ଲୋକମାନେ ମାଲିକ, କର୍ମଚାରୀ ସେବକ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ସରକାରୀ କର୍ମଚାରୀମାନେ ମନେ ରଖିବା ଉଚିତ୍ ଯେ, ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ଜନସାଧାରଣ ହେଉଛନ୍ତି ପ୍ରକୃତ ମାଲିକ । କର୍ମଚାରୀମାନେ ହେଉଛନ୍ତି ସେବକ । ତେଣୁ ସମସ୍ତ ସରକାରୀ କର୍ମଚାରୀ ଲୋକମାନଙ୍କୁ ସମ୍ମାନ ସହକାରେ ସେବା ଯୋଗାନ୍ତୁ । ଆଜି ଏ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକ ।
ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଆନୁÂାନିକ ଭାବେ ‘ମୋ ସରକାର’ରେ ସାମିଲ ହେବା ଅବସରରେ ମୁଖ୍ୟମନ୍ତ୍ରୀ କହିଲେ, ଆସନ୍ତା ମାର୍ଚ୍ଚ ସୁଦ୍ଧା ସରକାରଙ୍କ ସବୁ ବିଭାଗ ‘ମୋ ସରକାର’ରେ ସାମିଲ ହେବ । ନଗର ଉନ୍ନୟନ ବିଭାଗ ଆଜି ଏଥିରେ ସାମିଲ ହୋଇଥିବାରୁ ମୁଁ ଖୁସି । ଦିନକୁ ଦିନ ସହରୀକରଣ ବଢ଼ି ଚାଲିଥିବାରୁ ଜନସାଧାରଣଙ୍କୁ ସୁବିଧା ସୁଯୋଗ ଯୋଗାଇବା ସରକାରଙ୍କ ପ୍ରାଥମିକତା ହୋଇଛି । ଲୋକଙ୍କ ଆବଶ୍ୟକତା ପୂରଣ ଦିଗରେ ସରକାର ନିÂାର ସହ କାମ କରୁଛନ୍ତି ।
ସହରୀ ଗରିବମାନଙ୍କୁ ଜାଗା ମିଶନରେ ସ୍ୱତ୍ତ୍ୱ ଯୋଗାଇବାକୁ ଆମେ ପଦକ୍ଷେପ ନେଇଛୁ । ୫୦ ହଜାର ପରିବାରକୁ ସ୍ୱତ୍ତ୍ୱ ଅଧିକାର ପ୍ରଦାନ ପାଇଁ ‘ ୱାର୍ଲଡ ହାବିଟାଟ ଆୱାର୍ଡ’ ମିଳିଛି । ଏଣିକି ନଗର ଉନ୍ନୟନ ବିଭାଗ ‘ମୋ ସରକାର’ରେ କର୍ମଚାରୀଙ୍କ ଦକ୍ଷତା ବିକାଶ, ବୈଷୟିକ ଜ୍ଞାନକୌଶଳ ସହ ସଚେତନତାକୁ ଅଗ୍ରାଧିକାର ଦେବ । ଲୋକଙ୍କ ଆଶା ପୂରଣରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ନିÂାର ସହ କାମ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକଟ କରିଥିଲେ ।
ଏହି ଅବସରରେ ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା କହିଲେ, ଲୋକଙ୍କୁ ବିଭାଗ ଅଧିକ ଗୁଣାତ୍ମକ ସେବା ଯୋଗାଇଦେବ । ଏଥିପାଇଁ ବିଭାଗ ପକ୍ଷରୁ ‘ମୋ ସରକାର’ ସେଲ୍ ଖୋଲାଯାଇଛି । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଲେ, ସହରର ଜନସାଧାରଣଙ୍କୁ ସେବା ଯୋଗାଇବା ହେଉଛି ସରକାରଙ୍କ ପ୍ରାଥମିକତା । କୋଠାବାଡ଼ି ପ୍ଲାନ ଅନୁମୋଦନ, ହୋଲଡିଂ ଟିକସ ଆଦାୟ ସହ ପାନୀୟ ଜଳ ଯୋଗାଣ ବଡ଼ ଚାଲେଞ୍ଜ । ମାତ୍ର ଏ ସେବା ଯୋଗାଣ ପାଇଁ ନଗର ଉନ୍ନୟନ ବିଭାଗ ଭଲ ଭାବରେ ପ୍ରସ୍ତୁତ ହୋଇଛି ।
ଏ ଅବସରରେ ‘୫-ଟି’ ସଚିବ ଭି. କେ ପାଣ୍ଡିଆନ ବିଭିନ୍ନ ପୌରପରିଷଦ ଓ ଏନ୍ଏସିର ନିର୍ବାହୀ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ପାଟଣାଗଡ଼, ରାଇରଙ୍ଗପୁର, ବଣେଇ, ରାଜଗାଙ୍ଗପୁର, ଆଠମଲ୍ଲିକ, ତାଳଚେର, ଜୟପୁର ଓ କବିସୂର୍ଯ୍ୟନଗର ପୌରାଞ୍ଚଳର ନିର୍ବାହୀ ଅଧିକାରୀମାନଙ୍କ ସହ ‘ମୋ ସରକାର’ ନେଇ ଆଲୋଚନା କରିଥିଲେ । ବହୁ ଅଧିକାରୀ ମୋ ସରକାର ନେଇ ସଚେତନ ଥିବାରୁ ୫-ଟି ସଚିବ ଖୁସିବ୍ୟକ୍ତ କରିବା ସହ କୌଣସି ନାଗରିକ ଯେପରି ସରକାରୀ ସେବା ପାଇଁ ହତାଶ ନ ହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ସେ ପରାମର୍ଶ ଦେଇଛନ୍ତି ।
ଏ ଅବସରରେ ବିଭାଗୀୟ ପ୍ରମୁଖ ସଚିବ ଜି.ମାଥିଭାତନନ ମୋ ସରକାର ନେଇ ବିଭାଗର ପ୍ରସ୍ତୁତି ସଂପର୍କରେ ସୂଚନା ଦେଇଥିଲେ । ବିଭାଗ ପକ୍ଷରୁ ୩୪୩ ଅଫିସର ୫୦୦ କର୍ମଚାରୀଙ୍କୁ ଏ ସଂପର୍କରେ ତାଲିମ ଦିଆଯାଇଛି । ଜନସାଧାରଣଙ୍କୁ ବିଭାଗ ଗୁଣାତ୍ମକ ସେବା ଯୋଗାଇବାକୁ ସଂକଳ୍ପବଦ୍ଧ ବୋଲି ସଚିବ କହିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons