ଦେବଗଡ଼: ଦେବଗଡ଼ ବନଖଣ୍ଡ ରିଆମାଳ ରେଞ୍ଜର ବରଡାନାଳି ଗାଁରୁ ଆଜି ଏକ ଛୁଆ ହାତୀର ମୃତଦେହ ଉଦ୍ଧାର ହୋଇଛି। ହାତୀର ଆନୁମାନିକ ବୟସ ୩ ବର୍ଷ ହେବ ବୋଲି ଜଣାପଡିଛି।
ଆଜି ସକାଳେ ବରଡାନାଳି ଗ୍ରାମର ଫକୀର ଗଡନାୟକଙ୍କ ଗୁହାଳ ଘର ପଛପଟେ ଏହି ଛୁଆ ହାତୀର ମୃତଦେହ ପଡ଼ିଥିବା ଗ୍ରାମବାସୀ ଦେଖିଥିଲେ। ମୃତ୍ୟୁର କାରଣ ଜଣା ପଡ଼ିନାହିଁ। ମୃତ ହାତୀ ଶରୀରରେ କୌଣସି କ୍ଷତ ଚିହ୍ନ ବି ନାହିଁ। ବୟସ୍କ ହାତୀ ଆକ୍ରମଣରେ ଶାବକର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ସୁଚନା ପାଇ ଫରେଷ୍ଟର ଓ ରିଆମାଳ ରେଞ୍ଜ ଅଫିସରଙ୍କ ନିର୍ଦେଶରେ ବନ ବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି।
Comments are closed, but trackbacks and pingbacks are open.