ପାରଦୀପ: ପାରାଦୀପର ଶାରଳା ମନ୍ଦିର ନିକଟରେ ଥିବା ମା ଟାୟାର ଓ୍ବାର୍କସପରେ ଅଘଟଣ। ସେହି ଓ୍ବାର୍କସପରେ କାମ କରୁଥିବା ମୁନା ମୁର୍ମୁଙ୍କ ମୄତ୍ୟୁ ଘଟିଛି। ସୂଚନା ମୁତାବକ ଫୋରକ୍ଲିପ ମେସିନର ଟାୟାରରେ ପମ୍ପ ଦେବା ସମୟରେ ଟାୟାରଟି ବ୍ଲାଷ୍ଟ କରିଥିଲା। ତେବେ ମୁନା ମୁର୍ମୁ ଫୋରକ୍ଲିପ ମେସିନ ଟାୟାରରେ ଯେତିକି ପରିମାଣର ପମ୍ପ ଦେବାକଥା ଦେଇ ଥିଲେ। ହେଲେ ଅଧିକ ପମ୍ପ ଦେବା ପାଇଁ ଫୋରକ୍ଲିପ ମେସିନର ଡ୍ରାଇଭର ମୁନାଙ୍କୁ ବାଧ୍ୟ କରିଥିଲେ। ଯାହା ଫଳରେ ଟାୟାରଟି ବ୍ଲାଷ୍ଟ କରିଥିଲା।
ଟାୟାରରେ ଥିବା ରିମ୍ ଚୁଡି ଛିଟିକି ହୋଇ ମୁନାର ଛାତିରେ ବାଜି ଥିଲା। ଘଟଣା ସ୍ଥଳରେ ମୁନା ଆହତ ହୋଇ ପଡ଼ିଯାଇଥିଲେ। ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ବନ୍ଦର ହସ୍ପିଟାଲକୁ ନିଆଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୄତ ଘୋଷଣା କରିଥିଲେ। ତେବେ ଏହି ଘଟଣା ସଂପର୍କରେ ପାରାଦୀପ ଆଦର୍ଶ ଥାନାରେ ଜଣାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।


Comments are closed, but trackbacks and pingbacks are open.