଫଳ ଅନୁସାରେ ଜେଏମ୍ଏମ୍ ୩୦ ଆସନରେ ବିଜୟୀ ହୋଇଥିଲା ବେଳେ ଏହାର ସହଯୋଗୀ କଂଗ୍ରେସ ୧୫ ଓ ଆରଜେଡି ୧ଟି ଆସନରେ ବିଜୟୀ ହୋଇଛି । ଫଳରେ ମେଣ୍ଟ ଦଳ ମ୍ୟାଜିକ ନମ୍ବର ଅତିକ୍ରମ କରିିଛି । ଅନ୍ୟପକ୍ଷରେ ବିଜେପି ୨୬ ଆସନ ହାସଲ କରିଛି । ଅଲ୍ ଝାଡଖଣ୍ଡ ଷ୍ଟୁଡେଣ୍ଟସ୍ ୟୁନିଅନ (ଏଜେଏସ୍ୟୁ)କୁ ୨, ଝାଡଖଣ୍ଡ ବିକାଶ ମୋର୍ଚ୍ଚା (ଜେଭିଏମ୍)କୁ ୩ ଏବଂ ଅନ୍ୟାନ୍ୟ ଦଳ ସପକ୍ଷରେ ୪ଟି ଆସନ ଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ କରି ହେମନ୍ତ ସୋରେନଙ୍କୁ ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।
ଜେଏମ୍ଏମ୍ ମୁଖ୍ୟ ହେମନ୍ତ ସୋରେନ (୪୪) ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ହେବା ସ୍ପଷ୍ଟ ହୋଇଛି । ପୂର୍ବରୁ ମେଣ୍ଟ ଦଳ ପକ୍ଷରୁ ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପିତ କରାଯାଇଥିଲା । ବରହେଟ ଓ ଦୁମକା ଆସନରୁ ସେ ବିଜୟୀ ହୋଇଛନ୍ତି । ନିର୍ବାଚନ ଫଳାଫଳ ମିଳିବା ପରେ ହେମନ୍ତ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏଥିସହ ତାଙ୍କୁ ସମର୍ଥନ କରିଥିବାରୁ ସେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ, କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି । କହିଛନ୍ତି ରାଜ୍ୟରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହେବ, ଯାହାକି ଏକ ମାଇଲଖୁଣ୍ଟ ହୋଇରହିବ । ଝାଡଖଣ୍ଡ ଯେଉଁଥିପାଇଁ ସୃଷ୍ଟି ହୋଇଥିଲା ତାହା ପୁରଣ କରିବାର ସମୟ ଆସିଛି । ପୂର୍ବରୁ ହେମନ୍ତ ୨୦୧୩ ଜୁଲାଇରୁ ୨୦୧୪ ଡିସେମ୍ବର ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଥିଲେ । ୩୮ ବର୍ଷ ବୟସରେ ସେ ଦେଶର ସର୍ବକନିÂ ମୁଖ୍ୟମନ୍ତ୍ରୀ ହୋଇଥିଲେ । ବର୍ତ୍ତମାନ ସେ ବିଧାନସଭାରେ ବିରୋଧୀ ଦଳ ନେତା ଅଛନ୍ତି ।
ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ରଘୁବର ଦାସ ପରାଜୟ ସ୍ୱୀକାର କରିଛନ୍ତି । କହିଛନ୍ତି ଏହା ତାଙ୍କର ପରାଜୟ, ଦଳର ନୁହେଁ । ଏଥିସହ ଜନାଦେଶକୁ ବିଜେପି ଗ୍ରହଣ କରିବ । ପରାଜିତ ହୋଇଥିଲେ ମଧ୍ୟ ରାଜ୍ୟର ବିକାଶ ଦିଗରେ ସେ କାର୍ଯ୍ୟ କରିବେ ବୋଲି କହିଛନ୍ତି । ସେ ରାଜଭବନ ଯାଇ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ନିଜର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି । ତେବେ ନୂଆ ମୁଖ୍ୟମନ୍ତ୍ରୀ ନିର୍ବାଚିତ ହେବା ପର୍ଯ୍ୟନ୍ତ ତାଙ୍କୁ କାମଚଳା ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟପାଳ ନିଯୁକ୍ତ କରିଛନ୍ତି । ସବୁଠାରୁ ବଡକଥା ହେଉଛି ଲଗାତାର ଭାବେ ୫ଥର ନିର୍ବାଚିତ ହୋଇଆସିଥିବା ମୁଖ୍ୟମନ୍ତ୍ରୀ ଓ ତାଙ୍କ କ୍ୟାବିନେଟର ୬ ଜଣ ମନ୍ତ୍ରୀ ପରାଜୟର ଦ୍ୱାରଦେଶରେ ପହଞ୍ଚôଛନ୍ତି । ମୁଖ୍ୟମନ୍ତ୍ରୀ ଜାମସେଦପୁର (ପୂର୍ବ) ଆସନରୁ ଲଢ଼ୁଥିଲା ବେଳେ ତାଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି ତାଙ୍କର ପୂର୍ବତନ କ୍ୟାବିନେଟ ସହଯୋଗୀ ସରଯୁ ରାୟ । ଶ୍ରୀ ରାୟ ୧୫ ହଜାରରୁ ଅଧିକ ଭୋଟରେ ଆଗୁଆ ଥିବା ଜଣାପଡିଛି । ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଟୁଇଟ କରି ଜନାଦେଶକୁ ସମ୍ମାନ ଜଣାଇବା ସହ ରାଜ୍ୟବାସୀ ବିଜେପିକୁ ୫ ବର୍ଷ ଶାସନ କରିବାର ସୁଯୋଗ ଦେଇଥିବାରୁ ସେମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ।
ମହାରାଷ୍ଟ୍ର ଓ ହରିୟାଣା ପରେ ତୃତୀୟ ରାଜ୍ୟ ଭାବେ ଝାଡ଼ଖଣ୍ଡରେ ଚଳିତବର୍ଷ ବିଧାନସଭା ନିର୍ବାଚନ ହୋଇଛି । ପ୍ରାକ ନିର୍ବାଚନୀ ମେଣ୍ଟର ବୁଝାମଣା ଅନୁସାରେ ଜେଏମ୍ଏମ୍ ୪୩ ଆସନରେ ପ୍ରାର୍ଥୀ ଦେଇଥିଲା ବେଳେ କଂଗ୍ରେସ ୩୧ ଓ ଆରଜେଡି ୭ଟି ଆସନରେ ପ୍ରାର୍ଥୀ ଦେଇଥିଲା । ଅନ୍ୟପକ୍ଷରେ ବିଜେପି ୭୯ ଆସନରେ ପ୍ରାର୍ଥୀ ଦେଇଥିଲା । ଏଜେଏସ୍ୟୁ ମୁଖ୍ୟ ସୁଦେଶ ମହାତୋଙ୍କ ବିପକ୍ଷରେ ସିଲି ଆସନରେ ବିଜେପି ପ୍ରାର୍ଥୀ ଦେଇ ନଥିଲା ବେଳେ ଗୋଟିଏ ଆସନରେ ଜଣେ ପ୍ରାର୍ଥୀଙ୍କୁ ସମର୍ଥନ ଦେଇଥିଲା । ଝାଡଖଣ୍ଡରେ ଗତ ନଭେମ୍ବର ୩୦ରୁ ଡିସେମ୍ବର ୨୦ ମଧ୍ୟରେ ୫ଟି ପର୍ଯ୍ୟାୟରେ ମତଦାନ ହୋଇଥିଲା । ମତଦାନ ହାର ୬୫.୧୭ ପ୍ରତିଶତ ରହିଥିଲା । ସୁଦେଶ ମହାତୋ ସିଲି ଆସନରେ ବିଜୟୀ ହୋଇଛନ୍ତି । ବିଜେପି ରାଜ୍ୟଶାଖା ସଭାପତି ଲକ୍ଷ୍ମଣ ଗିଲୁଆ ଚକ୍ରଧରପୁର ଆସନରୁ ହାରି ଯାଇଛନ୍ତି ।
୨୦୧୪ ନିର୍ବାଚନରେ ମତଦାନ ହାର ୬୬.୫୩ ପ୍ରତିଶତ ଥିଲା । ଗତ ବିଧାନସଭା ନିର୍ବାଚନରେ ବିଜେପି ୩୭ ଆସନ ପାଇଥିଲା ବେଳେ ୫ଟି ଆସନ ପାଇଥିବା ଏଜେଏସ୍ୟୁ ସହ ମିଶି ସରକାର ଗଠନ କରିଥିଲା । ସେହିଭଳି ଜେଭିଏମ୍ର ୮ ଜଣ ବିଧାୟକଙ୍କ ମଧ୍ୟରୁ ପରବର୍ତ୍ତୀ ସମୟରେ ୬ ଜଣ ଦଳ ଛାଡି ବିଜେପିରେ ମିଶିଥିଲେ । ଅନ୍ୟପକ୍ଷରେ ଜେଏମ୍ଏମ୍ ୧୯ଟି ପାଇଥିଲା ବେଳେ କଂଗ୍ରେସ ୬ଟି ଆସନରେ ବିଜୟୀ ହୋଇଥିଲା । ଅନ୍ୟାନ୍ୟ ଦଳ ୭ଟି ଆସନ ହାତେଇଥିଲେ । ସେହିଭଳି ଗତ ମେ’ରେ ଅନୁÂିତ ସାଧାରଣ ନିର୍ବାଚନରେ ରାଜ୍ୟର ୧୪ଟି ଲୋକସଭା ଆସନରୁ ବିଜେପି ୧୧ଟିରେ ବିଜୟୀ ହୋଇଥିଲା । କଂଗ୍ରେସ, ଜେଏମ୍ଏମ୍ ଓ ଏଜେଏସ୍ୟୁ ଗୋଟିଏ ଲେଖାଏଁ ଆସନ ପାଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons