ଅଦେ୍ର୍ଧନ୍ଦୁଙ୍କ ଆଶା, ଅନୁଭାଙ୍କ ଭରସା

Get real time updates directly on you device, subscribe now.

୨୦୨୦ର ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଶୁକ୍ରବାର ଶୁଭମୁକ୍ତି କରିଛି ‘ମୁଁ ପରଦେଶୀ ଚଢେ଼ଇ’ । କୌଣସି ବଡ଼ ଷ୍ଟାର୍ଙ୍କ ସିନେମାରୁ ନୁହେଁ ବରଂ ହାତଗଣତି କେତୋଟି ଚଳଚ୍ଚିତ୍ରରେ ଦକ୍ଷତା ପରଖିଥିବା ଅଦେ୍ର୍ଧନ୍ଦୁ-ଅନୁଭାଙ୍କ ନୂଆ ଯୋଡ଼ି ଦର୍ଶକଙ୍କୁ ନୂଆବର୍ଷରେ ଭେଟି ଦେଇଛନ୍ତି ଏହି ଚଳଚ୍ଚିତ୍ର । ପୁରୁଣା ଶୀର୍ଷକରେ ନୂଆ କାହାଣୀ ଯୋଡ଼ି ଭିନ୍ନ କରିବାର ପ୍ରୟାସ କରିଛନ୍ତି । ପୂର୍ବରୁ ଦର୍ଶକ ଯେଉଁ ଭଲପାଇବା ଦେଇ ଦୁହିଁଙ୍କୁ ଏହି ସ୍ଥାନରେ ପହଞ୍ଚାଇଛନ୍ତି ଠିକ୍ ସେହି ଭଲପାଇବା ଦେବେ ବୋଲି ନାୟକ ଅଦେ୍ର୍ଧନ୍ଦୁ ଆଶା ରଖିଥିବାବେଳେ ନାୟିକା ଅନୁଭା ଭରସା କରିଛନ୍ତି । ୭୦ଦଶକ ଶେଷ ବେଳକୁ ଆସିଥିଲା ଚଳଚ୍ଚିତ୍ର ‘ମାନିନୀ’, ଯେଉଁଥିରେ ଗୀତ ଥିଲା ‘ମୁଁ ପରଦେଶୀ ଚଢେ଼ଇ’ । ପରବର୍ତ୍ତୀ ସମୟରେ ସେହି ଶୀର୍ଷକର ଲୋକପ୍ରିୟତାକୁ ନେଇ ଓଡ଼ିଆରେ ଗୋଟିଏ ସିନେମା ଆସିଲା । ଏବେ ପୁଣି ତାକୁ ନେଇ ଆସିଛନ୍ତି ଏ ନୂଆ ଯୋଡ଼ି । ଯେଉଁଥିପାଇଁ କେବଳ ସେମାନେ ନୁହଁନ୍ତି ପୂରା ଟିମ୍ ଆଶାବାଦୀ ରହିଛି । ଅଦେ୍ର୍ଧନ୍ଦୁଙ୍କ ଏହା ପଞ୍ଚମ ଚଳଚ୍ଚିତ୍ର ହୋଇଥିବାବେଳେ ପୂର୍ବରୁ ସେ ‘କାଉଁରୀ କନ୍ୟା’, ‘ଅ ଆ ହର୍ଷେଇ’, ‘ଟପୋରି’, ‘ବ୍ଲାକ୍ମେଲ୍’ରେ ନଜର ଆସିଥିଲେ । ସେହିପରି ଅନୁଭାଙ୍କର ଏହା ଅଷ୍ଟମ ଚଳଚ୍ଚିତ୍ର ହୋଇଥିବାବେଳେ ପୂର୍ବରୁ ସେ ‘ମୁଁ ପ୍ରେମୀ ମୁଁ ପାଗଳ’, ‘କୌନ କିତ୍ନେ ପାନୀ ମେଁ’, ‘ସମୟ ବଡ଼ ବଳବାନ’, ‘ସ୍ୱିଟ୍ହାର୍ଟ’, ‘ରିଭେଞ୍ଜ’, ‘ବଜରଙ୍ଗୀ’ ଓ ‘ସାଥୀ ତୁ ଫେରିଆ’ରେ ଦେଖାଦେଇଥିଲେ । ଏହି ନୂଆ ସିନେମାର କଟକ ବୃନ୍ଦାବନ ହଲ୍ରେ ପ୍ରିମିୟର ହୋଇଥିବବେଳେ ଭୁବନେଶ୍ୱରର ରବି, ଏକାମ୍ର ଓ ସିନେପୋଲିସ୍ ସମେତ ରାଜ୍ୟର ୩୦ଟି ହଲ୍ରେ ସିନେମାଟି ରିଲିଜ୍ ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons