ମାଓବାଦୀଙ୍କ ପାଖକୁ ଯାଉଥିଲା ୫୧ ଲକ୍ଷ

Get real time updates directly on you device, subscribe now.

ଲମତାପୁଟ,(ବି.ବି.ନୁ୍ୟଜ୍): ବିଏସଏଫ୍ ପକ୍ଷରୁ ଗାଡ଼ିମୋଟର ଯାଞ୍ଚବେଳେ ଜବତ ହୋଇଛି ୫୧ ଲକ୍ଷ ୧୬ ହଜାର ୬୫୦ ଟଙ୍କା । ଏହି ଘଟଣାରେ ପୁଲିସ ୨ ଜଣଙ୍କୁ ଅଟକ ରଖିଛି । ସେମାନେ ହେଲେ ବିଜୟ ଖେମୁଣ୍ଡୁ ଓ ଭଗବାନ ଖେମୁଣ୍ଡୁ । କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଡକ୍ରି ଗାଁ ନିକଟରୁ ଜବତ ହୋଇଛି ସ୍ପର୍ପିଓ ସହ ଏହି ଟଙ୍କା । ପଚରାଉଚରା ବେଳେ ଏହି ଟଙ୍କା ଗଞ୍ଜେଇ କାରବାର ଏବଂ ମାଓବାଦୀଙ୍କ ଉଦେ୍ଧଶ୍ୟରେ ଆନ୍ଧ୍ରର ମୁଚିମପୁଟ ଥାନା ଗୁନ୍ତାରଗୁଡାକୁ ଯାଉଥିଲା ବୋଲି ପୁଲିସ୍ ଜାଣିବାକୁ ପାଇଛି ।
ରବିବାର ଅପରାହ୍ଣ ପ୍ରାୟ ୩ଟା । ଡକ୍ରି ଗାଁ ନିକଟରେ ବିଏସଏଫ୍ ପକ୍ଷରୁ ଚାଲିଥିଲା ଗାଡିମୋଟର ଯାଞ୍ଚ । ଏହି ସମୟରେ ଧଳାରଙ୍ଗର ସ୍କର୍ପିଓ (ଓଡ଼ି-୧୦ବି-୦୧୪୩) ଉପରେ ଯବାନମାନଙ୍କ ସନେ୍ଦହ ହୋଇଥିଲା । ଯାଞ୍ଚ ବେଳେ ସେଥିରୁ ବାହାରିଥିଲା ଏହି ଟଙ୍କା । ଗାଡିକୁ ଯବାନମାନେ ଅଟକ ରଖିବା ସହ ସେଥିରେ ବସିଥିବା ଦୁଇ ଯୁବକ ବିଜୟ ଓ ଭଗବାନଙ୍କୁ ପଚରାଉଚରା କରିଥିଲେ । ଏହି ଟଙ୍କା ନବରଙ୍ଗପୁରରୁ ଆନ୍ଧ୍ରର ଗୁନ୍ତାରଗୁଡା ଗାଁକୁ ନିଆଯାଉଥିଲା ବୋଲି ଉଭୟ ସ୍ୱୀକାର କରିଥିବା ଯବାନମାନେ କହିଛନ୍ତି । ଏହାପରେ ଦୁଇ ଅଭିଯୁକ୍ତଙ୍କ ସହ ଗାଡି ଓ ଟଙ୍କାକୁ ମାଛକୁଣ୍ଡ ପୁଲିସ୍ ଜିମା ଦିଆଯାଇଛି । ଏ ସଂପର୍କରେ ଥାନାରେ ଏକ ମାମଲା ରୁଜୁ କରାଯାଇଛି । ଏତେ ଟଙ୍କା କାହା ପାଖରୁ ଆସିଥିଲା ଏବଂ ନିର୍ଦ୍ଧିଷ୍ଟ ଭାବେ କେଉଁ ମାଓବାଦୀ ଏବଂ ଗଞ୍ଜେଇ ମାଫିଆଙ୍କ ପାଖକୁ ଯାଉଥିଲା, ତାହାର ତଦନ୍ତ ଜାରି ରଖିଛି ପୁଲିିସ୍ । ମଙ୍ଗଳବାର ଗୁନ୍ତାରଗୁଡାର ଦୁଇ ଅଭିଯୁକ୍ତଙ୍କ ଡାକ୍ତରୀ ପରୀକ୍ଷା କରାଯାଇ କୋର୍ଟଚାଲାଣ କରାଯିବ ବୋଲି ପୁଲିସ୍ ପକ୍ଷରୁ ସୂଚନା ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons