ଫେବ୍ରୁଆରୀ ୮ରେ ଦିଲ୍ଲୀ ଭୋଟ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜିଛି । ଫେବ୍ରୁଆରୀ ୮ ତାରିଖରେ ମତଦାନ ଅନୁÂିତ ହେବ । ଫେବ୍ରୁଆରୀ ୧୧ ତାରିଖରେ ଭୋଟ ଗଣତି ସହ ଫଳାଫଳ ଘୋଷଣା ହେବ । ମୁଖ୍ୟ ନିର୍ବାଚନ କମିଶନର (ସିଇସି) ସୁନୀଲ ଆରୋରା ସୋମବାର ଏହି ଘୋଷଣା କରିଛନ୍ତି । ସମସ୍ତ ୭୦ଟି ଆସନରେ ଗୋଟିଏ ପର୍ଯ୍ୟାୟରେ ମତଦାନ ଅନୁÂିତ ହେବ । ତାରିଖ ଘୋଷଣା ହେବା ସହ ସୋମବାରଠାରୁ ଦିଲ୍ଲୀରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି । ଦିଲ୍ଲୀ ବିଧାନସଭାର କାର୍ଯ୍ୟକାଳ ଫେବ୍ରୁଆରୀ ୨୨ରେ ଶେଷ ହେବ ।
ସିଇସି ଆରୋରା ସାମ୍ବାଦିକ ସମ୍ମିଳନୀରେ ଦେଇଥିବା ସୂଚନା ମୁତାବକ, ନିର୍ବାଚନ ନିମନ୍ତେ ଆସନ୍ତା ଜାନୁଆରୀ ୧୪ ତାରିଖରେ ବିଜ୍ଞପ୍ତି ଜାରି କରାଯିବ । ପ୍ରାର୍ଥୀମାନେ ଜାନୁଆରୀ ୨୧ ତାରିଖ ସୁଦ୍ଧା ନିଜ ନାମାଙ୍କନପତ୍ର ଦାଖଲ କରିପାରିବେ । ୨୨ ତାରିଖରେ ନାମାଙ୍କନପତ୍ର ଯାଞ୍ଚ କରାଯିବ । ୨୪ ତାରିଖ ନାମାଙ୍କନପତ୍ର ପ୍ରତ୍ୟାହାରର ଶେଷ ଦିନ ରଖାଯାଇଛି । ସମସ୍ତ ୭୦ଟି ବିଧାନସଭା ଆସନ ପାଇଁ ୨,୬୮୯ଟି ସ୍ଥାନରେ ମତଦାନ ଅନୁÂିତ ହେବ । ଏଥିନିମନ୍ତେ ମୋଟ ୧୩,୭୫୭ଟି ପୋଲିଂ ବୁଥ୍ ନିର୍ମାଣ କରାଯିବ । ବର୍ତ୍ତମାନ ଦିଲ୍ଲୀରେ ମୋଟ ୧ କୋଟି ୪୭ ଲକ୍ଷ ମତଦାତା ଅଛନ୍ତି । ମତଦାନକୁ ସୁନିୟନ୍ତ୍ରିତ କରିବା ପାଇଁ ମୋଟ ୯୦ ହଜାର କର୍ମଚାରୀଙ୍କୁ ନିଯୁକ୍ତ କରାଯିବ ।
ନିର୍ବାଚନ ନିମନ୍ତେ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ସୁନୀଲ ଆରୋରା ସୂଚନା ଦେଇଛନ୍ତି । ସେ କହିଛନ୍ତି, ନିର୍ବାଚନ ପ୍ରକ୍ରିୟାରେ ଚଳିତ ଥର କେତେକ ପରିବର୍ତ୍ତନ କରାଯାଇଛି । ପୋଲିଂବୁଥରେ ମୋବାଇଲ ଫୋନ ରଖିବା ନିମନ୍ତେ ଲକର୍ ସୁବିଧା ଉପଲବ୍ଧ କରାଯିବ । ଏହା ବ୍ୟତୀତ ବରିÂ ନାଗରିକମାନଙ୍କ ମତଦାନ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ସ୍ଥିତି ଉପରେ ନଜର ରଖିବା ପାଇଁ ମିଡିଆ ମନିଟରିଙ୍ଗ ସେଣ୍ଟର ନିର୍ମାଣ କରାଯିବ । ବିଭିନ୍ନ ଆଇନ ଅନୁପାଳନକାରୀ ସଂସ୍ଥାମାନଙ୍କ ସହ ବ୍ୟାପକ ଆଲୋଚନା ପରେ ନିର୍ବାଚନୀ ପ୍ରସ୍ତୁତି ଶେଷ କରାଯାଇଥିବା ସୁନୀଲ ଆରୋରା ପ୍ରକାଶ କରିଛନ୍ତି । ଦିଲ୍ଲୀର ୭୦ଟି ବିଧାନସଭା ଆସନ ମଧ୍ୟରୁ ୫୮ଟି ସାଧାରଣ ବର୍ଗର ପ୍ରାର୍ଥୀଙ୍କ ନିମନ୍ତେ ଉଦ୍ଧିଷ୍ଟ ଥିବା ବେଳେ ଅନ୍ୟ ୧୨ଟି ଅନୁସୂଚିତ ଜାତିର ପ୍ରର୍ଥୀମାନଙ୍କ ନିମନ୍ତେ ଉଦ୍ଧିଷ୍ଟ ।
ଚଳିତ ବିଧାନସଭା ନିର୍ବାଚନରେ ଆମ୍ ଆଦ୍ମୀ ପାର୍ଟି(ଆପ୍), ବିଜେପି ଏବଂ କଂଗ୍ରେସ ମଧ୍ୟରେ ତ୍ରୀକୋଣୀୟ ମୁକାବିଲା ହେବ । ସରକାର ଗଠନ ନିମନ୍ତେ ମ୍ୟାଜିକ ନମ୍ବର ୩୬ ରହିଛି । ୨୦୧୫ ନିର୍ବାଚନରେ ଆପ ପ୍ରଚଣ୍ଡ ବହୁମତ ହାସଲ କରିଥିଲା । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ନେତୃତ୍ୱରେ ଆପ୍ ୭୦ଟି ଆସନରୁ ୬୭ଟି ଆସନରେ ବିଜୟୀ ହୋଇ ସରକାର ଗଠନ କରିଥିଲା । ଉକ୍ତ ନିର୍ବାଚନରେ ବିଜେପି ମାତ୍ର ୩ଟି ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ନିଜ ଖାତା ଖୋଲି ପାରିନଥିଲା । କିନ୍ତୁ, ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ଦିଲ୍ଲୀର ସମସ୍ତ ୭ଟି ଆସନରେ ବିଜୟୀ ହୋଇଥିଲା । ଅନ୍ୟପକ୍ଷରେ କଂଗ୍ରେସ ଏବେ ନିଜର ସ୍ୱତନ୍ତ୍ର ରଣନୀତି ଦ୍ୱାରା ଗୋଟିଏ ପରେ ଗୋଟିଏ ରାଜ୍ୟକୁ ନିଜ କବ୍ଜାକୁ ନେଉଛି । ଏଣୁ ଚଳିତ ବିଧାନସଭା ନିର୍ବାଚନରେ ବିଜେପି, କଂଗ୍ରେସ ଏବଂ ଆପ୍ ମଧ୍ୟରେ କଡା ଟକ୍କର ହେବ ବୋଲି ଅନୁମାନ କରାଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons