ନୂତନ ସୂର୍ଯ୍ୟମନ୍ଦିର ନିର୍ମାଣ ଯୋଜନା

Get real time updates directly on you device, subscribe now.

କୋଣାର୍କ,(ବି.ବି.ନୁ୍ୟଜ୍): ଅର୍କକ୍ଷେତ୍ର କୋଣାର୍କରେ ନୂତନ ସୂର୍ଯ୍ୟମନ୍ଦିର ନିର୍ମାଣ ପରିକଳ୍ପନା କରାଯାଇଛି । ଓଡ଼ିଶାର କଳା ଓ ଭାସ୍କର୍ଯ୍ୟର ସୂକ୍ଷ୍ମ କାରୁକାର୍ଯ୍ୟ ପରିପୂର୍ଣ୍ଣ କୋଣାର୍କ ସୂର୍ଯ୍ୟମନ୍ଦିର ବିଶ୍ୱରେ ବିସ୍ମୟ ସୃଷ୍ଟି କରିଛି । ଯାହାକୁ ନେଇ ଗର୍ବ କରନ୍ତି ପ୍ରତ୍ୟେକ ଓଡ଼ିଆ । ମନ୍ଦିରର ପ୍ରତିଟି ପଥର ଦେହରେ ଖୋଦିତ ହୋଇଛି ଆଶ୍ଚର୍ଯ୍ୟଜନକ ପ୍ରତିମୂର୍ତ୍ତି । ଏହାକୁ ଦେଖିବାକୁ ବିଶ୍ୱର କୋଣ ଅଣୁକୋଣରୁ ପର୍ଯ୍ୟଟକମାନେ ଏଠାକୁ ଧାଇଁ ଆସନ୍ତି । ହେଲେ ଏଠାରେ ପ୍ରଭୁ ସୂର୍ଯ୍ୟ ନାରାୟଣ ପୂଜା ପାଉ ନାହାନ୍ତି । ନୂତନ ସୂର୍ଯ୍ୟମନ୍ଦିର ନିର୍ମାଣ କରି ମନ୍ଦିରରେ ସୂର୍ଯ୍ୟ ପୂଜା ପାଇଁ ଆଗେଇ ଆସିଛନ୍ତି ଓମ୍ ବାବା ।
ସୋମବାର ପୂର୍ବାହ୍ନରେ ଜଗନ୍ନାଥ ମନ୍ଦିର ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂର୍ଯ୍ୟମନ୍ଦିର ନିର୍ମାଣ ପାଇଁ ସୂଚନା ଦେଇଛନ୍ତି ଓମ୍ ବାବା । ଚନ୍ଦ୍ରଭାଗା ନିକଟରେ ଜମି ଅଧିଗ୍ରହଣ ସରିଛି । ଖୁବ୍ ଶୀଘ୍ର ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଦୁଇ ବର୍ଷରେ ମନ୍ଦିର ନିର୍ମାଣ ସରିବ । ମନ୍ଦିରର ମୂର୍ତ୍ତି ସବୁ ରାଜସ୍ଥାନରୁ ଆସିବ । ଏବେ ରାଜସ୍ଥାନରୁ ସୂର୍ଯ୍ୟ ମୂର୍ତ୍ତି, ଗଣେଶ ମୂର୍ତ୍ତି ଓ ଦୁଇଟି ଘୋଡ଼ା ଆସିଛି । ଏହି ମନ୍ଦିର ଶେଷ ହେଲା ପରେ ଓଡ଼ିଶା ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବ ବୋଲ ବାବା ସୂଚନା ଦେଇଥିଲେ ।
ଏଥିରେ ଅନ୍ୟମାନଙ୍କ ମଧ୍ୟରେ କୋଣାର୍କ ସୁରକ୍ଷା ସମିତି ସଭାପତି ବାଦଲ ଦାଶ, ଭାଗିରଥୀ ସ୍ୱାଇଁ, ସୀତାରାମ ବାବା, ରମେଶ ନାୟକ ପ୍ରମୁଖ ଯୋଗ ଦେଇଥିଲେ । ତ୍ରୟୋଦଶ ଶତାଦ୍ଧୀରେ ନିର୍ମିତ ବିଶ୍ୱ ବିସ୍ମୟ ସୂର୍ଯ୍ୟମନ୍ଦିର ୮୦୦ ବର୍ଷ ଧରି ବହୁ ଘାତ ପ୍ରତିଘାତ ଦେଇ ଗତି କରୁଛି । ଏଏସ୍ଆଇ ସୂର୍ଯ୍ୟମନ୍ଦିର ସୁରକ୍ଷା ଓ ସଂରକ୍ଷଣ ଦାୟିତ୍ୱ ନେଇଛି । କୋଣାର୍କରେ ପୁଣି ଏକ ନୂତନ ସୂର୍ଯ୍ୟମନ୍ଦିର ନିର୍ମାଣ ପରିକଳ୍ପନା କେତେଦୂର ସଫଳ ହେଉଛି ଦେଖିବାକୁ ବାକି ରହିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons