ପୁରୁଷୋତ୍ତମପୁର, (ବି.ବି.ନୁ୍ୟଜ୍): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଭାଟକୁମରଡ଼ା ମହାବିଦ୍ୟାଳୟ ନିକଟସ୍ଥ ରାଜରାସ୍ତାରେ ମଙ୍ଗଳବାର ସନ୍ଧ୍ୟାରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲେ । ଜଣେ ବାଇକ୍ ଚାଳକର ଘଟଣାସ୍ଥଳରେ ମୃତୁ୍ୟ ହୋଇଛି । ଆଉ ଦୁଇ ଜଣ ଆହତ ହୋଇ ଭାଟକୁମରଡ଼ା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ପୁଲିସ ଘଟଣାସ୍ଥଳରୁ ପୁରୁଷୋତ୍ତମପୁର ଦମକଳ ବାହିନୀ ସାହାଯ୍ୟରେ ଶବକୁ ଭାଟକୁମରଡ଼ା ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଛି । ଦୁର୍ଘଟଣାସ୍ଥଳରୁ ଓଡି୨୪ବି-୧୩୦୮ ଏବଂ ଓଆର୍୦୭ଏଚ୍-୯୦୦୫ ନମ୍ବର ବିଶିଷ୍ଟ ଦୁଇଟି ବାଇକ୍ ପୁରୁଷୋତ୍ତମପୁର ଥାନାକୁ ଆଣି ତଦନ୍ତ ଆରମ୍ଭ କରିଛି । ମୃତକ ହେଉଛନ୍ତି ସ୍ଥାନୀୟ ବ୍ଲକ୍ ଅନ୍ତର୍ଗତ ରାଇପୁର ହାଇସ୍କୁଲର ଶିକ୍ଷକ ବିଜୟ ନାୟକ । ସେ ସନ୍ଧ୍ୟାରେ ନିଜ ଘର ନବରଙ୍ଗପୁରକୁ ଯିବା ପାଇଁ ବାଇକ୍ ଯୋଗେ ବ୍ରହ୍ମପୁର ଯାଉଥିବା ସମୟରେ ଦୁର୍ଘଟଣା ଘଟିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ବୁଧବାର ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ ଠାରୁ ସୂଚନା ମିଳିଥିବା ବେଳେ ଆଉ ଦୁଇ ଆହତ ବ୍ୟକ୍ତିଙ୍କ ପରିଚୟ ମିଳିପାରିନାହିଁ ।
Comments are closed, but trackbacks and pingbacks are open.