ଭୁବନେଶ୍ୱର,(ବି.ବି.ବୁ୍ୟରୋ): ‘୫-ଟି’ ସୂତ୍ରର ରୂପାୟନ ଦିଗରେ ଆଉ ପାଦେ ଆଗେଇଛି ଓଡ଼ିଶା । ସରକାରୀ ମୁଦ୍ରଣାଳୟର ଇ-ଗେଜେଟ୍ ପୋର୍ଟାଲର ଶୁଭାରମ୍ଭ ହୋଇଛି । ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଆଜି ଏହି ପୋର୍ଟାଲକୁ ଲୋକାର୍ପିତ କରିଛନ୍ତି ।
ଲୋକସେବା ଭବନରେ ବାଣିଜ୍ୟ ଓ ପରିବହନ ବିଭାଗ ଦ୍ୱାରା ଆୟୋଜିତ ଏହି ପୋର୍ଟାଲ ଲୋକାର୍ପଣ ସଭାରେ ମୁଖ୍ୟ ଶାସନ ସଚିବ ଶ୍ରୀ ତି୍ରପାଠୀ କହିଲେ, ଇ-ଗେଜେଟ୍ ବ୍ୟବସ୍ଥାର ପୂର୍ଣ୍ଣ ବିନିଯୋଗ କରିବା ପାଇଁ ସମସ୍ତ ବିଭାଗମାନଙ୍କୁ ନିଦେ୍ର୍ଧଶ ଦିଆଯାଇଛି । ଇ-ଗେଜେଟ୍ ଉତ୍ତମ ପ୍ରଶାସନ ପଥରେ ଏକ ମାଇଲ ଖୁଣ୍ଟ । ଏହାଦ୍ୱାରା ଗେଜେଟ ବିଜ୍ଞପ୍ତି ଶୀଘ୍ର ଓ ତ୍ରୁଟି ମୁକ୍ତ ହେବ । ସବୁଠୁ ବଡ଼ କଥା ହେଲା, ଟ୍ରକ୍ ଟ୍ରକ୍ କାଗଜ ପରିବହନ ଆବଶ୍ୟକ ପଡ଼ିବ ନାହିଁ । ମୁଦ୍ରଣ ଖର୍ଚ୍ଚ ମଧ୍ୟ କମିବ ।
ଏ ସମ୍ପର୍କରେ ସୂଚନା ଦେଇ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଜି.ଶ୍ରୀନିବାସ କହିଲେ, ଏହି ଗେଜେଟରେ ବିଭାଗ ଓ ବିଷୟୱାରୀ ଗେଜେଟ ଖୋଜିବାର ବ୍ୟବସ୍ଥା ରହିବ । ଗେଜେଟ ପାଇଁ କୌଣସି ବ୍ୟକ୍ତିଙ୍କୁ ଆଉ ସରକାରୀ ମୁଦ୍ରଣାଳୟ, କାର୍ଯ୍ୟାଳୟ ବା ଲୋକସେବା ଭବନ ଆସିବାକୁ ପଡ଼ିବ ନାହିଁ । ଯେ କୌଣସି ବ୍ୟକ୍ତି ଷଗ୍ଧଗ୍ଧକ୍ଟ୍ର://ରଶବଚ୍ଛରଗ୍ଧଗ୍ଧରକ୍ଟୟସଗ୍ଦଷବ.ଦ୍ଭସମ.ସଦ୍ଭ ଲଗ୍ ଇନ୍ କରି ତାଙ୍କର ଆବଶ୍ୟକତା ଅନୁସାରେ ଗେଜେଟ୍ ପାଇପାରିବେ ।
ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଶାସନ ସଚିବ ମନୋଜ ମିଶ୍ର କହିଲେ, ଇ-ଗେଜେଟ୍ ଏକ ସ୍ୱୀକୃତିପ୍ରାପ୍ତ ସାବର୍ଜନୀନ ପତ୍ରିକା । ଏହାକୁ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ପ୍ରୟୋଗରେ ପ୍ରସ୍ତୁତ କରାଯାଇଛି । ଏପରି ମୁଦ୍ରଣ ଆଇଟି ଆଇନର ଧାରା ୮ ଅନୁଯାୟୀ ଆଇନତଃ ସିଦ୍ଧ ବୋଲି ସେ କହିଥିଲେ ।
ଉଦ୍ଘାଟନୀ ସଭାରେ ହୋଇଥିବା ଉପସ୍ଥାପନାରୁ ଜଣାପଡ଼ିଛି, ସରକାରଙ୍କ ବିଭିନ୍ନ ବିଭାଗ ଇ-ଗେଜେଟ୍ ପୋର୍ଟାଲରେ ନିଜକୁ ପଞ୍ଜୀକୃତ କଲା ପରେ ପ୍ରକାଶନ ପାଇଁ ନିର୍ଦ୍ଧାରିତ ବିଷୟବସ୍ତୁ ପୋର୍ଟାଲରେ ଅପଲୋଡ୍ କରିବେ । ଗେଜେଟ୍ ନମ୍ବର ଓ ତାରିଖ ପୋର୍ଟାଲରେ ପ୍ରଦର୍ଶିତ ହେବ । ବିଷୟବସ୍ତୁର ବୈଧକରଣ ପାଇଁ ଇ-ଦସ୍ତଖତ ବ୍ୟବସ୍ଥା କରାଯାଇଛି, ଯେପରି କେହି କୌଣସି ବିଷୟବସ୍ତୁକୁ ପରିବର୍ତ୍ତନ ବା ବିକୃତ କରିପାରିବେନି । ଏହି ପୋର୍ଟାଲ ଏନଆଇସି ଦ୍ୱାରା ଡିଜାଇନ କରାଯାଇଛି, ଯାହାକି ଭାରତରେ ପ୍ରଥମ ।
ଏହି ଅବସରରେ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, କୃଷି ଉପôାଦନ କମିଶନର ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ସମେତ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, ଶାସନ ସଚିବ, ସରକାରୀ ମୁଦ୍ରଣାଳୟର ନିଦେ୍ର୍ଧଶକ ଏବଂ ବିଭିନ୍ନ ବିଭାଗର ବରିÂ ଅଧିକାରୀମାନେ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.