ଆଜି ରାତି ୮ଟା ୨୦ରୁ ପାକତ୍ୟାଗ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଆସନ୍ତା ୨୬ ତାରିଖ (ଗୁରୁବାର)ସକାଳ ୮ଟା ୨୦ ମିନିଟ ୮ ସେକେଣ୍ଡରେ ସୂର୍ଯେ୍ୟାପରାଗ ସ୍ପର୍ଶର୍ କରିବ । ଯାହାକୁ ଲକ୍ଷ୍ୟ ରଖି ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟଗୁଡିକ ବନ୍ଦ ରହିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ସରକାରୀ କାର୍ଯ୍ୟାଳୟଗୁଡିକ ମଧ୍ୟ ୨୬ରେ ଛୁଟି ରହିବ । ଏହା ବ୍ୟତୀତ ରାଜସ୍ୱ କୋର୍ଟ ଓ ଅଦାଲତ କୋର୍ଟଗୁଡିକ ମଧ୍ୟ ବନ୍ଦ ରହିବ ବୋଲି ରାଜସ୍ୱ ତଥା ଦୁର୍ବିପାକ ପରିଚାଳନା ବିଭାଗର ସ୍ୱତନ୍ତ୍ର ସଚିବ ସୂଚନା ଦେଇଛନ୍ତି । ବିଭାଗ ପକ୍ଷରୁ ଏ ବାବଦରେ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।
ଶ୍ରୀମନ୍ଦିରରେ ମଧ୍ୟ ଲାଗୁ ହେବ ସୂର୍ଯେ୍ୟାପରାଗର ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ । ୨୫ ତାରିଖ ରାତି ୮ଟା ୨୦ରେ ପାକ ତ୍ୟାଗ ଏବଂ ଦେବ ନୀତି ନିଷେଧ ହେବ । ୨୬ ତାରିଖ ସକାଳ ୮ଟା ୨୦ ମିନିଟ ୮ ସେକେଣ୍ଡରେ ସୂର୍ଯେ୍ୟାପରାଗ ସ୍ପର୍ଶର୍ କରିବ । ୧୧ଟା ୩୦ରେ ସର୍ବମୋକ୍ଷ । ସୂର୍ଯେ୍ୟାପରାଗ ପରିପ୍ରେକ୍ଷୀରେ ମହାପ୍ରଭୁ ଆଜି ରାତିରେ ଅପହୁଡ଼ ରହିବେ । ରାତିତମାମ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ଏହି ମର୍ମରେ ଶ୍ରୀମନ୍ଦିର ନୀତି ସବ୍ କମିଟି ବୈଠକରେ ସୂଚନା ଦିଆଯାଇଛି । ଏହି ନୀତି ନିର୍ଘଣ୍ଟକୁ ଶ୍ରୀମନ୍ଦିର ପରିଚାଳନା କମିଟି ଗତ ୨୦ରେ ଅନୁମୋଦନ କରିଛି । ଏହି ବୈଠକ ସୂଚନା ମୁତାବକ ଡିସେମ୍ବର ୨୫, ଧନୁ ୧୦ ଦିନ, ବୁଧବାର, ଜ୍ୟେÂା ବିଛା ନକ୍ଷତ୍ର ତିଥିରେ ଏହି ସୂର୍ଯପରାଗ ପଡୁଛି । ପରିଚାଳନା କମିଟି ବୈଠକରେ ସୂର୍ଯେ୍ୟାପରାଗ ନୀତି ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା ପରେ ନୀତିକୁ ଶୃଙ୍ଖଳାର ସହ ସମ୍ପାଦନ କରିବାକୁ ସମସ୍ତ ସେବାୟତଙ୍କୁ ନିବେଦନ କରାଯାଇଥିଲା ।
୨୫ ତାରିଖ ରାତି ୮ଟା ୨୦ ମିନିଟରେ ପାକ ତ୍ୟାଗ ତଥା ଦେବ ନୀତି ନିଷେଧ ପରେ ମହାପ୍ରଭୁଙ୍କ ଦର୍ଶନ ରାତିତମାମ ଚାଲିବ । ୨୬ ତାରିଖ ସକାଳେ ସୂର୍ଯେ୍ୟାପରାଗ ସ୍ପର୍ଶ ପରେ ମହାପ୍ରଭୁଙ୍କ ଗ୍ରହଣ ମହାସ୍ନାନ, ତଡ଼ପ ମଇଲମ, ମଙ୍ଗଳ ଆଳତି, ଅବକାଶ, ରୋଷହୋମ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ଗ୍ରହଣ ସାଧା ବେଶ ପରେ ଗ୍ରହଣ ଭୋଗ, ମଇଲମ, ବେଶ, ଗୋପାଳ ବଲ୍ଲଭ ସାରି ପହିଲି ଭୋଗ ଓ ସକାଳ ଧୂପ ନୀତି ବଢ଼ିବ । ଏହା ପରେ ମହାପ୍ରଭୁଙ୍କ ଗୁରୁବାର ମାଜଣା, ଏକାନ୍ତ ଆଦି ନୀତି ସମ୍ପାଦନ କରାଯିବ । ଡିସେମ୍ବର ୨୫ରେ ଭୋର ତିନିଟାରେ ଦ୍ୱାରଫିଟା ହୋଇ ବିଭିନ୍ନ ନୀତି ବଢ଼ିବ ବୋଲି ସୂଚନା ଦିଆଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons