ସାଢେ଼ ୪ ଲକ୍ଷ ମା’ ଓ ଶିଶୁଙ୍କ ଯତ୍ନ ନେବାକୁ ହେବ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଓଡ଼ିଆ ପିଲାଙ୍କ ପୁଷ୍ଟିଜନିତ ଉଚ୍ଚତା ଏବଂ ଓଜନ ସମସ୍ୟା ଆମ ପାଇଁ ଏକ ଆହ୍ୱାନ । ଏହା ପ୍ରତି ସମ୍ପନ୍ନ ଓଡ଼ିଆଙ୍କ ଦାୟିତ୍ୱ । ବର୍ଷକୁ ୮ଲକ୍ଷ ପିଲା ଜନ୍ମ ହେଉଛନ୍ତି । ଏଥିରୁ ଉପାନ୍ତ ଅଞ୍ଚଳରେ ଥିବା ସାଢେ ୪ଲକ୍ଷ ମାଆ ଓ ଶିଶୁଙ୍କ ଯତ୍ନ ନେବାକୁ ହେବ । ଏହି ଦାୟିତ୍ୱ କେବଳ ସରକାରଙ୍କ ନୁହେଁ, ସମାଜର । ଏହା ହିଁ ହିନ୍ଦୁତ୍ୱର ପ୍ରକୃତ ଅର୍ଥ । ଆଜି ଜାତୀୟ ଯୁବ ଦିବସ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସ୍ୱାମୀ ବିବେକାନନ୍ଦ କେନ୍ଦ୍ରର ନୂଆ ଯୋଗ, ସାଂସ୍କୃତିକ ଓ ପରିଚାଳନା ଏକାଡେମୀକୁ ଉଦ୍ଘାଟନ କରିଥିଲେ । ଏହି ଏକାଡେମୀ ସଂସ୍କୃତି, ଯୋଗଓ ଆଧୁନିକ ପରିଚାଳନା କ୍ଷେତ୍ରରେ ଆଗାମୀ ଦିନରେ ପୂର୍ବ ଭାରତର ଗବେଷଣା କେନ୍ଦ୍ର ଭାବେ ପ୍ରତିÂିତ ହେବ ବୋଲି ସେ କହିଛନ୍ତି ।
୨୦୩୬ରେ ଓଡ଼ିଶାକୁ ଭାଷାଭିତ୍ତିକ ରାଜ୍ୟ ଭାବେ ୧୦୦ବର୍ଷ ପୂରିବ । କିନ୍ତୁ ଏବେ ଓଡ଼ିଶାରେ ଗର୍ଭଧାରଣ କରୁଥିବା ମାଆ ଓ ନବଜାତ ଶିଶୁଙ୍କ ସ୍ୱାସ୍ଥ୍ୟବସ୍ଥା ଚିନ୍ତାଜନକ ବିଷୟ । ୩-୪ଲକ୍ଷ ନବଜାତକ ଶିଶୁ ଓ ମାଆଙ୍କ ଯତ୍ନ ନେଲେ ହିଁ ଓଡ଼ିଶାକୁ ସ୍ୱତନ୍ତ୍ର ୧୦୦ବର୍ଷ ପୂର୍ତ୍ତି ସମୟରେ ଓଡ଼ିଶା ଶକ୍ତିଶାଳୀ ରାଜ୍ୟ ଭାବେ ଉଭା ହେବ ।
ଧର୍ମେନ୍ଦ୍ର କହିଛନ୍ତି, ସ୍ୱାମୀ ବିବେକାନନ୍ଦଙ୍କ ଅର୍ଥରେ ଆପଲାଏଡ୍ ହିନ୍ଦୁତ୍ୱର ଅର୍ଥ କ’ଣ? ବିବେକାନନ୍ଦଙ୍କ ଅର୍ଥରେ ହିନ୍ଦୁତ୍ୱ ଗୋଟିଏ ଧର୍ମ ନୁହେଁ । ଏହା ଉପାସନା ପଦ୍ଧତିକୁ ବୁଝାଏ । ସଂପ୍ରତି ହିନ୍ଦୁତ୍ୱର ଅର୍ଥ ହେଉଛି ଉପାନ୍ତ ଅଞ୍ଚଳରେ ଥିବା ସାଢେ ୪ଲକ୍ଷ ମାଆ ଓ ଶିଶୁଙ୍କ ଯତ୍ନ ନେବା । ଏହି ଦାୟିତ୍ୱ କେବଳ ସରକାରଙ୍କ ନୁହେଁ । ଏହା ସମାଜର ମଧ୍ୟ ଦାୟିତ୍ୱ । ସ୍ୱାମିଜୀ କେବଳ ଉପାସନା ନୁହେଁ, ହିନ୍ଦୁତ୍ୱର ଆଧୁନିକ ବାଖ୍ୟା କରି ପ୍ରଗତି ପାଇଁ ନୂଆ ରାସ୍ତା ଦେଖାଇଛନ୍ତି ।
ସ୍ୱାମୀ ବିବେକାନନ୍ଦ ରାମକୃଷ୍ଣ ପରମହଂସଙ୍କ ଆଦର୍ଶ ଓ ବିଚାରକୁ ଆଗକୁ ନେଇଥିଲେ । ବ୍ରିଟିଶ ଶାସନ ସମୟରେ ଭାରତକୁ ଦୁନିଆ ଆଗରେ ଉପସ୍ଥାପନ କରିଥିଲେ । ମାନବ ମାତ୍ର କଲ୍ୟାଣ ହିଁ ସ୍ୱାମୀ ବିବେକାନନ୍ଦଙ୍କ ଲକ୍ଷ୍ୟ ଥିଲା । ଭାରତରେ ଜଣେ ବି ଯୁବକ ନାହିଁ ଯେ ବିବେକାନନ୍ଦଙ୍କ ବିଚାରରେ ପ୍ରଭାବିତ ହୋଇଥିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons