ରଙ୍ଗୀନ ହିରୋଙ୍କ ବ୍ଲାକ୍ ଆଣ୍ଡ୍ ହ୍ୱାଇଟ୍ ଲୁକ୍

Get real time updates directly on you device, subscribe now.

ପ୍ରଥମ ଥର ବ୍ଲାକ୍ ଆଣ୍ଡ୍ ହ୍ୱାଇଟ୍ ଲୁକ୍ରେ ନଜର ଆସିଲେ ଓଲିଉଡର ରଙ୍ଗୀନ ହିରୋ । ଚୁଲବୁଲ୍ ଚେହେରାରୁ ସିକ୍ସ ପ୍ୟାକ୍ ବଡି ବନେଇ ଚର୍ଚ୍ଚାରେ ଥିବା ଷ୍ଟାର୍ କିଡ୍ ବାବୁସାନ । ପ୍ରଥମ ଥର ପାଇଁ ଏଭଳି ଲୁକ୍ରେ ଏକ କ୍ୟାଲେଫରର ପ୍ରଚ୍ଛଦରେ ନଜର ଆସିଛନ୍ତି । ବ୍ୟସ୍ତବହୁଳ ଜୀବନରୁ ସମୟ କାଢ଼ି ଏବେ ପରିବାର ସହ ସମୟ କାଟୁଥିବା ବାବୁସାନ ସିନେମାରୁ ବାହାରି କ୍ୟାଲେଫର ବୟ ସାଜିଛନ୍ତି । ଜୟିତା ରଏଙ୍କ ସିଗ୍ନେଚର୍ ୨୪ ପ୍ରଡକ୍ସନ୍ସ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଦେଶର ୧୬ଜଣ ସେଲିବ୍ରେଟିଙ୍କୁ ନେଇ ରିଲିଜ୍ ହୋଇଛି ସିଗ୍ନେଚର୍ ୨୦୨୦ କ୍ୟାଲେଫର, ଯାହାର ଫେସ୍ ଅଫ୍ ଦ କ୍ୟାଲେଫର ଭାବେ ନଜର ଆସିଛନ୍ତି ହିରୋ ନଂ-୧ ବାବୁସାନ । ଏ ସଶ୍ଛର୍କରେ ବାବୁସାନ କହିଛନ୍ତି, ‘ପ୍ରଥମ ଥର ପାଇଁ ମୁଁ କୌଣସି କ୍ୟାଲେଫର ଲାଗି ସୁଟ୍ କଲି । ସେଥିପାଇଁ ପୂରା ଟିମ୍କୁ ଧନ୍ୟବାଦ ଜଣାଉଛି । ସେମାନଙ୍କ ଉତ୍ସ ।ହ ମୋତେ ପ୍ରୋତ୍ସ ।ହିତ କରିପାରିଛି । ଏହା ମୋ ପାଇଁ ଏକ ଅଦ୍ଭୁଦପୂର୍ବ ଅନୁଭୂତି ଏବଂ ଭିନ୍ନ ଧରଣର କାର୍ଯ୍ୟ ଥିଲା, ଯାହା ମୋତେ ଖୁସି ଦେଇପାରିଛି । ଚେଷ୍ଟା କରିଛି କିଛିଟା ଭିନ୍ନ କରିବାକୁ । ଆଶା ଓ ବିଶ୍ୱାସ ସମସ୍ତେ ଏହାକୁ ପସନ୍ଦ କରିବେ ଏବଂ ଭଲପାଇବା ଦେବେ’ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons