ଗାନ୍ଧିବାଦୀ ନେତା ଏଭି ସ୍ୱାମୀଙ୍କ ବିୟୋଗ

Get real time updates directly on you device, subscribe now.

ନୂଆପଡ଼ା,(ବି.ବି.ନୁ୍ୟଜ୍): ଗାନ୍ଧିବାଦୀ ନେତା, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ରାଜ୍ୟସଭା ସାଂସଦ ଆଲାଜାଙ୍ଗି ବୀରଭଦ୍ର ସ୍ୱାମୀ (ଏଭି ସ୍ୱାମୀ)ଙ୍କ ଆଜି ପରଲୋକ ହୋଇଯାଇଛି । ନୂଆପଡ଼ା ଜିଲ୍ଲା ଖରିଆରରୋଡ଼ସ୍ଥିତ ନିଜ ବାସଭବନରେ ୯୨ ବର୍ଷ ବୟସରେ ଆଜି ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି ଏହି ଜନନେତା । ଭୂଦାନ, ସର୍ବୋଦୟ ଆନେ୍ଦାଳନରେ ନିଜକୁ ସମର୍ପିତ କରି ଗରିବ, ନିଷ୍ପେଷିତ ଓ ଅସହାୟଙ୍କ ପାଇଁ ଜୀବନବ୍ୟାପୀ ସଂଗ୍ରାମ କରିଥିବା ଏହି ଜନନେତାଙ୍କ ପରଲୋକରେ ସ୍ତବ୍ଧ ହୋଇଯାଇଛି ନୂଆପଡ଼ା ମାଟି ।
ପରିବାର ଲୋକଙ୍କ ସୂଚନା ମୁତାବକ, ସ୍ୱର୍ଗତ ସ୍ୱାମୀ ଆଜି ପୂର୍ବାହ୍ନ ପ୍ରାୟ ସାଢେ଼ ୧୦ଟାରେ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ । ସାନ ପୁଅ ସୁରେଶ ତାଙ୍କୁ ବିଶ୍ରାମ ନେବାକୁ କହିଥିଲେ । ଏହାପରେ ସେ ବିଶ୍ରାମ ନେଇଥିଲେ । ଏହାଥିଲା ସ୍ୱାଧୀନତା ସଂଗ୍ରାମୀଙ୍କ ଶେଷ ବିଶ୍ରାମ ।
୧୯୩୧ ମସିହା ଜାନୁୟାରୀ ୧୪ ତାରିଖରେ ନବରଙ୍ଗପୁର ଜିଲ୍ଲା ପାଂଜିଆ ସାହିରେ ପିତା ବିଶ୍ୱନାଥ ଆଚାରୀ ଓ ମାତା ଆଦିଲକ୍ଷ୍ମୀ ଆଚାରୀଙ୍କ ଔରସରୁ ଜନ୍ମିତ ଆଲାଜାଙ୍ଗି ବୀରଭଦ୍ର ସ୍ୱାମୀଙ୍କ ସମାଜସେବା ପାଇଁ ନୂଆପଡ଼ା ଜିଲ୍ଲା ଗର୍ବିତ । ୧୯୮୫ ମସିହାରେ ପରିବାର ସହ ନୂଆପଡ଼ା ଚାଲିଆସି ଶ୍ରୀ ସ୍ୱାମୀ ଲୋକଙ୍କ ସେବାରେ ଲାଗି ପଡ଼ିଥିଲେ । ସେ ଗରିବ, ଅସହାୟ, ଖଟିଖିଆ, ମଜୁରିଆଙ୍କ ପାଇଁ ଦିନରାତି କାମ କରିଥିଲେ । ଭାରତର ସ୍ୱାଧୀନତା ଆନେ୍ଦାଳନ ସମେତ ଭୂଦାନ, ସର୍ବୋଦୟ ଆନେ୍ଦାଳନରେ ସାମିଲ ଥିବା ଲକ୍ଷ ଲକ୍ଷ ଲୋକଙ୍କୁ ନ୍ୟାୟ ଦେବାରେ ସହାୟକ ହୋଇଥିଲେ । ଉଲ୍ଲେଖନୀୟ କର୍ମମୟ ଜୀବନର ସ୍ୱୀକୃତି ସ୍ୱରୂପ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମର୍ଥନରେ ନିର୍ଦ୍ଧଳୀୟ ଭାବେ ରାଜ୍ୟ ସଭାକୁ ନିର୍ବାଚିତ ହୋଇ ଇତିହାସ ରଚିଥିଲେ । କେବଳ ନୂଆପଡ଼ା ଜିଲ୍ଲା ନୁହେଁ, ବରଂ ସମଗ୍ର ରାଜ୍ୟ ପାଇଁ ତାଙ୍କ ଅବଦାନ ଥିଲା ଅତୁଳନୀୟ ।
ଶ୍ରୀ ସ୍ୱାମୀଙ୍କ ବଡ ପୁଅ ସୁନୀଲ ଆଚାରୀ, ପୁତ୍ରବଧୂ କ୍ରିଷ୍ଣା କୁମାରୀ, ଝିଅ ସଜିତା, ପୁଅ ବିବେକ ଦୁବାଇରେ ରହୁଛନ୍ତି । ଆସନ୍ତାକାଲି ସେମାନେ ନୂଆପଡ଼ା ଆସିବା ପରେ ଅନ୍ତିମ ଦର୍ଶନ ସହ ପୂର୍ବାହ୍ନ ୯ଟାରେ ଗୋତମା ସ୍ଥିତ ତାଙ୍କ ଫାର୍ମ ହାଉସରେ ଅନ୍ତିମ ସକ୍ରାର କରାଯିବ ବୋଲି ସାନ ପୁଅ ସୁରେଶ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons