ଓଡିଶାକୁ ପୁଣି ମିଳିଲା କୃଷି କର୍ମଣ ପୁରସ୍କାର

Get real time updates directly on you device, subscribe now.

ବାଙ୍ଗାଲୋର: କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଓଡିଶାକୁ କୃଷି କର୍ମଣ ପୁରସ୍କାର ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାଟକର ତୁମକରରେ ଆୟୋଜିତ ଏକ କୃଷକ ସମ୍ମିଳନୀରେ ରାଜ୍ୟ କୃଷିମନ୍ତ୍ରୀ ଅରୁଣ ସାହୁଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି।
କୃଷି ତଥା କୃଷି ଉତ୍ପାଦନ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଥିବାକୁ ଓଡିଶାକୁ କେନ୍ଦ୍ର ସରକାର ଦ୍ୱିତୀୟ ଶ୍ରେଣୀ ରାଜ୍ୟ ଭାବେ ବାଛିଚନ୍ତି। ୨୦୧୬-୧୭ ବର୍ଷରେ ଅନ୍ୟ ରାଜ୍ୟ ତୁଳନାରେ ଓଡିଶା ଖାଦ୍ୟଶସ୍ୟ ଉତ୍ପାଦନରେ ଅଗ୍ରଣୀ ଭୂମିକା ନେଇଛି। ତେଣୁ ମୋଦୀ ସରକାର ଏହି ପୁରସ୍କାର ପ୍ରଦାନ କରିଛନ୍ତି। କର୍ଣ୍ଣାଟକରେ ଆଜିର କାର୍ୟ୍ୟକ୍ରମରେ ମୋଦୀ ଅରୁଣ ସାହୁଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରିବା ସହ ୧କୋଟି ଟଙ୍କାର ଅର୍ଥରାଶି ମଧ୍ୟ ପ୍ରଦାନ କରିଛନ୍ତି।ସୂଚନାଯୋଗ୍ୟ, ପୂର୍ବରୁ ଓଡିଶା ୪ ଥର ଏହି ପୁରସ୍କାର ହାସଲ କରିଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons