ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଆସନ୍ତା ୨୬ ତାରିଖରେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଖୋର୍ଦ୍ଧା ରୋଡ଼୍-ବଲାଙ୍ଗୀର ରେଳ ପ୍ରକଳ୍ପର ନୟାଗଡ଼-ଟାଉନ୍ ଓ ମହିପୁର ରେଳ ଲାଇନକୁ ଦେଶ ପାଇଁ ସମର୍ପିତ କରିବେ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ନୟାଗଡ଼ ଟାଉନ ଷ୍ଟେସନ୍ରେ ଖୋର୍ଦ୍ଧା ରୋଡ଼୍- ନୟାଗଡ଼ ଟାଉନ୍ ପାସେଞ୍ଜର୍ ଟ୍ରେନ୍କୁ ମହିପୁରକୁ ସମ୍ପ୍ରସାରଣ କରାଇବେ ।
ଏହା ବ୍ୟତୀତ ଗୁରୁବାର ସକାଳେ ଶ୍ରୀ ପ୍ରଧାନ ଭୁବନେଶ୍ୱର ରେଳ ଷ୍ଟେସନ୍ରେ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍ରେ ନାଲକୋ ଦ୍ୱାରା ପ୍ରାୟୋଜିତ ଓଡ଼ିଶାର ଐତିହ୍ୟ, ସଂସ୍କୃତି ଓ ପରମ୍ପରାର ପ୍ରଦର୍ଶନକୁ ଉଦଘାଟନ କରାଇିବା ସହିତ ଅସଂରକ୍ଷିତ ଟ୍ରେନ୍ ଟିକେଟ୍ରେ ଇଂରାଜୀ, ହିନ୍ଦୀ ସହିତ ଓଡ଼ିଆ ଭାଷା ପ୍ରଚଳନର ମଧ୍ୟ ଶୁଭାରମ୍ଭ କରିବେ ।
ଭୁବନେଶ୍ୱର ରେଳ ଷ୍ଟେସନରେ ଓଡ଼ିଶା ସରକାରଙ୍କ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀ, ରାଜ୍ୟସଭା ସାଂସଦ ଡ. ରଘୁନାଥ ମହାପାତ୍ର, ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ କୁମାର ରାଉତ ରହିବେ । ସେହିପରି ନୟାଗଡ଼ ଟାଉନ୍ କାର୍ଯ୍ୟକ୍ରମରେ ରାଜ୍ୟ କୃଷି ମନ୍ତ୍ରୀ ଡ. ଅରୁଣ କୁମାର ସାହୁ, ସାଂସଦ ପିନାକୀ ମିଶ୍ର, ଲୋକସଭା ସାଂସଦ ଅଚୁ୍ୟତ ସାମନ୍ତ, ବିଧାୟକ ରମେଶ ଚନ୍ଦ୍ର ବେହେରା ଉପସ୍ଥିତ ରହିବେ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି ।
Comments are closed, but trackbacks and pingbacks are open.