ଓଡ଼ିଶା ପ୍ରତି ଅଟଳଜୀଙ୍କ ସ୍ନେହ ଅତୁଟ ଥିଲା

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଓଡ଼ିଶା ପ୍ରତି ଅଟଳ ବିହାରୀ ବାଜପେୟୀଙ୍କ ସ୍ନେହ ଓ ମୋହ ଅତୁଟ ଥିଲା । ସ୍ୱର୍ଗତ ଅଟଳଜୀଙ୍କ ଜୟନ୍ତୀ ଅବସରରେ ତାଙ୍କର ଓଡ଼ିଶା ଗସ୍ତର ପୁରୁଣା ଫଟୋକୁ ଟ୍ୱିଟ୍ କରି ସ୍ମୃତିକୁ ଉଜ୍ଜିବୀତ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି ।
ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୯୫ତମ ଜନ୍ମଦିବସରେ ଏହି ଫଟୋଟି ଅନେକ ସ୍ମୃତିକୁ ଉଜ୍ଜିବୀତ କରୁଛି । ୧୯୯୧-୯୨ ମସିହାରେ ଅଟଳଜୀ ଓଡ଼ିଶା ଆସିଥିଲେ । ପାର୍ଟି ଅଫିସ୍ରୁ ଓଡ଼ିଶା ବିଧାନସଭା ବୁଲି ଦେଖିବା ପାଇଁ ଇଚ୍ଛା କଲେ । ବିଧାନସଭାର ବାଚସ୍ପତିଙ୍କ ଗ୍ୟାଲେରୀରେ କିଛି ସମୟ ବସିଥିଲେ । ସେହି ସମୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ତାଙ୍କ ବ୍ୟକ୍ତିଗତ ସଚିବ ପ୍ୟାରୀମୋହନ ମହାପାତ୍ରଙ୍କୁ ପଠାଇ ବାଜପେୟୀଙ୍କୁ ପାଖକୁ ଆସିବାକୁ ଆମନ୍ତ୍ରଣ କଲେ । ବିଜୁ ବାବୁ ଅଟଳଜୀଙ୍କୁ ପାଛୋଟି ନେଲେ । ଅନ୍ତରଙ୍ଗ ଆଳାପ କଲେ । ଏହି ଫଟୋଚିତ୍ରରେ ଅଟଳଜୀ ଓ ବିଜୁ ବାବୁଙ୍କ ସହ ବିଜେପିର ସେ ସମୟରେ ବିଧାୟକ ବିକ୍ରମ କେଶରୀ ଦେଓ, ଅରବିନ୍ଦ ଢ଼ାଲି ଓ ବିଜେପି ରାଜ୍ୟ ସଭାପତି ଡ. ଦେବେନ୍ଦ୍ର ପ୍ରଧାନ ଉପସ୍ଥିତ ଅଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି, ବାଜପେୟୀଜୀ ବିରୋଧୀ ଦଳ ନେତା ଭାବେ ଓଡ଼ିଶାର କେବିକେ ଅଞ୍ଚଳର ଗରିବୀ ସହ ରାଜ୍ୟର ବିଭିନ୍ନ ଅଞ୍ଚଳ ବୁଲି ଲୋକଙ୍କ ସହ ମିଶୁଥିଲେ । ୧୯୯୯ ମସିହାର ମହାବାତ୍ୟା ପରେ ପ୍ରଧାନମନ୍ତ୍ରୀ ଭାବେ ଓଡ଼ିଶାର ପୁନନିର୍ମାଣ ପାଇଁ ତାଙ୍କର ଅବଦାନ ଅତୁଳନୀୟ ଥିଲା । ଦେହାବସାନ ପରେ ସେ ଆଜି ଆମର । ତାଙ୍କର ଆଜିର ପବିତ୍ର ଜନ୍ମଦିନରେ କୋଟି କୋଟି ପ୍ରଣାମ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons