ଲୋକସେବା ଭବନରେ ହାପି ନୁ୍ୟ ଇୟର

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ନୂଆ ବର୍ଷ ପାଇଁ ଲୋକସେବା ଭବନ ଥିଲା ବେଶ୍ ଚଳଚଞ୍ଚଳ ଓ ଉତ୍ସବ ମୁଖରିତ । ଯୁଆଡେ଼ ଦେଖିବ ଫୁଲ ତୋଡ଼ା, ଡାଏରୀ ଆଉ ମିଠା ପ୍ୟାକେଟ । କିଏ ମୁଖ୍ୟ ସଚିବଙ୍କ ଦପ୍ତର ଆଡ଼କୁ ମୁହାଁଇଥିଲା ତ କିଏ ଉନ୍ନୟନ କମିଶନରଙ୍କ ଚାମ୍ବରକୁ । ବିଭାଗୀୟ ସଚିବଙ୍କୁ ଭେଟିବାକୁ ମଧ୍ୟ ପ୍ରବଳ ଭିଡ଼ ଜମିଥିଲା । ସଚିବମାନେ ମୁଖ୍ୟ ସଚିବଙ୍କୁ ଭେଟି ଅଭିନନ୍ଦନ ଜଣାଇବା ସହ ଜଣାଇଥିଲେ ହାପି ନୁ୍ୟ ଇୟର… ଟ୍ୱେଣ୍ଟି ଟ୍ୱେଣ୍ଟି…. ।
ଲୋକସେବା ଭବନ ପରିସରରେ ଆଜି ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା । ନୂଆ ବର୍ଷ ପାଇଁ ଅଧିକାଂଶ ବିଭାଗର କରିଡରକୁ ଆଜି ଫୁଲରେ ସଜା ଯାଇଥିଲା । ସବୁଠୁ ବେଶି ଭିଡ଼ ଜମିଥିଲା ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ପ୍ରକୋÂରେ । ତୁହାକୁ ତୁହା ଅଫିସର ଓ କର୍ମଚାରୀ ଫୁଲ ତୋଡ଼ା ଧରି ନବବର୍ଷ ଶୁଭେଚ୍ଛା ଜଣାଇଥବାକୁ ଯାଉଥିଲେ ପ୍ରକୋÂକୁ । ଉନ୍ନୟନ କମିଶନର ସୁରେଶ ମହାପାତ୍ର, କୃଷି ଉପôାଦନ କମିଶନର ପ୍ରଦୀପ୍ତ ମହାପାତ୍ରଙ୍କ ସମେତ ପ୍ରାୟ ସବୁ ବିଭାଗର ବରିÂ ଅଧିକାରୀମାନେ ମୁଖ୍ୟ ସଚିବଙ୍କୁ ନୂଆ ବର୍ଷ ଶୁଭେଚ୍ଛା ଜଣାଇଥିଲେ ।

ଏହି ଅବସରରେ ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀ ଗଣମାଧ୍ୟମକୁ କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ବଳିÂ ନେତୃତ୍ୱରେ ଓଡ଼ିଶା ଅନେକ ମାଇଲ ଖୁଣ୍ଟ ଅତିକ୍ରମ କରିଛି । ବିକାଶ ପଥରେ ଆହୁରି ଆଗେଇବୁ । କର୍ମଚାରୀମାନେ ଆହୁରି ଭଲ ଭାବେ କାମ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ । ଉନ୍ନୟନ କମିଶନର ଶ୍ରୀ ମହାପାତ୍ର କହିଥିଲେ, ୨୦୨୦ରେ ଅନେକ ଆହ୍ୱାନ ରହିଛି । ବଡ଼ ଆହ୍ୱାନ ହେଲା, ଶ୍ରୀକ୍ଷେତ୍ର ଓ ଲିଙ୍ଗରାଜ ମନ୍ଦିର ଚତୁଃପାଶ୍ୱର୍ର ବିକାଶ । ସବୁ ବିଭାଗକୁ ମୋ’ ସରକାରରେ ସାମିଲ କରାଯିବ । ଲୋକମାନଙ୍କ ସମସ୍ୟାର ତୁରନ୍ତ ସମାଧାନ ଦିଗରେ କାମ କରାଯିବ ।

ନୂଆ ବର୍ଷ ଅବସରରେ କୃଷି ସଚିବ ସୌରଭ ଗର୍ଗ କହିଛନ୍ତି, ଚାଷୀଙ୍କ ଆୟ ବୃଦ୍ଧି ପାଇଁ ଲକ୍ଷ୍ୟ ରହିଛି । ଏ ନେଇ କୃଷି ନୀତି ଅଣାଯାଇଛି । ପାରମ୍ପରିକ ଚାଷ ବଦଳରେ ଆୟ ବୃଦ୍ଧି କରିବା ଭଳି ସମୟ ଅନୁଯାୟୀ ଚାଷ କରାଯିବ । ଚାଷରେ ବୈଷୟିକ ଜ୍ଞାନ ବିନିଯୋଗ କରି ଆୟ ବୃଦ୍ଧି ପାଇଁ ପଦକ୍ଷେପ ନିଆଯାଉଛି । ଉପôାଦିତ ଖାଦ୍ୟ ଶସ୍ୟର ବିକ୍ରି ପାଇଁ ଚାଷୀକୁ ବଜାର ସହ ସଂଯୋଗ ବ୍ୟବସ୍ଥା କରାଯାଇଛି ।
ନୂଆ ବର୍ଷରେ ଗ୍ରାମ୍ୟ ଉନ୍ନୟନ ବିଭାଗ କିଭଳି ଲକ୍ଷ୍ୟ ରଖିଛି, ସେନେଇ ଆଲୋକପାତ କରିଛନ୍ତି ବିଭାଗୀୟ ପ୍ରମୁଖ ଶାସନ ସଚିବ ପ୍ରଦୀପ କୁମାର ଜେନା । ସେ କହିଛନ୍ତି, ଫେବ୍ରୁଆରୀ ପହିଲାରୁ ଗ୍ରାମୀଣ ବିକାଶ ବିଭାଗ ମୋ’ ସରକାରକୁ ଯିବ । ଯେଉଁ ଗାଁକୁ ରାସ୍ତା ନଥିବ, ସେଇ ଗାଁକୁ ସଂଯୋଗୀକରଣ କରାଯିବ । କିଛି ରାସ୍ତାର ବିକାଶ ପାଇଁ ପୂର୍ବରୁ ପ୍ରଚଳିତ ଯୋଜନାରେ ସଂଶୋଧନ ହେବ । ଜିଲ୍ଲା ସଂଯୋଗୀକରଣ ପ୍ଲାନ ୨୦୦୩କୁ ସଂଶୋଧନ କରି ୧୦୦ରୁ ଅଧିକ ଲୋକସଂଖ୍ୟା ଥାଇ ରାସ୍ତା ନ ଥିଲେ, ରାସ୍ତା ନିର୍ମାଣ ହେବ । ଆନ୍ତଃରାଜ୍ୟ, ଆନ୍ତଃ ଜିଲ୍ଲା, ଆନ୍ତଃ ବ୍ଲକକୁ ସଂଯୋଗ ପାଇଁ ନୂଆ ଯୋଜନା ପ୍ରସ୍ତୁତ କରାଯାଉଛି । ପଞ୍ଚାୟତିରାଜ, ଜଙ୍ଗଲ, ପୂର୍ତ୍ତ, ଆଦିବାସୀ ବିକାଶ ଓ ଜଳ ସମ୍ପଦ ବିଭାଗର ସମନ୍ୱୟରେ ଅପହଞ୍ଚ ଗାଁକୁ ଚିହ୍ନଟ ହେବ ।
କେବଳ ଅଫିସର ନୁହେଁ, ମନ୍ତ୍ରୀ କରିଡରରେ ମଧ୍ୟ ପ୍ରବଳ ଗହଳି ଜମିଥିଲା । ଆଇନ ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ସବୁଦିନ ଆଜି ମଧ୍ୟ ନିଜ କାର୍ଯ୍ୟାଳୟରେ କାମ କରିଥିଲେ । ତାଙ୍କୁ ନୂଆବର୍ଷ ଶୁଭେଚ୍ଛା ଜଣାଇବା ପାଇଁ ବହୁ ସଂଖ୍ୟାରେ କର୍ମଚାରୀ ଓ ଶୁଭେଚ୍ଛୁ ପହଞ୍ଚିଥିଲେ । ସକାଳେ ମଧ୍ୟ ତାଙ୍କ ବାସଭବନରେ ପ୍ରବଳ ଭିଡ଼ ଜମିଥିଲା ।
ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଚାମ୍ବରରେ ମଧ୍ୟ ବେଶ୍ ଭିଡ଼ ଦେଖିବାକୁ ମିଳିଥିଲା । ନୂଆ ପୋଷାକ ପରିଧାନ କରି ଆସିଥିଲେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ତାଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଭିଡ଼ ଜମିଥିଲା ତାଙ୍କ ପ୍ରକୋÂରେ । ଭିଣୋଇଙ୍କ ମୃତୁ୍ୟ ଯୋଗୁ ଏ ବର୍ଷ ନୂଆ ବର୍ଷ ପାଳନ କରିନଥିଲେ ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons