ମଲ୍ରେ ସାମ୍ବାଦିକାଙ୍କୁ ଅସଦାଚରଣ:କ୍ୟାମେରା ଭାଙ୍ଗିଲେ, ପିଟିଲେ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଏସ୍ପ୍ଲାନେଡ୍ ମଲ୍ରେ ବେଆଇନ୍ ପାର୍କିଂ ଫି ସମ୍ପର୍କରେ ରିପୋର୍ଟିଂ କରୁଥିବା ବେଳେ ଅସଦାଚରଣର ଶିକାର ହୋଇଛନ୍ତି ସାମ୍ବାଦିକା ସ୍ୱାତୀ ଜେନା । ଖାଲି ସେତିକି ନୁହେଁ ମଲ୍ର ବାଉନ୍ସରମାନେ କ୍ୟାମେରାମ୍ୟାନ୍ଙ୍କୁ ମାଡ଼ ମାରିବା ସହ କ୍ୟାମେରା ଭାଙ୍ଗି ଦେଇଛନ୍ତି । ଏନେଇ ସହିଦ୍ନଗର ଥାନାରେ ସ୍ୱାତୀ ଅଭିଯୋଗ କରିଛନ୍ତି । ପୁଲିସ୍ ମଲ୍ର କିଛି କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ମିଳିଥିବା ସୂଚନା ମୁତାବକ, ରାଜଧାନୀରେ ଥିବା ମଲ୍ରେ ପାର୍କିଂ ଫି’ ଆଦାୟ ନକରିବାକୁ ବିଡିଏ ଓ ବିଏମ୍ସି କର୍ତ୍ତୃପକ୍ଷ ନିଦେ୍ର୍ଧଶନାମା ଜାରି କରିଛନ୍ତି । ହେଲେ କିଛି ଦିନ ହେବ ନିୟମକୁ ଦଳିମକଚି ଏସ୍ପ୍ଲାନେଡ୍ ମଲରେ ଲୋକଙ୍କ ଠାରୁ ପାର୍କିଂ ଫି’ ଆଦାୟ ଚାଲିଛି । ଏ ସମ୍ପର୍କରେ ଅଭିଯୋଗ ପାଇ ଖବର ସଂଗ୍ରହ କରିବାକୁ ଯାଇଥିଲେ ‘ଅର୍ଗସ୍ ଟିଭି’ ର ମହିଳା ସାମ୍ବାଦିକା ସ୍ୱାତୀ ଓ କ୍ୟାମେରାମ୍ୟାନ୍ ପ୍ରମୋଦ ମହାପାତ୍ର । ସେଠାରେ ଲୋକଙ୍କ ମତାମତ ସଂଗ୍ରହ କରୁଥିବା ବେଳେ ୨ଜଣ ସିକୁ୍ୟରିଟି ଗାର୍ଡ (ବାଉନ୍ସର), ମ୍ୟାନେଜର ଶ୍ୟାମ ଓ ଅନ୍ୟ କିଛି କର୍ମଚାରୀ ପହଞ୍ଚି କ୍ୟାମେରା ବନ୍ଦ କରିବାକୁ ଧମକ ଦେଇଥିଲେ । ସ୍ୱାତୀ ଲାଇଭ୍ ଟିଭି ଚଳାଇଥିବାରୁ କ୍ୟାମେରା ବନ୍ଦ କରି ନଥିଲେ । ଏହା ଦେଖି ମ୍ୟାନେଜର ଶ୍ୟାମ କ୍ୟାମେରାମ୍ୟାନ୍ଙ୍କ ହାତରୁ କ୍ୟାମେରା ଛଡ଼ାଇ ଫିଙ୍ଗି ଦେଇଥିଲେ । ତା’ପରେ ଜଣେ ପୁରୁଷ ସିକୁ୍ୟରିଟ୍ ଗାର୍ଡ ସ୍ୱାତୀଙ୍କୁ ଧକ୍କା ମାରିବା ସହ ତାଙ୍କୁ ଅସଦାଚରଣ କରିଥିଲେ । ଏହାପରେ ଅନ୍ୟ ସୁରକ୍ଷାକର୍ମୀ ଏକାଠି ହୋଇ ଉଭୟଙ୍କୁ ନିସ୍ତୁକ ପିଟିଥିଲେ । ବହୁ କଷ୍ଟରେ ସ୍ୱାତୀ ପୁଲିସ୍କୁ ଫୋନ୍ କରିଥିଲେ । ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କ କବଳରୁ ଉଭୟଙ୍କୁ ଉଦ୍ଧାର କରିଥିଲେ । ଏନେଇ ସ୍ୱାତୀଙ୍କ ଅଭିଯୋଗ ପରେ ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରି ୨ ଜଣ ସିକୁ୍ୟରିଟିଙ୍କୁ ଅଟକ ରଖିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons