କଟକ,(ବି.ବି.ନୁ୍ୟଜ୍): ଭାରତବର୍ଷ ସାରା ବିଶ୍ୱର ଜନନୀ । ଯୁଗଯୁଗ ଧରି ଆମର ଏହି ଦେଶ ବିଶ୍ୱର ଉପଦେଷ୍ଟା ଭୂମିକା ନିର୍ବାହ କରିଆସିଛି । ଭାରତ ବର୍ଷ ସୁରକ୍ଷିତ ରହିଲେ ସାରା ବିଶ୍ୱ ସୁରକ୍ଷିତ ରହିବ ଏବଂ ଯେଉଁମାନେ ଭାରତବର୍ଷକୁ ସୁରକ୍ଷିତ ରଖିବା ପାଇଁ ଅବିରତ କାର୍ଯ୍ୟ କରିଚାଲିଛନ୍ତି ସେମାନେ ଯେଉଁ ମହାନ୍ କର୍ତ୍ତବ୍ୟ ସଂପାଦନ କରୁଛନ୍ତି ସେଥିପାଇଁ ସେମାନେ ଆମ୍ଭମାନଙ୍କ ପାଇଁ ପ୍ରଣମ୍ୟ । ସ୍ୱର୍ଗଧାମ ସେବା ସମିତି ପକ୍ଷରୁ ସ୍ୱର୍ଗଧାମଠାରେ ଆୟୋଜିତ ସହିଦଦସ୍ତମ୍ଭ ଓ ସହିଦ ଜୟୀ ରାଜଗୁରୁ, ଲକ୍ଷ୍ମଣ ନାୟକ, ବାଜି ରାଉତ, ଭଗତ ସିଂ, ରାଜଗୁରୁ ଓ ସୁଖଦେବଙ୍କ ପ୍ରତିକୃତି ଉଦ୍ଘାଟନ ଉତ୍ସବରେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏପରି ମତବ୍ୟକ୍ତ କରିଛନ୍ତି । ପୂର୍ବାହ୍ନରେ ଆୟୋଜିତ ଏହି ସମାରୋହରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ପ୍ରଫେସର ଗଣେଶୀ ଲାଲ କହିଲେ ଯେ, ସାରା ଭାରତବର୍ଷରେ ସମସ୍ତଙ୍କର ଗୋଟିଏ ଲକ୍ଷ୍ୟ ହୋଇଛି ଦେଶକୁ ସୁରକ୍ଷିତ ରଖିବା । ତେବେ ସୀମାନ୍ତରେ ଦେଶର ସୁରକ୍ଷା କରି ପ୍ରାଣବଳୀ ଦେଇଥିବା ମହାନ୍ ସହିଦଙ୍କ ପିତାମାତାଙ୍କୁ ସମ୍ୱର୍ଦ୍ଧନା ଦେବା ମହନୀୟ କାର୍ଯ୍ୟକ୍ରମ ବୋଲି ରାଜ୍ୟପାଳ କହିଥିଲେ ।
ଉତ୍ସବ ଅବସରରେ ସ୍ୱର୍ଗଧାମର ବହୁବିଧ କାର୍ଯ୍ୟକ୍ରମକୁ ପ୍ରଶଂସା କରି ରାଜ୍ୟପାଳ ୧ ଲକ୍ଷ ଟଙ୍କା ପ୍ରଦାନ କରିବେ ବୋଲି ଘୋଷଣା କରିଥିଲେ । ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶ୍ରୁତିନ୍ୟାସର ଅଧ୍ୟକ୍ଷ ସ୍ୱାମୀ ସୁଧାନନ୍ଦ ସରସ୍ୱତୀ ଆର୍ଶୀବଚନ ପ୍ରଦାନ କରିଥିବା ସହ ସ୍ୱର୍ଗଧାମର କାର୍ଯ୍ୟ ଦୃଷ୍ଟାନ୍ତମୂଳକ ବୋଲି କହିଥିଲେ । ଏହି ଅବସରରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କୁ ଅନୁÂାନ ପକ୍ଷରୁ ରାଜ୍ୟପାଳଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା । କାଶ୍ମୀରରେ ସହିଦ ହୋଇଥିବା ମନୋଜ ବେହେରା, ନାରାୟଣ ପ୍ରଧାନ ଓ ଶିବାଶିଷ ପଣ୍ଡାଙ୍କ ପିତାମାତା ସମେତ ସେବା କାର୍ଯ୍ୟ କରୁଥିବା ଅଭିମନୁ୍ୟ ଦାସ, ପ୍ରଶାନ୍ତ ଆଚାର୍ଯ୍ୟ ଓ ମୋନାଜ କୁମାର ସିଂଙ୍କୁ ସ୍ୱାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ ଓ ସୁଧାନନ୍ଦ ସରସ୍ୱତୀ ସମ୍ୱର୍ଦ୍ଧିତ କରିଥିଲେ । କଟକ-ଚୌଦ୍ୱାର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ଅନୁÂାନ ପକ୍ଷରୁ ସମ୍ୱର୍ଦ୍ଧନା ପ୍ରଦାନ କରାଯାଇଥିଲା । ସ୍ୱର୍ଗଧାମ ସଂପର୍କରେ ପୁସ୍ତିକା “ସ୍ୱର୍ଣ୍ଣିମ ପରିକଳ୍ପନା ସ୍ୱର୍ଗଧାମ’କୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଶିଶୁ କଣ୍ଠଶିଳ୍ପୀ ପ୍ରିୟାଂଶୀ ସାହୁ ଦେଶାତ୍ମବୋଧ ସଂଗୀତ ପରିବେଷଣ କରିଥିଲେ । ସ୍ୱର୍ଗଧାମ ସେବା ସମିତିର ସଭାପତି ଶରତ କୁମାର ସାହୁ ଏହି ସମାରୋହରେ ଅଧ୍ୟକ୍ଷତା କରି ସମସ୍ତଙ୍କ ସହଯୋଗ ଏହି ଅନୁÂାନକୁ ପ୍ରାଣବନ୍ତ କରିଛି ଏବଂ ଆଗାମୀ ଦିନରେ ସମସ୍ତଙ୍କ ସହଯୋଗ କାମନା କରୁଛୁ ବୋଲି ପ୍ରକାଶ କରିଥିଲେ । ସମାରୋହରେ ଉପଦେଷ୍ଟା କମିଟି ସଦସ୍ୟ ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦ ସ୍ୱାଗତ ଓ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ମାନପତ୍ର ପାଠ କରିଥିଲେ ଉପଦେଷ୍ଟା କମିଟି ସଦସ୍ୟା ସରୋଜିନୀ ମିଶ୍ର ପଣ୍ଡା । ରେଶ୍ମାରାଣୀ ମହାରଣା ଓ ସ୍ମିତାଞ୍ଜଳି ସାହୁ ସହଯୋଗ କରିଥିଲେ । ଉତ୍ସବ ସଂଯୋଜନା କରିଥିଲେ କମଳାକାନ୍ତ ଦାଶ । ଉତ୍ସବ ପରିଚାଳନା କରିଥିଲେ ଅନୁÂାନର ସଂପାଦକ ଜୟନାରାୟଣ ସାହୁ ଓ ଜୟଶ୍ରୀ ପରମଗୁରୁ । ପୂର୍ବତନ ମେୟର ମୀନାକ୍ଷୀ ବେହେରା, ଆଇନଜୀବୀ ଭକ୍ତହରି ମହାନ୍ତି, କ୍ଷେତ୍ରମୋହନ ସାହୁ, ବିଜୟ ଦାସ, ରାଧାମୋହନ ସାହୁ ଓ ପୂର୍ଣ୍ଣଚନ୍ଦ୍ର ସାହୁ, କଟକ ମହାନଗର ଶାନ୍ତି କମିଟି ସଂପାଦକ ଭିକାରୀ ଦାସ, କୈଳାସ ଚନ୍ଦ୍ର ସାହୁ, ଡାକ୍ତର କୈଳାସ ସାହୁ, ଶଶାଙ୍କ ଶେଖର ସାହୁ, ଶରତ କୁମାର ସାହୁ ଓ ମହାବୀର ଯୁବକ ସଂଘର ସଦସ୍ୟ ଓ ସଦସ୍ୟା ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.