ଗାଲୁଆପୁରର ଗେହ୍ଲୀ

Get real time updates directly on you device, subscribe now.

ପ୍ରତିମା ପ୍ରଡକ୍ସନର ପ୍ରଥମ ଅବଦାନରେ ନିର୍ମିତ ହେଉଛି ଓଡ଼ିଆ ଚଳଚ୍ଚିତ୍ର ‘ଗାଁର ନାଁ ଗାଲୁଆପୁର’ । ସିନେମା ପାଇଁ ନାୟିକା ଖୋଜା ଚାଲିଥିବାବେଳେ ମିଳିଯାଇଛନ୍ତି ସେହି ଗେହ୍ଲୀ ନାୟିକା । ଏହାରି ମାଧ୍ୟମରେ ସେ ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ନାଁ ତାଙ୍କର ମନୀଷା । ଘର ବାରିପଦା । ପିଲାଟି ଦିନରୁ ନୃତ୍ୟ ପ୍ରତି ବିଶେଷ ରୁଚି ଥିବା ଏହି ସୁନ୍ଦରୀ ନାୟିକା କିଛି ସୋ’ରେ ଅଂଶଗ୍ରହଣ କରି କୃତିତ୍ୱ ହାସଲ କରିଛନ୍ତି । ମନରେ ଅଭିନୟ ପ୍ରତି ଦୁର୍ବଳତା ଥିଲେ ବି କେବେ ସୁଯୋଗ ପାଇନାହାନ୍ତି । ନୂପୂର ଡ୍ୟାନ୍ସ ରିଅଲିଟି ସୋ’ରେ ସେମି ଫାଇନାଲିଷ୍ଟ ହେବା ପରେ ମନୀଷାଙ୍କୁ ବଡ଼ ପରଦାରେ ବଡ଼ ସୁଯୋଗ ମିଳିଛି । ସେ ଚର୍ଚ୍ଚିତ ଅଭିନେତା ପପୁ ପମ୍ପମ୍ଙ୍କ ନାୟିକା ସାଜିବେ । ଏକରେ ନୂଆ ଚଳଚ୍ଚିତ୍ର ଏବଂ ଦ୍ୱିତୀୟରେ ପପୁଙ୍କୁ ବିପକ୍ଷରେ ପାଇ ଉତ୍ସ ।ହିତ ହୋଇପଡ଼ିଥିବା ମନୀଷା କହିଛନ୍ତି, ସିନେମାକୁ ୨୦୦ପ୍ରତିଶତ ସଫଳ କରିବାକୁ ଚେଷ୍ଟା କରିବି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons