କାଠ ଫାଳିଆ ମାଡ଼ରେ ବାପା ମୃତ, ମା’ ଗୁରୁତର

Get real time updates directly on you device, subscribe now.

ତୁମୁଡ଼ବିନ୍ଧ, (ବି.ବି.ନୁ୍ୟଜ୍): ମାନସିକ ବିକୃତ ପୁଅର କାଠ ଫାଳିଆ ମାଡ଼ରେ ବାପାର ମୃତୁ୍ୟ ହୋଇଥିବାବେଳେ ମାଆ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ୍ ବେଲଘର ଥାନା ଝାଲିପଡ଼ା ଗ୍ରାମରେ ।
ପୁଲିସ ସୂଚନା ଅନୁଯାୟୀ, ଅଗାଧୁ ନାୟକଙ୍କ ପୁଅ ବେଳାଳ ସେନ(୩୦)ଙ୍କର କିଛିଦିନ ହେଲା ମାନସିକ ସ୍ଥିରତା ନଥିଲା । ତେଣୁ ସବୁବେଳେ ଅଗାଧୁ ଓ ତାଙ୍କ ପତ୍ନୀ ଲକ୍ଷ୍ମୀ ଦୁହେଁ ପୁଅକୁ ଜଗି ରହୁଥିଲେ । ଶୁକ୍ରବାର ରାତିର ଘଟଣା, ଅଗାଧୁ ଓ ତାଙ୍କୁ ପତ୍ନୀ ପୁଅକୁ ଜଗି ବସିଥିଲେ । ତେବେ ରାତିପ୍ରାୟ ୨ଟା ବେଳେ ଅଧିକ ଶୀତ ହେବାରୁ ଘର ବାହାରେ ନିଅାଁ ଜାଳି ଆଗାଧୁ ଓ ଲକ୍ଷ୍ମୀ ବସିଥିଲେ । ଏ ସମୟରେ ବେଳାରସେନ ଘରର କବାଟ କିଳା(ଠେଙ୍ଗା) ଧରି ହଠାତ୍ ବାପା ଓ ମାଆକୁ ଆତର୍କିତଭାବେ ଆକ୍ରମଣ କରିଥିଲେ । ସେଠାରୁ ଲକ୍ଷ୍ମୀ ଦୌଡ଼ି ପଳାଇଥିବା ବେଳେ ଅଗାଧୁଙ୍କ ଘଟଣାସ୍ଥଳରେ ହିଁ ମୃତୁ୍ୟ ହୋଇଥିଲା । ଲକ୍ଷ୍ମୀଙ୍କ ପାଟି ଶୁଣି ପଡେ଼ାଶୀ ଲୋକେ ଉଠି ବେଳାଳ ସେନକୁ କାବୁ କରି ପୁଲିସକୁ ଖବର ଦେଇଥିଲେ । ବେଲଘର ପୁଲିସ ଘଟଣାସ୍ଥଳରେ ପହଞ୍ଚô ଲକ୍ଷ୍ମୀଙ୍କୁ ଉଦ୍ଧାର କରି ତୁମୁଡ଼ିବନ୍ଧ ଡାକ୍ତରଖାନାକୁ ନେଇଥିଲେ । ହେଲେ ସେଠାରେ ପ୍ରାଥମିକ ଚିକିତ୍ସାପରେ ତାଙ୍କୁ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟପେକ୍ଷ ପୁଲିସ ଅଗାଧୁଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହି ଘଟଣାରେ ପୁଲିସ ୧/୨୦୨୦ରେ ଏକ ମାମଲା ରୁଜୁକରି ବେଳାରସେନକୁ ଥାନାରେ ଅଟକ ରଖିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons